ନୂଆଦିଲ୍ଲୀ,: ବଲିଉଡ ଅଭିନେତା ସେଫ ଅଲି ଖାନଙ୍କ ଉପରେ ଛୁରାମାଡ଼ ହେବା ଘଟଣା ପରେ ଖାନ ପରିବାର ଓ ଘରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ସମ୍ପ୍ରତି ଖାନ ପରିବାର ନିଜର ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରକାଶିତ ରିପୋର୍ଟ ମୁତାବକ, \”ସେଫ ଅଲି ଖାନ ଓ କରିନା କପୁରଙ୍କ ପିଆର ଜାନୁଆରି ୨୮ ତାରିଖରେ ଗଣମାଧ୍ୟମକୁ ସାକ୍ଷାତକାର କରି କହିଛନ୍ତି, ସେଫ ଓ କରିନାଙ୍କ ପକ୍ଷରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଆଗାମୀ ଦିନରେ ଖାନ ପରିବାରର ଦୁଇପୁଅ ତେମୁର ଓ ଜହାଙ୍ଗୀରଙ୍କ ଫଟୋ ଓ ଭିଡିଓ କେଦ କରିବେ
ନାହିଁ । ସେ ଜନ୍ମଦିନ ପାର୍ଟି ହେଉ କି କେଣସି ସ୍ଥାନରେ ଖେଳୁଥିବା ସମୟରେ ପିଲାଙ୍କ ଫଟୋ ଉଠାଇ ପାରିବେ ନାହିଁ । ଏଥିପ୍ରତି ସେଫ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଏମିତି ତାଙ୍କ ଘର ତଳେ ଛିଡ଼ା ହେବାକୁ ବାରଣ କରିଛନ୍ତି ।
ଛୁରାମାଡ଼ ଘଟଣା ପରେ ଦୁଇପୁଅଙ୍କ ସହ ସେଫ ଓ କରିନା
After the stabbing incident Sef and Karen with their two sons
Prev Post