ଗଜପତିରେ ଅସମ୍ଭାଳ ଶୀତ,ଘନ କୁହୁଡ଼ି

0 77

ପାରଳାଖେମୁଣ୍ଡି,: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ୭ଟି ବ୍ଲକ ଯଥା ମୋହନା, ଆର.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ, କାଶୀନଗର, ଗୁମ୍ମା ଆଦି ଅଞ୍ଚଳରେ ଗତ ୪ ଦିନ ଧରି ଲାଗି ରହିଛି ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ତାପମାତ୍ରା ନିମ୍ନଗାମୀ ହୋଇ ଜନଜୀବନ ପ୍ରଭାବିତ ହୋଇଛି । ଶୀତରୁ ରକ୍ଷା ପାଇଁ ସ୍ଥାନୀୟ ଗରିବ ଶ୍ରେଣୀୟ ଲୋକେ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ଦଳିତ ଶ୍ରେଣୀର ଲୋକେ କାଠ ଗଣ୍ଡି ଓ ଝାଟି କାଠ ଜାଳି ନିଆଁ ପୁଉଁଥିବା ଦେଖିବାକୁ ମିଳିଛି । ଗରିବ ଲୋକଙ୍କ ପାଖରେ ଶୀତବସ୍ତ୍ର ନଥ୍ୱାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । କେନ୍ଦ୍ର ପାଣିପାଗ ସୂଚନା କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲାକୁ କୁହୁଡ଼ି ପାଇଁ ଯଲ୍ଲୋ ୱାନିଙ୍ଗ୍ଦି ଆଯାଇଛି  ଘନ କୁହୁଡ଼ି ସକାଳ ୮ଟା ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଥିବାରୁ ବସ୍, ଟ୍ରକ୍, କାର ଓ ବାଇକ୍ ·ଳକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । କୁହୁଡ଼ି ଯୋଗୁଁ ରାସ୍ତାରେ ଯାନବାହାନ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ନଜିର ମଧ୍ୟ ରହିଛି । ଗାଡ଼ି ·ଳକଙ୍କୁ ଏଦିଗରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି ।

Leave A Reply

Your email address will not be published.