ଲୁଚାଇ ପାରିବେନି ଲିଭ୍‌-ଇନ୍ ରିଲେସନ୍‌, ହଲାଲା- ବହୁ ବିବାହ ଉପରେ ରୋକ୍‌

Can't hide live-in relationship, halala- ban on polygamy

0 81

ଉତ୍ତରାଖଣ୍ଡ, : ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା (ୟୁସିସି) । ମୁଖ୍ୟ ସେବକ ସଦନରେ ୟୁସିସି ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀୟ ଦେଶରେ ପ୍ରଥମ ରାଜ୍ୟ ଭାବେ ସମାନ ନାଗରିକ ସଂହିତା ଲାଗୁ କଲା ଉତ୍ତରାଖଣ୍ଡ । ଏହି ନିୟମ ଲାଗୁ ହେବା ପରେ ଲିଭ୍‌-ଇନ୍ ରିଲେସନ୍‌, ବିବାହ, ବହୁବିବାହ, ଛାଡ଼ପତ୍ର, ସମ୍ପତ୍ତିଗତ ଅଧିକାରରେ ବହୁ ନିୟମ ବଦଳିବ । ବିବାହ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବ । ସବୁ ଧର୍ମରେ ଛାଡ଼ପତ୍ର ଆଇନ ସମାନ ହେବ । ବହୁବିବାହ ଏବଂ ହଲାଲା ପ୍ରଥା ବନ୍ଦ ହେବ । ଲିଭ୍‌-ଇନ୍ ରିଲେସନସିପରେ
ରହିଲେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବ । ସୋମବାର ଠାରୁ ଉତ୍ତରପ୍ରଦେଶରେ ଲାଗୁ ହୋଇଛି ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଅର୍ଥାତ ଏକକ ନାଗରିକ ସଂହିତା । ବର୍ତ୍ତମାନ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନ ଆଇନ ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ଏହି ଆଇନ ସମସ୍ତଙ୍କ ଉପରେ ସମାନ ଅଧିକାର ଏବଂ ଦାୟିତ୍ୱ ନିଶ୍ଚିତ କରି ସମାଜରେ ସମାନତା ଆଣିବ । ୟୁସିସିରେ ବହୁବିବାହ ଏବଂ ହାଲାଲାକୁ ଅନୁମତି ଦିଆଯାଇନାହିଁ । ଆହୁରି ମଧ୍ୟ, ୨୦୧୦ ପରଠାରୁ ଯେଉଁ ସବୁ ବିବାହ ସମ୍ପନ୍ନ ହୋଇଛି ସେଗୁଡ଼ିକର ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ଏହି ନିୟମ ଲାଗୁ ହେବା ପରେ ଯେଉଁ ସବୁ ନୂଆ ବିବାହ ହେବ, ସେମାନେ ୬୦ ଦିନ ଭିତରେ ନାମ ପଞ୍ଜିକରଣ କରିବାକୁ ପଡ଼ିବ । ଛାଡପତ୍ରର ନିୟମ ମଧ୍ୟ ସମସ୍ତ ଧର୍ମ ପାଇଁ ସମାନ ରହିବ । ୟୁସିସି ପୋର୍ଟାଲ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ଆଜି ସମଗ୍ର ଭାରତ ପାଇଁ ଏକ
ଐତିହାସିକ ଦିନ । ଆମେ ଉତ୍ତରାଖଣ୍ଡରେ ୟୁସିସି କାର୍ଯ୍ୟକାରୀ କରିବାକୁ ଯାଉଛୁ । ବର୍ତ୍ତମାନ ଠାରୁ ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହୋଇଛି । ଏହି ମୁହୂର୍ତ୍ତରୁ ସମସ୍ତ ଧର୍ମର ମହିଳାମାନେ ସମାନ ଅଧିକାର ପାଇଛନ୍ତି । ସେ କହିଛନ୍ତି, ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ । ଆମେ ୨୦୨୨ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ । ହଲାଲା,
ବହୁବିବାହ, ବାଲ୍ୟ ବିବାହ, ତିନି ତଲାକ ଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ୟୁନିଫର୍ମ ସିଭିଲ୍ କୋଡ୍ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ବିରୋଧୀ ନୁହେଁ । ଏଥିରେ କାହାକୁ ଟାର୍ଗେଟ କରିବାର କୌଣସି କାରଣ ନାହିଁ । ସମାଜରେ ସମାନତା ଆଣିବା ପାଇଁ ଏହା ଏକ ଆଇନଗତ ପ୍ରୟାସ । ଏଥିରେ କୌଣସି ପ୍ରଥା ପରିବର୍ତ୍ତନ ହୋଇନାହିଁ କିନ୍ତୁ କୁସଂସ୍କାର ଓ କୁପ୍ରଥାକୁ ଦୂର କରାଯାଇଛି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଅବସରପ୍ରାପ୍ତ ଜଷ୍ଟିସ ରଞ୍ଜନ ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ କମିଟି ୨ ଫେବୃଆରୀ ୨୦୨୪ରେ ୟୁସିସି ଉପରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ, ଯାହା ଫେବୃଆରୀ ୪ରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା । ଏହା ପରେ ବିଧାନସଭାରେ ଏହି ବିଲ୍ ପାରିତ ହୋଇଥିଲା ଏବଂ ଫେବୃଆରୀ ୧୮ରେ ଏହାକୁ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ୍ ଗୁରୁମିତ ସିଂ (ଅବସରପ୍ରାପ୍ତ) ଅନୁମୋଦନ କରିଥିଲେ । ୭୫୦ ପୃଷ୍ଠାର ଡ୍ରାଫ୍ଟରେ
କୁହାଯାଇଛି ଯେ ବିବାହ ପାଇଁ ଝିଅର ବୟସ ୧୮ ବର୍ଷ ଏବଂ ପୁଅର  ବୟସ ୨୧ ବର୍ଷ ହେବା ଉଚିତ, ଯଦି ସେମାନଙ୍କ ମଧ୍ୟରୁ କେହି ଜଣେ ପୂର୍ବରୁ ବିବାହ କରିଛନ୍ତି, ତେବେ ସ୍ୱାମୀ କିମ୍ବା ସ୍ତ୍ରୀ ଜୀବିତ ନଥିବା ଆବଶ୍ୟକ । ଅର୍ଥାତ ଜୀବନସାଥୀ ଥାଇ କୌଣସି ସ୍ୱାମୀ କିମ୍ବା ସ୍ତ୍ରୀ ଦ୍ୱିତୀୟ ବିବାହ କରିପାରିବେ ନାହିଁ । ପ୍ରତ୍ୟେକ ଧର୍ମର ରୀତିନୀତି ଅନୁଯାୟୀ ବିବାହ କରିବାର ଅଧିକାର ଅଛି, କିନ୍ତୁ ବିବାହର ପଞ୍ଜୀକରଣ ଆବଶ୍ୟକ । ୟୁସିସି ଅଧିନିୟମ ଅନୁଯାୟୀ, ୬୦ ଦିନ ମଧ୍ୟରେ ବିବାହ ପଞ୍ଜିକରଣ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ଛାଡ଼ପତ୍ର ଏବଂ ଉତ୍ତରାଧିକାରରେ ସମାନତା ଅଣାଯାଇଛି । ସମସ୍ତ ଧର୍ମର ଲୋକମାନେ ସେମାନଙ୍କର ରୀତିନୀତି ଅନୁସରଣ କରିପାରିବେ । ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ କିମ୍ବା କାହାର ବିବାହ ବନ୍ଦ ହେବ ନାହିଁ । ଏହା ପୂର୍ବ ପରି ସମାନ ରହିବ । ପଞ୍ଜୀକରଣ ପରେ, ସବ୍‌-ରେଜିଷ୍ଟ୍ରାରଙ୍କୁ ୧୫ ଦିନ ମଧ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ହେବ, ଯଦି ଏହା ନହୁଏ ତେବେ ଆବେଦନ
ରେଜିଷ୍ଟ୍ରାରଙ୍କ ନିକଟକୁ ଚାଲିଯିବ । ଅନଲାଇନରେ ବିବାହ ପଞ୍ଜିକରଣ ମଧ୍ୟ କରାଯାଇପାରିବ ଯାହାଦ୍ୱାରା ଜଣେ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ପଡ଼ିବ ନାହିଁ । ଏଥିପାଇଁ କଟ୍ ଅଫ୍ ୨୭ ମାର୍ଚ୍ଚ ୨୦୧୦ ପରେ
ବିବାହ କରିଥିବା ଦମ୍ପତ୍ତି ବିବାହ ପଞ୍ଜିକରଣ କରିବାକୁ ବାଧ୍ୟତାମୁଳକ ଅଟେ । ଏଥିପାଇଁ ଛଅ ମାସ ସମୟ ଦିଆଯାଇଛି । ସେହିପରି ୟୁସିସିର ନୂଆ ନିୟମ ଅନୁସାରେ ଲିଭ୍ ଇନ୍ ରିଲେସନ୍ସିପରେ ରହିବାକୁ ଚାହୁଁଥିବା ଯୁବକ ଯୁବତୀମାନେ ପିତାମାତାଙ୍କ ଅନୁମତି ନେବା ଆବଶ୍ୟକ । ଏହି ଦମ୍ପତିଙ୍କୁ ସମ୍ପର୍କ ବିଷୟରେ ରେଜିଷ୍ଟ୍ରାରଙ୍କୁ ଜଣାଇବାକୁ ପଡ଼ିବ ଏବଂ ଯଦି ସେମାନେ ସମ୍ପର୍କ ଭାଙ୍ଗିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ରେଜିଷ୍ଟ୍ରାରଙ୍କୁ ମଧ୍ୟ ଜଣାଇବାକୁ ପଡ଼ିବ । ଏକ ମାସରୁ ଅଧିକ ସମୟ ପଞ୍ଜୀକରଣ ନକରି ଲିଭ-ଇନରେ ରହିଲେ ୧୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯିବ । ରେଜିଷ୍ଟ୍ରାର ପଞ୍ଜୀକୃତ ଦମ୍ପତିଙ୍କ ବିଷୟରେ ସେମାନଙ୍କ ପିତାମାତାଙ୍କୁ ସୂଚନା ଦେବେ ଏବଂ ଏହି ସୂଚନା ସମ୍ପୂର୍ଣ୍ଣ ଗୋପନୀୟ ହେବ । ଲିଭ୍‌ ଇନରୁ ଜନ୍ମ ନେଉଥିବା ସନ୍ତାନ ଆଇନ ଆଗରେ ବୈଧ ଦର୍ଶାଯାଇଛି । ଯଦି ସମ୍ପର୍କ ଭାଙ୍ଗିଯାଏ, ତେବେ ଯୁବତୀ ଭରଣପୋଷଣ ପାଇଁ ଦାବି କରିପାରିବେ । ସିଏମ୍ ଧାମି କହିଛନ୍ତି ଯେ ଲିଭ୍‌-ଇନ୍ ରିଲେସନ୍ସିପ୍‌ ସମୟରେ ଜନ୍ମ ହୋଇଥିବା ଶିଶୁକୁ ସେହି ଦମ୍ପତିଙ୍କ ସନ୍ତାନ ଭାବରେ ବିବେଚନା କରାଯିବ ଏବଂ ସେ ସମସ୍ତ ଅଧିକାର ପାଇବ । ସେ କହିଛନ୍ତି, ଆମର ଲକ୍ଷ୍ୟ କାହାର ଗୋପନୀୟତାକୁ ଉଲ୍ଲଂଘନ କରିବା ନୁହେଁ ବରଂ ସେମାନଙ୍କର ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା । ଅନେକ ଥର, ଏକାଠି ରହିବା ପରେ ସମ୍ପର୍କ ଖରାପ ହୁଏ ଏବଂ ଭୁଲ ବୁଝାମଣାରୁ ହତ୍ୟା ପରି
ପରିସ୍ଥିତି ସୃଷ୍ଟି ହୁଏ । ୨୦୨୨ରେ, ଲିଭ୍ ଇନ୍ ରିଲେସନରେ ତିକ୍ତତା ଯୋଗୁ ଶ୍ରଦ୍ଧା ୱାଲକର ନାମକ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଆଫତାବ ଦିଲ୍ଲୀର ୩୦୦ ଖଣ୍ଡ କରି ଫ୍ରୀଜରେ ରଖିଥିଲେ । ଇସଲାମରେ ପ୍ରଚଳିତ ହଲାଲଶ ପ୍ରଥାକୁ ୟୁସିସିରେ ନିଷେଧ କରାଯାଇଛି । ଉତ୍ତରାଖଣ୍ଡରେ ରହୁଥିବା ମୁସଲମାନ ଲୋକମାନେ ହଲାଲା ପ୍ରଥାକୁ ଅନୁସରଣ
କରିପାରିବେ ନାହିଁ । ବହୁବିବାହ ଉପରେ ମଧ୍ୟ ନିଷେଧାଦେଶ ରହିଛି । ବିବାହ ପରି ଏହି ନିୟମ ମାଧ୍ୟମରେ ଛାଡ଼ପତ୍ରର ପଞ୍ଜୀକରଣ ମଧ୍ୟ ଆବଶ୍ୟକ, ଯାହା ୱେବ୍ ପୋର୍ଟାଲ୍ ମାଧ୍ୟମରେ କରାଯାଇପାରିବ । ୟୁସିସି ଅଧୀନରେ ସମସ୍ତ ଧର୍ମର ସନ୍ତାନ ଗ୍ରହଣ କରିବାର ଅଧିକାର ଅଛି, କିନ୍ତୁ କେବଳ ନିଜ ଧର୍ମର ସନ୍ତାନ ଗ୍ରହଣ କରାଯାଇପାରିବ । ଅନ୍ୟ ଧର୍ମର ସନ୍ତାନ ଗ୍ରହଣ କରିବାକୁ ଏକ ନିଷେଧାଦେଶ ରହିଛି । ୟୁସିସି ଅଧୀନରେ, ସମସ୍ତ ସମ୍ପ୍ରଦାୟରେ ପୁଅ ଏବଂ ଝିଅ ପିତାଙ୍କର ସମ୍ପତ୍ତିରେ ସମାନ ଅଧିକାର ପାଇବେ । ପ୍ରାକୃତିକ ସମ୍ପର୍କ, ସହାୟକ ବ୍ୟବସ୍ଥା କିମ୍ବା ଲିଭ-ଇନ୍‌
ସମ୍ପର୍କରେ ଜନ୍ମିତ ପିଲାମାନେ ମଧ୍ୟ ସମ୍ପତ୍ତିରେ ଅଧିକାର ବୋଲି ବିବେଚନା କରାଯିବ । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପତ୍ନୀ ଏବଂ ପିଲାମାନଙ୍କ ସହିତ ପିତାମାତା ମଧ୍ୟ ସମ୍ପତ୍ତିରେ ଅଧିକାର ପାଇବେ । ସମ୍ପତ୍ତି ସମ୍ବନ୍ଧରେ ଯଦି କୌଣସି ବିବାଦ ଉପୁଜେ, ତେବେ ପତ୍ନୀ, ପିଲା ଏବଂ ପିତାମାତା ମୃତକଙ୍କ ସମ୍ପତ୍ତିରେ ସମାନ ଅଧିକାର ପାଇବେ । ସମ୍ବିଧାନର ଧାରା ୩୪୨ରେ ଉଲ୍ଲେଖିତ ଅନୁସୂଚିତ ଜନଜାତିଙ୍କୁ ୟୁସିସି ବାହାରେ ରଖାଯାଇଛି । ରୀତିନୀତି ଏବଂ ପରମ୍ପରାର ସୁରକ୍ଷା ପାଇଁ ଏମାନଙ୍କୁ ୟୁସିସିରୁ ବାଦ ଦିଆଯାଇଛି । ଏହା ବ୍ୟତୀତ ତୃତୀୟଲିଙ୍ଗୀଙ୍କ ପରମ୍ପରାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Leave A Reply

Your email address will not be published.