ଭୁବନେଶ୍ୱର,: ଭାରତୀୟ ସ୍ୱାସ୍ଥ୍ୟ ସେବାରେ ଏକ ବିଶ୍ୱସ୍ତ ନାମ, କେୟାର ହସ୍ପିଟାଲ ଭୁବନେଶ୍ୱର ତରଫରୁ ଏକ ଲାଇଭ
“ନ୍ୟୁରୋ ଏବଂ ସ୍ପାଇନ୍” ସର୍ଜରୀ ତାଲିମ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେଶର ବହୁ ବିଶିଷ୍ଟ ନ୍ୟୁରୋ ସର୍ଜନ ଏବଂ ସ୍ୱାସ୍ଥ୍ୟସେବା ବୃତ୍ତିଧାରୀ ଏକାଠି ହୋଇଥିଲେ ଯାହା ନ୍ୟୁରୋସର୍ଜିକାଲ ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଏକ ଗୁରୁତ୍ୱପୁର୍ଣ୍ଣ ମାଇଲଖୁଣ୍ଟ ଥିଲା । ଏମ୍ସ ନୂଆଦିଲ୍ଲୀର ଜଶେ ପୁର୍ବତନ ଛାତ୍ର ଏବଂ କେୟାର ହସ୍ପିଟାଲର
ନ୍ୟୁରୋସର୍ଜିକାଲ ବିଭାଗର ବରିଷ୍ଠ ପରାମର୍ଶଦାତା ଡଃ ଆତ୍ମରଞ୍ଜନ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କର୍ମଶାଳାରେ ବାଇପୋର୍ଟାଲ ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସର୍ଜରୀର ବର୍ତ୍ତମାନର ପ୍ରଭାବଶାଳୀ ଚିକିତ୍ସା ଉପରେ ଆଲୋକପାତ କରାଯାଇଥିଲା । ଏହି ଉନ୍ନତ କୈାଶଳ ମେରୁଦଣ୍ଡ ସର୍ଜରୀ ରୋଗୀମାନଙ୍କ ଆରୋଗ୍ୟ ସମୟ ଓ
ଜଟିଳତାର ବିପଦକୁ କମ କରିଥାଏ ଏବଂ ଉନ୍ନତ ଶଲ୍ୟ ଚିକିତ୍ସା ଫଳାପଳ ପ୍ରଦାନ କରିଥାଏ । ଏହି କାର୍ଯ୍ୟକ୍ରମରେ ଲାଇଭ ଶଲ୍ୟ ଚିକିତ୍ସା ପ୍ରଦାନ କରାଯାଇଥିଲା ଯେଉଁଥିରେ ଡଃ ଦାଶ ଏବଂ ତାଙ୍କ ଟିମ୍ ବାଇପୋର୍ଟାଲ ଏଣ୍ଡୋସ୍ପୋପିକ
ସ୍ପାଇନ୍ ସର୍ଜରୀର ଜଟିଳତା ଉପରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଏହି ଉନ୍ନତ ଶଲ୍ୟ ଚିକିତ୍ସା ସମ୍ବନ୍ଧରେ ଶିଖିବାର ସୁଯୋଗ ମିଳିଥିଲା ନ୍ୟୁରୋସର୍ଜରୀ କ୍ଷେତ୍ରରେ, ଜଣେ ପ୍ରସିଦ୍ଧ ବ୍ୟକ୍ତି ପଦ୍ମଶ୍ରୀ ଡଃ ଅଶୋକ
ମହାପାତ୍ର ଏହି ଅବସରରେ ଯୋଗ ଦେଇ ବାଇପୋର୍ଟାଲ ଏଣ୍ଡୋସ୍ପୋପିକ ସର୍ଜରୀରେ ସଫଳତାର ସହ ତାଲିମ ପ୍ରାପ୍ତ
କରିଥିବା ଅଂଶଗ୍ରହଣକାରୀମାନଙ୍କୁ ସମ୍ମାନୀତ କରିଥିଲେ । ଡଃ ଆତ୍ମରଞ୍ଜନ ଦାଶ ତାଙ୍କ ଅଭିଭାଷଣରେ ଉତ୍ସାହ ପ୍ରକାଶ କରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ପିଢୀର ସଫଳ ସର୍ଜନମାନଙ୍କୁ ଜାଣିବାର ସୁଯୋଗ ମିଳିବ ବୋଲି କହିଥିଲେ ଏହି କର୍ମଶାଳା ହେଉଛି ଚିକିତ୍ସା ଶିକ୍ଷାକୁ ଆଗକୁ ବଢାଇବା ଏବଂ ନ୍ୟୁରୋ ସର୍ଜିକାଲ ଚିକିତ୍ସା କ୍ଷେତ୍ରରେ ରେ ନୂତନ
ମାନଦଣ୍ଡ ସ୍ଥାପନ କରିବା ପାଇଁ କେୟାର ହସ୍ପିଟାଲର ପ୍ରତିବଦ୍ଧତାର ପ୍ରମାଣ । ଏହି କର୍ମଶାଳା କେବଳ କେୟାର ହସ୍ପିଟାଲର ବୈଷୟିକ ଦକ୍ଷତାକୁ ପ୍ରତିବାଦିତ କରିନଥିଲା ବରଂ ନିରନ୍ତର ଶିକ୍ଷା ମାଧ୍ୟମରେ ସ୍ୱାସ୍ଥ୍ୟସେବାର ମାନକୁ ଉନ୍ନତ କରିବା ପାଇଁ ଏହାର ମିଶନକୁ ମଧ୍ୟ ଦୃଢ କରିଥିଲା । ବିଶେଷଜ୍ଞମାନଙ୍କୁ ଏକତ୍ର କରି ନ୍ୟୁରୋ ସର୍ଜରୀ କ୍ଷେତ୍ରରେ ଥିବା ସ୍ୱାସ୍ଥ୍ୟସେବାରେ ନୂତନ ଅଭିଜ୍ଞତା ଓ କୈାଶଳଗୁଡିକର ଆଦାନପ୍ରଦାନ ପାଇଁ ଏକ ପ୍ଲାଟ୍ଫର୍ମ ସୃଷ୍ଟି କରିଥିଲା । କେୟାର ହସ୍ପିଟାଲ ଦେଶରେ ମେରୁଦଣ୍ଡ ଅସ୍ତ୍ରୋପଚାର ତାଲିମ ପାଇଁ ଏକ ନୂତନ ମାନଦଣ୍ଡ ସୃଷ୍ଟି କରିବା ସହ ସ୍ୱାସ୍ଥ୍ୟ ସେବା ଓ ଶଲ୍ୟ ଚିକିତ୍ସାର ଉନ୍ନତି ପାଇଁ ନିଜର ଉତ୍ସର୍ଗୀକୃତତାକୁ ସ୍ପଷ୍ଟ କରିଥିଲା ।