ଭୁବନେଶ୍ୱର,: ଫାଲକନ୍ ଗ୍ରୁପ୍ ଓଡ଼ିଶାରେ ମୋଟ ୧୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶକରିବ ବୋଲି ଉତ୍କର୍ଷ ଓଡ଼ିଶା
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୨୦୨୫ର ଉଦ୍ଘାଟନୀ ଉତ୍ସବରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ, ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି, ଫାଲକନ୍ ଗ୍ରୁପ୍ର ଏକ ପ୍ରମୁଖ ସହାୟକ
କମ୍ପାନୀ, ଯାହା ଓଡ଼ିଶାରେ ଏକ ଟିଟାନିୟମ ଡାଇ ଓକ୍ସାଇଡ୍ (ଟିଆଇଓ୨) ଉତ୍ପାଦନକୁ ପୁନର୍ବିକାଶ କରିବାକୁ ଯାଉଛି । ଏଥିପାଇଁ କମ୍ପାନୀ ପ୍ରାୟ ୧୦୫୦ କୋଟି ଟଙ୍କା ନିବେଶ କରିବାର ଯୋଜନା ରହିଛି । ଏହି ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୩୦,୦୦୦ ଟନ୍ (କେଟିପିଏ) ହେବାକୁ ଥିବାବେଳେ ଏହାଦ୍ୱାରା ପେଣ୍ଟସ୍, କୋଟିଂ, ପ୍ଲାଷ୍ଟିକ୍ ଏବଂ ବୟନ ଶିଳ୍ପରେ ଟିଆଇଓ୨ର ଉତ୍ପାଦନ ଆବଶ୍ୟକତା ପୂରଣ କରାଯିବ । ଏହା ସହ ୪୫୦କୋଟିର ମଲ୍ଟି-ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କମ୍ପେ୍ଲକ୍ସ ଏବଂ ଏଆଇ ଆଣ୍ଡ ରୋବୋଟିକ୍ ଚିକିତ୍ସା ସୁବିଧା ସହ ୫୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ମଧ୍ୟ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ଆର୍ଥିକ ସମୃଦ୍ଧ ବୃଦ୍ଧି କରିବା ସହ ଏହି ନିବେଶ ନିଯୁକ୍ତି ସୃଷ୍ଟି ସହ ୫୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ କର୍ମନିଯୁକ୍ତି ମିଳିବ । ଏହି ପରିପ୍ରେକ୍ଷୀରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ମଧ୍ୟ ସ୍ୱାକ୍ଷର ହୋଇଛି । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବହୁ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଏହି ଅବସରରେ ଫାଲ୍କନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ର ଡାଇରେକ୍ଟର ପାର୍ଥଜିତ ପଟ୍ଟନାୟକ ଓ
ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ପ୍ଲାଣ୍ଟର କ୍ଷମତା ୩୦,୦୦୦ ଟନ୍ କେଟିପିଏ ସହ ଭାରତର ସବୁଠାରୁ ବଡ଼ (ଟିଆଇଓ୨) ପ୍ଲାଣ୍ଟ ହେବ । ଏ ସମ୍ପର୍କରେ ପାର୍ଥଜିତ ପଟ୍ଟନାୟକ କହିଥିଲେ, ଟିଆଇଓ୨ ପ୍ଲାଣ୍ଟ ଓଡ଼ିଶାର ଉଦ୍ୟୋଗ ଏବଂ ଆର୍ଥିକ ବିକାଶରେ ଏକ ମୁଖ୍ୟ ଅଂଶ ହେବ ।