ଭୁବନେଶ୍ୱର ତା ୨୯/୧୨: ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ୨୪ ୱାର୍ଡ଼ ଓ ୬ ପଞ୍ଚାୟତ ରୁ ଖେଳାଳି ବନ୍ଧୁ ଙ୍କୁ ନେଇ ଆୟୋଜିତ କ୍ରିକେଟ୍ ର ମହାକୁମ୍ଭ ଅଟଳ ଏକାମ୍ର ଧମାକା ସିଜିନ -୨ କପିଳପ୍ରସାଦର ସାକ୍ସ ପଡିଆରେ ଆଜି ଉଦ୍ଘାଟିତ ହୋଇଛି।
ଏଥିରେ ଏକାମ୍ର ରୁ ୫୦ ରୁ ଉର୍ଦ୍ଧ ଟିମ୍ ଯୋଗଦେଇଛନ୍ତି। ଏହି ଟୁନାମେଣ୍ଟ ୧୦ ଦିନ ଧରି ଚାଲିବ। ପ୍ରଥମ ଦିନ ମ୍ୟାଚ ୱାର୍ଡ଼ ନଂ ୫୨,୪୪,୬୭,୬୨,୨୪,୪୫,୫୦,୬୦,୫୮, ପଞ୍ଚାୟତ ଇଟିପୁର, ଲିଙ୍ଗିପୁର ଖେଳିଥିଲେ ଥିରେ ଆଜି ମ୍ୟାଚ ୱାର୍ଡ଼ ନଂ୫୨,୬୭,୫୦,୪୪,୬୦,୫୮ ବିଯୟି ହୋଇଥିଲେ।ଏହି ଟୁନାମେଣ୍ଟ ରେ ୱିନର ୫୦,୦୦୦ ଟଙ୍କା ଓ ରନରସ୍ ୩୫,୦୦୦ ଟଙ୍କା। ସମସ୍ତ କ୍ୱାଟର ଫାଇନାଲିଷ୍ଟ ଦଳ ଙ୍କୁ ୫୦୦୦ ଟଙ୍କା, ସମସ୍ତ ସେମି ଫାଇନାଲିଷ୍ଟ ଦଳ ଙ୍କୁ ୧୦୦୦୦ ଟଙ୍କା, ବେଷ୍ଟ ବ୍ୟାଟସ୍ ମ୍ୟାନ , ବୋଲର, ଫିଲ୍ଡର, ଡିଶିପ୍ଲିଣ୍ଟ ଟିମ୍ ଙ୍କୁ କପ୍ ସହ ୧୦୦୦ ଟଙ୍କା ପ୍ରଦାନ କରାଯିବ।ଏହି ଉଦ୍ଘାଟନୀ ଉତ୍ସବ କୁ ଏକାମ୍ର ବିଧାୟକ ବାବୁ ସିଂ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ ୨ୟ ଅଟଳ ଏକାମ୍ର ଧମାକା କ୍ରିକେଟ ଟୁନାମେଣ୍ଟ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ବର୍ଗ ଙ୍କୁ ଖେଳ ପ୍ରତି ଆଗ୍ରହ ଜନମେଇବା। ଏହି ଟୁନାମେଣ୍ଟ ଏକାମ୍ର ର ଖେଳାଳି ମାନଙ୍କୁ ଏକ ନୂଆ ଉତ୍ସାହ ଉଦ୍ଦୀପନା ଦେବ ଓ କ୍ରୀଡ଼ା କ୍ଷେତ୍ର ରେ ଆଉ ଏକ ପାଦ ବଢ଼ାଇବ ଏକାମ୍ର ନିର୍ବାଚନ ମଣ୍ଡଳୀ। ବହୁ ସଂଖ୍ୟାରେ ଖେଳପ୍ରେମୀ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ମୁଁ ନିବେଦନ କରୁଛି।ଏହି ଟୁନାମେଣ୍ଟ ରେ କର୍ପୋରେଟର ମଧୁସ୍ମିତା ପ୍ରଧାନ,ବ୍ଲକ୍ ଚେୟାରମ୍ୟାନ ନିରୁପମା ସାହୁ,ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ,ଅରୁଣ ପୁରୋହିତ,ରାମଚନ୍ଦ୍ର ରଣସିଂ,ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ,କୃଷ୍ଣ ଚନ୍ଦ୍ର ସେଠୀ, ସୁରେନ୍ଦ୍ର ପ୍ରଧାନ,ପୂର୍ବତନ କ୍ରିକେଟ ଖେଳାଳି ଗୌରପ୍ରସାଦ ନନ୍ଦ, ସ୍ଥାନୀୟ ନେତୃତ୍ଵ ବିଶ୍ଵନାଥ ସେଠୀ,ଅକ୍ଷୟ ଜେନା, ରବି ପାତ୍ର, କୃଷ୍ଣ ନାୟକ, ଜିତୁ ପଟ୍ଟନାୟକ, ଆଲୋକ ସାହୁ,ବିନ୍ଦୁଲତା ବଳିୟାରସିଂ, ମନୋଜ ପାତ୍ର, ସସାଙ୍ଗ ଶେଖର ବିଶ୍ଵାଳ, ଟୁନା ସ୍ବାଇଁ , ସୁରୀୟକାନ୍ତ ସାହୁ, ଅକ୍ଷୟ ବରାଳ, ଦୁର୍ଗା ପ୍ରସାଦ ମହାପାତ୍ର, ପ୍ରଶାନ୍ତ ପ୍ରଧାନ , ଜୟ ମଲ୍ଲୀଆ, କୃଷ୍ଣ ଚନ୍ଦ୍ର ବଟୁ, ଶୁଭଶ୍ରୀ ଚଂପତି, ଜ୍ଵତ୍ରିମଇ ମହାନ୍ତି, ଅମ୍ବିକା ମହାରଣା, ବୀଣା ପାଣି ରଥ, ବିଦୁଲତା ସତଫଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିଥିଲେ।