ଫୋନପେ ସହିତ ମହାକୁମ୍ଭ ମେଳା ପାଳନ କରନ୍ତୁ

0 78

ଭୁବନେଶ୍ୱର,: ଫୋନ୍‌ପେ ପକ୍ଷରୁ ଆଜି ମହାକୁମ୍ଭ ମେଳାକୁ ନେଇ ଏକ ବିସ୍ତୃତ କ୍ୟାମ୍ପେନର ଲଞ୍ଚ୍ ଘୋଷଣା କରାଯାଇଛି ଯାହା ପ୍ରୟାଗରାଜଠାରେ ଜାନୁଆରୀ ୧୩ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଫୋନପେର ଏହି କ୍ୟାମ୍ପେନରେ
‘ମହାକୁମ୍ଭ କା ମହାସଗୁନ’ ଅଫର୍ ଭଳି ଏକାଧିକ ଉତ୍ସାହଜନକ ଅଫର ସାମିଲ ରହିଛି । ଏହି ଅଫର୍‌ରେ ପ୍ରୟାଗରାଜ ସହରରେ ମହାକୁମ୍ଭ ମେଳାରେ ଯୋଗ ଦେଉଥିବା ଫୋନ୍‌ପେର ନୂଆ ଉପଭୋକ୍ତାମାନେ ନିଜର ପ୍ରଥମ ଟ୍ରାଞ୍ଜାକ୍ସନ ଉପରେ ୧୪୪ ଟଙ୍କାର କ୍ୟାଶବ୍ୟାକ ପାଇପାରିବେ । ଏହି ଅଫର୍ ଫେବୃଆରୀ ୨୬ ତାରିଖ ୨୦୨୫ ପର୍ଯ୍ୟନ୍ତ ଏବଂ ସର୍ବନିମ୍ନ ୧ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ଉପରେ ବୈଧ ରହିବ । ଏହି କ୍ୟାମ୍ପେନ ପାଇଁ ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନୀ ଟଚ୍‌ପଏଣ୍ଟଗୁଡିକରେ ମହାକୁମ୍ଭ ଥିମର କ୍ୟୁଆର କୋଡ୍‌, ବ୍ୟାନର, ପୋଷ୍ଟର ଓ ଅନ୍ୟ ବ୍ରାଣ୍ଡିଂ ଏଲିମେଣ୍ଟଗୁଡିକର ଏକ ମିଶ୍ରଣକୁ ବ୍ୟବହାର କରୁଛି । ଏହି ପବିତ୍ର ମହାକୁମ୍ଭ ମେଳାକୁ ଆହୁରି
ଉତ୍ସାହଜନକ କରିବା ପାଇଁ ଫୋନ୍‌ପେ ପକ୍ଷରୁ ଏହାର ସ୍ମାର୍ଟସ୍ପିକରରେ ଏକ ସ୍ୱତନ୍ତ୍ର ବାର୍ତା ଲଞ୍ଚ୍ କରାଯାଇଛି, ଯାହା ଅଂଶଗ୍ରହଣକାରୀଙ୍କୁ ‘ମହାକୁମ୍ଭ କି ଶୁଭ୍‌କାମନାୟେଁ, ମହା ସଗୁନ କେ ସାଥ୍‌’ ବାର୍ତ୍ତା ସହ ଶୁଭେଚ୍ଛା ଜଣାଉଛି । ଏହି କ୍ୟାମ୍ପେନ ୪୦ କୋଟିରୁ ଅଧିକ ଭକ୍ତଙ୍କ ପାଇଁ ମହାକୁମ୍ଭ ମେଳାକୁ ସୁବିଧାଜନକ ଓ ବାଧାହୀନ କରିବା ପାଇଁ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । ଏହା ସେମାନଙ୍କୁ ନଗଦ ଅର୍ଥ ରଖିବାର
ଚିନ୍ତା ବିନା ସହଜରେ ପେମେଣ୍ଟ କରିବାକୁ ଅନୁମତି ଦେବ । ଏହା ଦେଶରେ ଡିଜିଟାଲ ପେମେଣ୍ଟର ଗ୍ରହଣୀୟତାକୁ ବୃଦ୍ଧି କରିବା ସହ କୋଟି
କୋଟି ଭାରତୀୟଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବ । ଉପଭୋକ୍ତାମାନେ ଫୋନପେ ଆପ୍‌ ଡାଉନଲୋଡ କରିବା ପରେ ସେଥିରେ ନିଜର ବ୍ୟାଙ୍କ ଆକାଉଣ୍ଟଟ ଲିଙ୍କ କରିବେ ଏବଂ ଏକ ୟୁପିଆଇ ପିନ୍‌ ସେଟ୍ କରିବେ । ଅଫର୍ ପାଇବା ପାଇଁ ଆପ୍‌ରେ ଲୋକେଶନ ପରିମିଶନକୁ ଅନୁମତି ଦେବାକୁ ପଡିବ । ଏହାଛଡା ନିଜ ଡିଭାଇସ୍‌ରେ ଲୋକେଶନ ସର୍ଭିସ୍‌କୁ ‘ଅନ୍‌’ ରଖିବାକୁ ହେବ । ଏହି ଅଫର୍ କେବଳ ପ୍ରୟାଗରାଜ ସହରରେ ଉପସ୍ଥିତ ଥିବା ଉପଭୋକ୍ତାଙ୍କ ପାଇଁ ବୈଧ ରହିବ । ଏହି ଅଫର୍‌ରେ ମିଳିବାକୁ ଥିବା କ୍ୟାଶବ୍ୟାକ ଫୋନପେ ଆପରେ ଏକ ସ୍କ୍ରାଚ କାର୍ଡ ରୂପରେ ଉପଲବ୍ଧ ହେବ ।

Leave A Reply

Your email address will not be published.