ଟି-୨୦ରେ ସର୍ବାଧିକ ରେର୍କଡ କରି ଇତିହାସ ରଚିଲେ ରଶିଦ ଖାନ

0 126

କାବୁଲ,: ଆଫଗାନିସ୍ତାନର ଷ୍ଟାର ସ୍ପିନର ରଶିଦ ଖାନ ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ ନେବାର ବିଶ୍ୱ ରେକର୍ଡ କରିଛନ୍ତି । ସେ ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଡ୍ୱେନ ବ୍ରାଭୋଙ୍କୁ ପଛରେ ପକାଇ ସର୍ବାଧିକ ୱିକେଟ ନେବାର ରେକର୍ଡ କରିଛନ୍ତି । ରଶିଦ ବର୍ତ୍ତମାନ ଏସଏ୨୦ରେ ଖେଳୁଛନ୍ତି, ଯାହା ମାଧ୍ୟମରେ ସେ ସର୍ବାଧିକ ଟି-୨୦ ୱିକେଟ ପାଇଁ ଟାଇଟଲ ହାସଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ରଶିଦ ଏସଏ ୨୦ରେ ଏମଆଇ କେପଟାଉନର ନେତୃତ୍ୱ ନେଉଛନ୍ତି । ଟୁର୍ନାମେଣ୍ଟର ପ୍ରଥମ କ୍ୱାଲିଫାୟର ମ୍ୟାଚ ପାର୍ଲ ରୟାଲ୍ସ ଓ ଏମଆଇ କେପଟାଉନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ରଶିଦ ପ୍ରଥମ ୱିକେଟ ନେବା ମାତ୍ରେ ବ୍ରାଭୋଙ୍କ ରେକର୍ଡ ଭାଙ୍ଗିଥିଲେ । ବ୍ରାଭୋ ତାଙ୍କ ଟି-୨୦ କ୍ୟାରିୟରରେ ୬୩୧ ୱିକେଟ ନେଇଥିବା ବେଳେ ରଶିଦ ଏବେ ୬୩୩ ୱିକେଟ ନେଇଛନ୍ତି । ୧୦ ବର୍ଷରୁ କମ ସମୟ ମଧ୍ୟରେ ରଶିଦ ଏହି ସଫଳତା ହାସଲ କରିଛନ୍ତି । ଅକ୍ଟୋବର ୨୦୧୫ରେ ଜିମ୍ବାୱେ ବିପକ୍ଷରେ ରସିଦ ଟି-୨୦ ପଦାର୍ପଣ କରିଥିଲେ, ଯେଉଁଠାରେ ସେ ମାତ୍ର ୧ଟି ୱିକେଟ ନେଇଥିଲେ । ଏବେ ୧୦ ବର୍ଷରୁ କମ ସମୟ ମଧ୍ୟରେ ସେ ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ ନେଇଥିବା ବୋଲର
ହୋଇଛନ୍ତି । ଗତବର୍ଷ (୨୦୨୪) କ୍ରିକେଟରୁ ଅବସର ନେଇଥିବା ଡ୍ୱେନ ବ୍ରାଭୋ ୨୦୦୬ ଫେବ୍ରୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦
ପଦାର୍ପଣ କରିଥିଲେ । ଏକ ର୍ନିଦ୍ଦିଷ୍ଟ ସଂଖ୍ୟାରେ ପହଞ୍ଚିବା ପାଇଁ ବ୍ରାଭୋଙ୍କୁ ପ୍ରାୟ ୧୮ ବର୍ଷ ସମୟ ଲାଗିଥିବା ବେଳେ ରସିଦ ଖାନ ୧୦ ବର୍ଷରୁ
କମ ସମୟ ମଧ୍ୟରେ ଅଧିକ ସଂଖ୍ୟା ହାସଲ କରିଛନ୍ତି । ସୂଚନାଯୋଗ୍ୟ, ବ୍ରାଭୋ ୫୮୨ ଟି-୨୦ ମ୍ୟାଚରେ ୨୪.୪୦ ହାରରେ ୬୩୧ ୱିକେଟ
ନେଇଛନ୍ତି । ଅପରପକ୍ଷରେ ରଶିଦ ମାତ୍ର ୪୬୧ ମ୍ୟାଚରେ ୧୮.୦୭ ହାରାହାରିରେ ୬୩୩ ୱିକେଟ ନେଇଛନ୍ତି । ତାଲିକାର ତୃତୀୟ
ସ୍ଥାନରେ ୱେଷ୍ଟଇଣ୍ଡିଜର ସୁନୀଲ ନାରିନ ରହିଛନ୍ତି, ଯିଏ ଏପର୍ଯ୍ୟନ୍ତ ୫୭୩ ୱିକେଟ ନେଇଛନ୍ତି । ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ଚତୁର୍ଥ ଓ ବାଂଲାଦେଶର ସାକିବ ଅଲ ହାସନ ପଞ୍ଚମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.