ରାଜ୍ୟରେ ବଢୁଛି ଶୀତ, କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂଜାରି

0 186

ଭୁବନେଶ୍ୱର, : କମୁଛି ପାରଦ, ବଢୁଛି ଶୀତ । ଆସନ୍ତା ସପ୍ତାହେ ଯାଏଁ ପାଣିପାଗରେ ବିଶେଷ ପରିବର୍ତ୍ତନ ନାହିଁ । ତେବେ କେତେକ ସ୍ଥାନରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୬ ଯାଏଁ ଓଡ଼ିଶାରେ ଥଣ୍ଡାର ପ୍ରକୋପ ରହିବ । ଉପକୁଳ ସମେତ ଆଭ୍ୟନ୍ତରିଣ ଓଡିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସିବ । ଶୀତର ଲହରୀ ସାରା ରାଜ୍ୟରେ ଅନୁଭୂତ ହେବ । ବିଶେଷ ଭାବେ ଶୀତର ପ୍ରକୋପ ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ । ଏଥିସହ ଆସନ୍ତା ୨୪ ଘଣ୍ଟାରେ ଅନୁଗୁଳ, କନ୍ଧମାଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ସେହିପରି ୪ ତାରିଖର ମଧ୍ୟ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେଉଁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ ଘନ କୁହୁଡ଼ି ପରିଲକ୍ଷିତ ହେବ । ଏନେଇ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ୬ ତାରିଖ ଯାଏଁ ମୁଖ୍ୟତଃ ପାଗ ଶୁଖିଲା ରହିବ । ଅନ୍ୟପକ୍ଷେ ପାଣିପାଗ
ବିଶେଷଜ୍ଞ କହିଛନ୍ତି ଶୀତରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିବ ପାରଦ । ଉପକୂଳରେ ମଧ୍ୟ ଶୀତର ପ୍ରକୋପ ଦେଖାଦେବ । ଉତ୍ତର -ଉତ୍ତର ଉପକୂଳରୁ ବାୟୁ ପ୍ରବାହିତ ହେଉଛି । ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ।

Leave A Reply

Your email address will not be published.