ବ୍ରହ୍ମପୁର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନର ଶୁଭାରମ୍ଭ

0 83

ବ୍ରହ୍ମପୁର,: ବ୍ରହ୍ମପୁରରୁ ଶିରିଡ଼ି ଦେଇ ନାସିକକୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ । ବ୍ରହ୍ମପୁର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନର ଶୁଭାରମ୍ଭ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର ଓ ସମ୍ମାନିତ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଯୋଗ ଦେଇଥିଲେ । ଏହି ୮୦୦ ଜଣ ବରିଷ୍ଠ ନାଗରିକମାନେ କିଭଳି ଶାନ୍ତିଶୃଙ୍ଖଳାର ସହିତ ତୀର୍ଥ କରି ପୁଣି ବ୍ରହ୍ମପୁରକୁ ଫେରିବେ ସେ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ହାତକୁ ନିଆଯାଇଥିଲା । ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଖାଇବା, ପିଇବା ଠାରୁ ଆରମ୍ଭ କରି ବ୍ରହ୍ମପୁରରୁ ଶିରିଡ଼ି ଓ ସେଠାରୁ ନାସିକ୍ ଯିବା ପର୍ଯ୍ୟନ୍ତ ପ୍ରାୟ ୧୦ଟି ପର୍ଯ୍ୟଟନ ସ୍ଥଳୀକୁ କିଭଳି ସୁରୁଖୁରୁରେ ବରିଷ୍ଠ ନାଗରିକ ମାନେ
ଠାକୁରଙ୍କୁ ଦର୍ଶନ କରିବେ ସେ ନେଇ ମଧ୍ୟ  ବ୍ୟବସ୍ଥା କରାଯାଇଛି । ଆଉ ଏହି ବରିଷ୍ଠ ନାଗରିକମାନଙ୍କ ଦେଖାଶୁଣା କରିବା ନିମନ୍ତେ ଟ୍ରେନରେ ୨୫ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଡ଼ାକ୍ତରୀ ଟିମ୍ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ରହିବେ  ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ଏହା ହେଉଛି ସବୁଠାରୁ ସୁନ୍ଦର ପରିକଳ୍ପନା । ଯେଉଁ ଗରୀବ ଶ୍ରେଣୀର ବରିଷ୍ଠ ନାଗରିକ ମାନେ ଅର୍ଥ ଅଭାବରୁ ତୀର୍ଥ ଯାତ୍ରା କରିପାରୁନଥିଲେ । ସେମାନେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା
ଯୋଜନାରେ ସାମିଲ ହୋଇ ବିଭିନ୍ନ ସ୍ଥାନକୁ ଯାଇ ତୀର୍ଥ କରିପାରିବେ ବୋଲି କହିଛନ୍ତି ଚିକିଟି ବିଧାୟକ । ଗଞ୍ଜାମ, ଗଜପତି, ବେଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ବରିଷ୍ଠ ନାଗରିକମାନେ ଷ୍ଟେସନରେ ଏକତ୍ରିତ ହୋଇଥିଲେ ।
ଏହାପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ଅନୁସାରେ ତୀର୍ଥ ଯାତ୍ରା ଟ୍ରେନର ବିଭିନ୍ନ ବଗିରେ ବସିଥିଲେ ବରିଷ୍ଠ ନାଗରିକ ମାନେ । ବରିଷ୍ଠ ନାଗରିକ ମାନଙ୍କୁ ଟ୍ରେନରେ ବସିବା ପରେ ଖାଦ୍ୟ ପାନୀୟ ପ୍ରଥମେ ଯୋଗାଇ ଦିଆଯାଇଥିଲା । ତେବେ ପୂର୍ବରୁ ତୀର୍ଥ ଯାତ୍ରା ପାଇଁ ଅର୍ଥ ଅଭାବ ଯୋଗୁଁ ଯାଇନଥିଲୁ  ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ଚଳିତ ବର୍ଷ ଶିରିଡ଼ିରୁ ନାସିକ୍ ଯାତ୍ରା କରିବୁ । ରାସ୍ତାରେ ପଡ଼ୁଥିବା ବିଭିନ୍ନ ମନ୍ଦିରକୁ ଦର୍ଶନ କରିବା ସହିତ ବହୁ ସ୍ଥାନକୁ ବୁଲିବି ଓ ବହୁ କଥା ଜାଣିବୁ ବୋଲି ବରିଷ୍ଠ ନାଗରିକ ।

Leave A Reply

Your email address will not be published.