ବଢ଼ୁଛନ୍ତି ମହିଳା ଷ୍ଟାର୍ଟଅପ୍ ଉଦ୍ୟୋଗୀ : ଯୋଗାଡ଼ କରିଛନ୍ତି ୯୩୦ ନିୟୁତ ଡଲାର

0 81

ନୂଆଦିଲ୍ଲୀ,: ଦେଶର ଅର୍ଥନୀତିରେ ମହିଳାମାନଙ୍କର ଯୋଗଦାନ କିଛି କମ୍ ନାହିଁ । ଏପରିକି ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ସେମାନଙ୍କ ଦବଦବା ବଢ଼ିଛି । ଗତ କିଛିବର୍ଷ ଭିତରେ ମହିଳାଙ୍କ ନେତୃତ୍ୱରେ ପରିଚାଳିତ ଷ୍ଟାର୍ଟଅପ୍ଗୁଡ଼ିକ ପାଣ୍ଠି ସଂଗ୍ରହରେ ବଡ଼ ସଫଳତା ହାସଲ କରିଛନ୍ତି । ଏକ
ରିପୋର୍ଟ ଅନୁଯାୟୀ, ମହିଳାଙ୍କ ନେତୃତ୍ୱରେ ପରିଚାଳିତ ଷ୍ଟାର୍ଟଅପଗୁଡ଼ିକ ୨୦୨୪ ମସିହାରେ ୯୩୦ ନିୟୁତ ଡଲାରର ପାଣ୍ଠି ସଂଗ୍ରହ କରିଛନ୍ତି । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୭୯୦୦ କୋଟି ଟଙ୍କା ହେବ । ୧୩୬ଟି ଚୁକ୍ତି କରି ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପଗୁଡ଼ିକ ଏହି ପାଣ୍ଠି ପାଇଛନ୍ତି । ୨୦୨୩ ମସିହାରେ ୧୧୮ଟି ଚୁକ୍ତି ଜରିଆରେ ଏମାନେ ୪୮୦ ନିୟୁତ ଡଲାର ପାଇଥିଲେ । ଅର୍ଥାତ୍‌ ୨୦୨୩ ତୁଳନାରେ ୨୦୨୪ରେ ଏଥିରେ ୯୩.୭୫ ପ୍ରତିଶତ ବୃଦ୍ଧି ଦେଖାଦେଇଛି । ମହିଳାଙ୍କ ନେତୃତ୍ୱାଧୀନ ଷ୍ଟାର୍ଟଅପଗୁଡ଼ିକ ମଧ୍ୟରୁ ଆର୍ଥିକ ପ୍ରଯୁକ୍ତି କ୍ଷେତ୍ରର ଷ୍ଟାର୍ଟଅପ୍ ସବୁଠୁ
ଅଧିକ ପାଣ୍ଠି ପାଇଛନ୍ତି । ମୋଟ ପାଣ୍ଠି ଯୋଗାଡ଼ରେ ଆର୍ଥିକ ପ୍ରଯୁକ୍ତି ଷ୍ଟାର୍ଟଅପ୍ କ୍ଷେତ୍ରର ଯୋଗଦାନ ୨୮.୭ ପ୍ରତିଶତ ବା ୨୬୬.୯୧ ନିୟୁତ ଡଲାର ରହିଛି । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଇ-କମର୍ସ କ୍ଷେତ୍ରର ଷ୍ଟାର୍ଟଅପ୍ ରହିଛି । ଏହି କ୍ଷେତ୍ରକୁ ମୋଟ ପାଣ୍ଠିର ୨୨.୮ ପ୍ରତିଶତ ବା ୨୧୨ ନିୟୁତ ଡଲାର ରାଶି ମିଳିଛି । ଉଦ୍ୟୋଗ ପ୍ରଯୁକ୍ତି ୧୪ ପ୍ରତିଶତ ଅଂଶଧନ ବା ୧୩୦ ନିୟୁତ ଡଲାର ସହ ତୃତୀୟ ସ୍ଥାନରେ ରହିଛି । ତେବେ
ଆର୍ଥିକ ପ୍ରଯୁକ୍ତି କ୍ଷେତ୍ର ମାତ୍ର ୧୭ଟି ଚୁକ୍ତି ଜରିଆରେ ଉପରୋକ୍ତ ରାଶି ସଂଗ୍ରହ କରିଛି । ଅନ୍ୟପକ୍ଷରେ ଇ-କମର୍ସ କ୍ଷେତ୍ର ୫୩ଟି ଚୁକ୍ତି ଜରିଆରେ ୨୧୨ ନିୟୁତ ଡଲାର ହାସଲ କରିଛି । ଏହାବ୍ୟତୀତ ସ୍ୱାସ୍ଥ୍ୟ ପ୍ରଯୁକ୍ତି ଓ ସ୍ୱଚ୍ଛପ୍ରଯୁକ୍ତି କ୍ଷେତ୍ରର ଅଂଶଧନ ଯଥାକ୍ରମେ ୧୧ ପ୍ରତିଶତ ଏବଂ
୧୪.୧ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ୨୦୨୪ରେ ମୋଟ ୧୩ଟି ନୂଆପିିର କମ୍ପାନୀ ସେମାନଙ୍କ ଆଇପିଓ (ପ୍ରାରମ୍ଭିକ ପବ୍ଲିକ ଅଫର୍‌) ଆରମ୍ଭ କରିଛନ୍ତି । ଆଇପିଓ ଜରିଆରେ ସେମାନେ ଷ୍ଟକ ମାର୍କେଟରୁ ୨୯୨୦୦ କୋଟିରୁ ଅଧିକ ଅର୍ଥରାଶି ସଂଗ୍ରହ କରିଛନ୍ତି । ଷ୍ଟାର୍ଟଅପ୍ଆ ଇପିଓଗୁଡ଼ିକ ମଧ୍ୟରେ ଟିଏସି ସିକ୍ୟୁରିଟି, ୟୁନିକମର୍ସ, ମୋବିକ୍ୱିକ, ଟିବିଓ ଟେକ୍‌, ଇକ୍ସିଗୋ, ଟ୍ରଷ୍ଟ ଫିନଟେକ୍‌, ମେନହୁଡ୍‌, ଆୱାଫିସ୍‌, ସ୍ୱିଗି,  ଡିଜିଟାଲ ଇନସ୍ୟୁରାନ୍ସ, ବ୍ଲାକବକ୍ ଏବଂ ଓଲା ଇଲେକ୍ଟ୍ରିକ୍ ରହିଛନ୍ତି ।

Leave A Reply

Your email address will not be published.