କଟକ: ପୁଲିସ ଏସ୍ଆଇରୁ ଆରମ୍ଭ କରି ଏଏସ୍ପି ପାହ୍ୟା ପର୍ଯ୍ୟନ୍ତ ପଦୋନ୍ନତି କୌଣସି ଅଦୃଶ୍ୟ କାରଣରୁ ଅଟକି ଯାଇଛି।ତଥ୍ୟ ଅନୁଯାୟୀ ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟ ବୋର୍ଡ ୧୧୧ ଜଣ ପୁଲିସ ଏସ୍ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଁ ମନୋନୀତ କରିଛି। କିନ୍ତୁ ପଦୋନ୍ନତି ବିଜ୍ଞପ୍ତି ଜାରି କରି ନିଯୁକ୍ତି ଦିଆଯାଉନାହିଁ। ଇନ୍ସପେକ୍ଟରରୁ ଡିଏସ୍ପି ପାହ୍ୟାକୁ ୧୯୨ ଜଣ ପଦୋନ୍ନତି ପାଇବାକୁ ଥିବାବେଳେ ତାହାକୁ ଚୂଡ଼ାନ୍ତ କରାଯାଉ ନାହିଁ। ଡିଏସ୍ପିରୁ ଏଏସ୍ପି ପାହ୍ୟାକୁ ୨୪ ଜଣଙ୍କର ପଦୋନ୍ନତି ସୁଯୋଗ ଥିଲେ ବି କାର୍ଯ୍ୟକାରୀ କରାଯାଉ ନାହିଁ। ଡିଏସ୍ପିରୁ ଏଏସ୍ପି ପାହ୍ୟାକୁ ୧୨୩ ଜଣଙ୍କ ପଦୋନ୍ନତି ତାଲିକା ନଭେମ୍ବର ମାସରେ ଜାରି କରାଯାଇଥିବା ବେଳେ ସେଥିରୁ ୮୯ଜଣଙ୍କୁ ନିଯୁକ୍ତି ଦେଇ ବାକି ୨୪ ଜଣଙ୍କ ନିଯୁକ୍ତି ପକାଇ ରଖାଯାଇଛି। ଏଏସ୍ପି ପାହ୍ୟାରୁ ଏସ୍ପି ପାହ୍ୟାକୁ ଗୋଟିଏ ପଦୋନ୍ନତିର ସୁଯୋଗ ଥିଲେ ବି ତାହା ଅଟକି ରହିଛି। ଏସ୍ପି ସୁପରଟାଇମ୍ ସ୍କେଲ୍ରୁ ଏସ୍ପି (ଏସ୍ଏଜି)କୁ ୩ ଜଣଙ୍କର ପଦୋନ୍ନତି ସୁଯୋଗ ଥାଇ ବି ଅଟକି ରହିଛି।