ନୂଆଦିଲ୍ଲୀ,: ବର୍ଡର-ଗାଭାସ୍କର ଟ୍ରଫିରେ ବିରାଟ କୋହଲିଙ୍କ ଖରାପ ଫର୍ମ ତାଙ୍କ ଟେଷ୍ଟ କ୍ୟାରିୟରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ପଟେ ରୋହିତ ଶର୍ମା ଅଧିନାୟକ ହୋଇଥିଲେ ହେଁ ସିଡନୀ ଟେଷ୍ଟରୁ ବାହାରେ ବସିବାକୁ ନିଷ୍ପତ୍ତି ନେଇଥିଲେ । ଅଫ୍ ଷ୍ଟମ୍ପ୍ ବଲ୍ କ୍ରମାଗତ ଭାବରେ ବିରାଟ କୋହଲିଙ୍କୁ ସମଗ୍ର ସିରିଜରେ ଅସୁବିଧାରେ ପକାଉଥିଲା ଏବଂ ସେ ସିଡନୀ ଟେଷ୍ଟରେ ମଧ୍ୟ ସମାନ ଢଙ୍ଗରେ ଆଉଟ୍ ହୋଇଥିଲେ । ବର୍ତ୍ତମାନ ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ, କୋହଲି ଏପର୍ଯ୍ୟନ୍ତ ଅବସର ନେବାକୁ କୌଣସି ମୁଡରେ ନାହାଁନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋହଲି ଏପର୍ଯ୍ୟନ୍ତ ଅବସର ନେବାକୁ କୌଣସି ମୁଡରେ ନାହାଁନ୍ତି ଏବଂ ୨୦୨୭ ଦିନିକିଆ କ୍ରିକେଟ୍ ବିଶ୍ୱକପ୍
ପର୍ଯ୍ୟନ୍ତ ଖେଳିବାକୁ ଚାହୁଁଛନ୍ତି । ଭାରତୀୟ ଦଳର ପୂର୍ବତନ ଚୟନକର୍ତ୍ତା କହିଛନ୍ତି ଯେ, ଜୁନ୍ ୨୦୨୫ ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିରାଟଙ୍କ ସମ୍ଭାବ୍ୟ ସ୍ଥାନ ବିପଦରେ ଥିବା ଜଣାପଡିଛି । ଏହି ପୂର୍ବତନ ଚୟନକର୍ତ୍ତା ପୂର୍ବାନୁମାନ କରିଛନ୍ତି ଯେ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଚୟନ କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ହେବ । ଜାନୁଆରୀ-ଫେବୃଆରୀ ମାସରେ ଭାରତକୁ ଇଂଲଣ୍ଡ ବିପକ୍ଷରେ ୫ ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବାକୁ ପଡିବ । ସେହିଭଳି ରିପୋର୍ଟରେ କୁହାଯାଇଛି ଯେ, କୋହଲି ଏବଂ ରୋହିତଙ୍କୁ କେବଳ ଆଇପିଏଲ ପ୍ରଦର୍ଶନ ଆଧାରରେ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ । ବିରାଟ ଘରୋଇ କ୍ରିକେଟ୍ଖେ ଳିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି, ଏହା ସତ୍ତ୍ୱେ ସେ ଏହି ପ୍ରସଙ୍ଗରେ କୌଣସି ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରିନାହାଁନ୍ତି । ରଣଜୀ ଟ୍ରଫି ମ୍ୟାଚର ପରବର୍ତ୍ତୀ ରାଉଣ୍ଡ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବ । ବିରାଟ କୋହଲି ଘରୋଇ କ୍ରିକେଟରେ ଦିଲ୍ଲୀ ପାଇଁ ଖେଳିଛନ୍ତି, ଯାହାଙ୍କର ପରବର୍ତ୍ତୀ ମ୍ୟାଚ୍ ରାଜକୋଟରେ ସୌରାଷ୍ଟ୍ର ବିପକ୍ଷରେ ଖେଳାଯିବ । କିନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ କୋହଲି କୌଣସି ରେଡ୍ ବଲ୍ କ୍ରିକେଟ୍ ଖେଳିବେ ବୋଲି ସାମାନ୍ୟ ଆଶା ଥିବା ଜଣାପଡିଛି । ଏହି ରିପୋର୍ଟକୁ ସୂଚାଇ ଦିଆଯାଇପାରେ ଯେ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଆଉ ସୁରକ୍ଷିତ ନୁହେଁ । ଏହି ଦୁଇ କ୍ରିକେଟର ଟି-୨୦ ପୂର୍ବରୁ ଅବସର ନେଇସାରିଛନ୍ତି ।