୩୧ରୁ ସଂସଦର ବଜେଟ ଅଧିବେଶନ

0 87

ନୂଆଦିଲ୍ଲୀ,: ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ । ସେହିଦିନ ହିଁ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ଏହାର ଦିନକ ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମଥର ପାଇଁ ବଜେଟ ଉପସ୍ଥାପନ କରିବେ । ବଜେଟ ଆଗତ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଉଭୟ ଗୃହରେ ଚର୍ଚ୍ଚା ହେବ । ଲୋକସଭା ଏବଂ ରାଜ୍ୟସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସହ ଏହି ଅଧିବେଶନ ଶେଷ ହେବ । ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ସଂସଦ ବନ୍ଦ ରହିବ । ପରେ ମାର୍ଚ୍ଚ ୧୦ରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୪ରେ ଶେଷହେବ । ଏହି ବଜେଟ କେନ୍ଦ୍ର ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ସମ୍ପୂର୍ଣ୍ଣ ବଜେଟ ହେବ । ଏହି ସମୟରେ ଦରଦାମ ବୃଦ୍ଧି, ଚାଷୀ ଆନ୍ଦୋଳନ, ଆଦାନୀ ପ୍ରସଙ୍ଗ ଆଦିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରୟାସ କରିବେ । ସୂଚନାଯୋଗ୍ୟ ଯେ ଗତ ଶୀତ ଅଧିବେଶନ ହଙ୍ଗାମାର ସହ ଶେଷ ହୋଇଥିଲା । ଅଧିବେଶନ ଶେଷ ହେବାର ଦୁଇ ଦିନ ପୂର୍ବରୁ ସଂସଦ ବାହାରେ ଅପ୍ରୀତିକର ଘଟଣା ଘଟିଥିଲା ।

Leave A Reply

Your email address will not be published.