ଭୁବନେଶ୍ୱର,: ବେଦାନ୍ତ ଲିମିଟେଡ ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ରାଜ୍ୟର ଅସୀମ ସମ୍ଭାବନାକୁ ନିକଟରେ ଉନ୍ମୋଚିତ କରିଛି । ଏପରିକି ଓଡ଼ିଶାର ପରିବର୍ତ୍ତନ ଯାତ୍ରାରେ ବେଦାନ୍ତ ଯୋଗ ଦେଇଛିୟ ରାଜ୍ୟର ଅର୍ଥନୈତିକ ଓ ଭିତ୍ତିଭୂମି ପ୍ରଗତିରେ ବେଦାନ୍ତ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି । ବିଶେଷକରି ଦକ୍ଷିଣ ପୂର୍ବ ଏସିଆ ପାଇଁ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ର ହୋଇଥିଲା ବେଳେ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦ୍ରୁତଗତିରେ ବିସ୍ତାର ହେବାକୁ ଯାଉଛି । ସେହିଭଳି ମେକ୍ ଇନ୍ ଓଡ଼ିଶା ଓ ଅନ୍ୟାନ୍ୟ ରଣନୈତିକ ପଦକ୍ଷେପ ପରି ରଣନୀତି ମାଧ୍ୟମରେ ସରକାର ରାଜ୍ୟରେ ବ୍ୟବସାୟ କରିବାର ସୁଗମତାକୁ ବୃଦ୍ଧି ଉପରେ ଧ୍ୟାନ ଦେଉଛନ୍ତି, ଯାହା ଫଳରେ ଏହାକୁ ନିବେଶକମାନଙ୍କ ଲାଗି ଏକ ଆକର୍ଷଣୀୟ ସୁଯୋଗ ସୃଷ୍ଟି କରିଛି । ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ପ୍ରଚୁର
ପ୍ରାକୃତିକ ସମ୍ପଦ ସହ ରାଜ୍ୟ ଏକ ସନ୍ତୁଳିତ ଅଭିବୃଦ୍ଧି ମଡେଲରେ ବିକଶିତ ହେଉଛି, ଯାହା ଜନସାଧାରଣଙ୍କୁ ବିଶେଷ ଲାଭ ପ୍ରଦାନ କରୁଛି । ଶିକ୍ଷା, ଦକ୍ଷତା ବିକାଶ ଲାଗି ସୁଯୋଗ ବୃଦ୍ଧି ହୋଇଛି ଓ ଓଡ଼ିଶା ନିରନ୍ତର ଅଗ୍ରଗତି ପଥରେ ଆଗକୁ ବଢ଼ି ଚାଲିଛି । ସେହିପରି ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିରେ ଏକ ପ୍ରମୁଖ ବାହକ ହୋଇଛି । ଓଡିଶାର ଲାଞ୍ଜିଗଡ଼ଠାରେ କମ୍ପାନୀର ୩.୫ ଏମଟିପିଏ ଆଲୁମିନା ରିଫାଇନାରି ଓ ଝାରସୁଗୁଡ଼ାଠାରେ ବିଶ୍ୱର ବୃହତ ଆଲୁମିନିୟମ ସ୍ମେଲଟର ମଧ୍ୟରୁ ଗୋଟିଏ ପରିଚାଳିତ ହେଉଛି, ଯାହାର ବାର୍ଷିକ କ୍ଷମତା ୧.୮ ନିୟୁତ ଟନ୍ ରହିଛି । ଏହାକୁ କମ୍ପାନୀ ବିଶ୍ୱର ୧ ନିୟୁତ ଟନ୍ କ୍ଲବରେ ସାମିଲ କରାଇଛି । ଏହା ସହ ବେଦାନ୍ତ ଓଡ଼ିଶାର ୪ଟି କୋଇଲା ବ୍ଲକ ଓ ଗୋଟିଏ ବକ୍ସାଇଟ ବ୍ଲକ ସୁରକ୍ଷିତ ସହିତ ଫେରୋକ୍ରୋମ ତଥା ଲୁହାପଥର ଉତ୍ପାଦନରେ ଅଧିକ ନିବେଶ କରିଛି,
ବିଭିନ୍ନ ଜିଲାରେ ଖଣି କାର୍ଯ୍ୟ ହେତୁ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇଛି । ସ୍ଥାୟିତ୍ୱ କ୍ଷେତ୍ରରେ ନେତୃତ୍ୱ ନେଇ କମ୍ପାନୀ
ପ୍ରଥମ ଭାରତୀୟ ଧାତୁ ଉତ୍ପାଦକ, ଯିଏ ରେଷ୍ଟୋରା ଉତ୍ପାଦନ କରେ, ନବୀକରଣୀୟ ଶକ୍ତିରୁ ନିର୍ମିତ କମ୍ କାର୍ବନଯୁକ୍ତ ଆଲୁମିନିୟମ ଉତ୍ପାଦର ଏକ ପରିସର, ଯାହା କମ୍ପାନୀ ଲାଗି ବର୍ଦ୍ଧିତ ଚାହିଦା ସୃଷ୍ଟି କରିଛି । ବେଦାନ୍ତ ଆଲୁମିନିୟମ ପ୍ରଭାବଶାଳୀ ପଦକ୍ଷେପ ଜରିଆରେ ସ୍ଥାୟିତ୍ୱ ପ୍ରତି ପ୍ରତିବଦ୍ଧ ରହିଛି ।