ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

0 77

କେନ୍ଦୁଝର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ୩ ଦିନିଆଁ କେନ୍ଦୁଝର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଆଜି ଦିନ ୧୨ ଟା ସମୟରେ ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହର ଆରମ୍ଭ କରିଥିଲେ । ଏଥିରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ । ପ୍ରଥମେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଲକ୍ଷାଧିକ ଟଙ୍କାର ସହାୟକ ରାଶୀ ପ୍ରଦାନ କରିଥିଲେ । ଏହା ପରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅନେକ ବିରିଷ୍ଠ ନାଗରିକମାନଙ୍କୁ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ୩୫୦୦ ଟଙ୍କାର ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଥିଲେ । ଏହା ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ, ଜୟ ମା’ ତାରିଣୀ, ଜୟ
ବଳଦେବଜୀଉ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ପବିତ୍ର ମାଟି କେନ୍ଦୁଝରରେ ରାଜ୍ୟର ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଭତ୍ତା ବିତରଣ
ସମାରୋହ ଆରମ୍ଭ ହେଉଥିବା ବେଳେ ଏହା ଆଜି ସାରା ରାଜ୍ୟରେ ମଧ୍ୟ ମନ୍ତ୍ରୀ ବିଧାୟକ ଓ ସାଂସଦଙ୍କ ଉପସ୍ଥିତରେ ଆରମ୍ଭ କରାଯାଇଛି । ଆଗରୁ ୧୨୦୦ ଟଙ୍କା ପାଉଥିଲେ ଓ ଆଜି ଠାରୁ ୩୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ । ୪ ଲକ୍ଷ ୧୭ ହଜାର ୪୯୬ଜନ ହିତାଧିକାରୀ ଏହାର ଲାଭ ପାଇବେ ଓ କେନ୍ଦୁଝର ିଲ୍ଲାର ୯୯୧୩ ଜଣ ଏହାର ଲାଭ ପାଇବେ । ନୂଆ ସରକାରକୁ ୭ ମାସ ହେଲା ଓ ଆମ ସରକାର ଏକାଧିକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି । ହେଲେ ବିଗତ ସରକାର ଲୋକଙ୍କ ଦୁଃଖ ସୁଖ ବୁଝିବାରେ ବିଫଳ ହୋଇଥିଲେ । ତେଣୁ ଲୋକେ ତାଙ୍କୁ ପ୍ରତ୍ୟାକ୍ଷାନ କରି ଆମ ସରକାରକୁ କ୍ଷମତାକୁ ଆଣିଛନ୍ତି । କାଲି ମୁଁ ଆସିବା ବେଳେ ରାସ୍ତାରେ ମାଁ ମାନେ ମୋତେ ଅଟକାଇ ଟୁସୁଙ୍କୁ ଦର୍ଶନ କରାଇଥିଲେ ଓ ଗୀତ ଗାଇଥିଲେ । ପୂର୍ବ ସରକାରରେ ଅଭିଯୋଗ ପ୍ରକୋଷ୍ଠ ଚାଲୁ ନଥିଲା । ଲୋକେ ବର୍ଷ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠକୁ ଆସି ଫେରୁଥିଲେ । ଏବେ ମୋତେ ଆସି ଅଭିଯୋଗ ପତ୍ର ଦେଉଛନ୍ତି ଓ ଖୁସିରେ କାନ୍ଦୁଛନ୍ତି । ଏବେ ୮୦ ପ୍ରତିଶତ ଲୋକଙ୍କର ଅଭିଯୋଗର ସମାଧାନ ହୋଇଛି । ଗାଁ ଲୋକଙ୍କର ଦୁଃଖ କଣ ମୁଁ ଜାଣିଛି, ନିଜେ ଅଙ୍ଗେ ନିଭାଇଛି । ମହିଳାଙ୍କ ଶସସ୍ତିକରଣ ପାଇଁ ମା’ ମାନଙ୍କୁ ୫୦ ହଜାର ପ୍ରଦାନ କରାଯାଉଛି । ୨୯ ହଜାରରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଆୟୁଷମାନ ଯୋଜନାରେ ଚିକିତ୍ସା ହୋଇ ପାରିବେ ୭୦ ବର୍ଷରୁ ଉର୍ଦ୍ଧ୍ୱ ନାଗରିକମାନେ ମଧ୍ୟ ଏହାର ଲାଭ ପାଇ ପାରିବେ । ପ୍ରତି ପଞ୍ଚାୟତରେ ଏବେ ଆୟୁଷମାନ ମନ୍ଦିର ପ୍ରତିଷ୍ଠା ହେବ ସେଠାରେ ମାଗଣାରେ ଔଷଧ ସହ ଚିକିତ୍ସା ଯୋଗାଇ ଦିଆଯିବ ବିଧାୟକ ବିଦ୍ରି ପାତ୍ର କହିଥିଲେ । ଜିଏ ଯାହା ଭାବୁଛି ଭାବୁ ଜିଲ୍ଲାର ସର୍ବାଙ୍ଗିନ ବିକାଶ ପାଇଁ ମୋହନ ବାବୁଙ୍କ ସାଥ ଦେବି ତାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱଗତ କରିଥିଲେ । କାର୍ଯ୍ୟକ୍ରମରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡକ୍ଟର ଫକିର ମୋହନ ନାୟକ, କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ପ୍ରମୁଖ ଏହି ବର୍ଦ୍ଧିତ ଭତା ବୟସ୍କ ଓ ଭିନ୍ନକ୍ଷମଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବାରେ ବେଶ୍ ସହାୟକ ହେବ ବୋଲି ବକ୍ତବ୍ୟ ରଖି କେନ୍ଦୁଝର ଓ ରାଜ୍ୟର ବିକାଶ ଦିଗରେ ସମସ୍ତେ ମିଳି ମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ ସ୍ୱାଗତ ଭାଷଣ ଓ ଅତିରିକ୍ତ ଜିଲ୍ଲାପାଳ
ଆଲକ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.