ଆମ୍ ଆଦମୀ ପାର୍ଟିକୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ

Prime Minister cut Aam Aadmi Party

0 69

ନୂଆଦିଲ୍ଲୀ,: ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ
ନିଜ ପରାଜୟକୁ ଦେଖି ପ୍ରତି ଘଣ୍ଟାରେ ମିଛ ଘୋଷଣା କରୁଛି । ଦିଲ୍ଲୀରେ ଭୋଟିଂ ପୂର୍ବରୁ ଝାଡୁରୁ ଖସିବାରେ ଲାଗିଲାଣି  ପାର୍ଟିର ନେତା ତାକୁ ଛାଡିକରି ଯାଉଛନ୍ତି । ପାର୍ଟିର ଏବେ ଲୋକଙ୍କ ସାମ୍ନାରେ ମୁଖା ଖୋଲିଛି ।ପ୍ରଧାନମନ୍ତ୍ରୀ ମୋଦି ରବିବାର ଦିଲ୍ଲୀର ଆରକେ ପୁରମ ସେକ୍ଟର ୧୨ରେ ଗୋଟିଏ ନିର୍ବାଚନୀ ସଭାକୁ ସଂବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଫେବୃୟାରୀ ୮ ପରେ ଏବେ ଦିଲ୍ଲୀରେ ବିଜେପି ସରକାର ଗଠନ ହେବ ଏବଂ ଆସନ୍ତା ମାସ ଏହି ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅଟେ । ମାର୍ଚ୍ଚ ୮ ସୁଦ୍ଧା ଦିଲ୍ଲୀର ଭଉଣୀଙ୍କ ଖାତାକୁ ଅଢେଇ ହଜାର ଟଙ୍କା ପହଞ୍ଚିବା ଆରମ୍ଭ ହୋଇଯିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବସନ୍ତ ପଞ୍ଚମୀରୁ ପାଣିପାଗରେ ପରିବର୍ତ୍ତନ ହେବା ଆରମ୍ଭ ହୋଇଥାଏ । ତିନି ଦିନ ପରେ ଫେୃବୟାରୀ ୫ରେ ଦିଲ୍ଲୀରେ ବିକାଶର ନୂଆ ବସନ୍ତ ଆସିବ । ସେ କହିଛନ୍ତି ଯେ, ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ସରକାର ୧୧ ବର୍ଷ ବରବାଦ କରିଦେଇଛନ୍ତି । ସେ ଦିଲ୍ଲୀବାସୀଙ୍କୁ ଗ୍ୟାରେଣ୍ଟି ଦେଇଛନ୍ତି ଯେ, ସେ ସେମାନଙ୍କ ପ୍ରତି ସମସ୍ୟା ଓ ପ୍ରତି ଚିନ୍ତାକୁ ସମାପ୍ତ କରିବେ । ସେ କହିଛନ୍ତି ଗରିବ ଓ ମଧ୍ୟମବର୍ଗଙ୍କ ପ୍ରତି ପରିବାରକୁ ଖୁସି ରଖିବା ଡବଲ ଇଂଜିନ ସରକାରର ଲକ୍ଷ୍ୟ ଅଟେ ।

Leave A Reply

Your email address will not be published.