ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା, ତୀବ୍ରତା ୪.୦

0 222

ନୂଆଦିଲ୍ଲୀ: ଭାରତର ବିଭିନ୍ନ ସ୍ଥାନରେକିଛିଦିନ ହେବ ଲଗାତର ଭୂମିକମ୍ପ ହେଉଛି ।ସୋମବାର ସକାଳୁ ଉତ୍ତରାଖଣ୍ଡରପିଥୋରାଗଡରେ ଭୂମିକମ୍ପ ଝଟକା ଅନୁଭୂତହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା୪ ରେକର୍ଡ କରାଯାଇଛି । ପିଥୋରଗଡଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୂର୍ବରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।ତେବେ ଏଥିରେ କେହି ମୃତାହତ ହୋଇନଥିବାସୂଚନା ମିଳିଛି । ଏହାପୂର୍ବରୁ ଅକ୍ଟୋବର ୫ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀରେଭୂକମ୍ପ ହୋଇଥିଲା । ଭାରତୀୟ ଭୂକମ୍ପ କେନ୍ଦ୍ରରସୂଚନା ଅନୁସାରେ ବିଳମ୍ବିତ ରାତିରେ ୩.୨ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତହୋଇଥିଲା । ସେହିପରି ରବିବାର ଦିଲ୍ଲୀଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତହୋଇଥିଲା । ଏନସିଆର ସମେତ ଗୁରୁଗ୍ରାମ,ଗାଜିଆବାଦ, ନୋଏଡା ଓ ଫରିଦାବାଦରେତୀବ୍ର ଭୂମିକମ୍ପ ଝଟକା ଅନୁଭୂତ କରିଥିଲେଲୋକେ । ଫଳରେ ଲୋକେ ଭୟରେ ଘରୁବାହାରକୁ ଚାଲି ଆସିଥିଲେ । ରିକ୍ଟରସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୨ରେକର୍ଡ କରାଯାଇଥିଲା । ଭୂମିକମ୍ପ ପ୍ରାୟ୪ଟା ୮ ମିନିଟରେ ହୋଇଥିଲା । ଅକ୍ଟୋବର୩ରେ ଉତ୍ତର ଭାରତ ସମେତ ଅନେକଦେଶ ଏବଂ ରାଜ୍ୟରେ ଭୂମିକମ୍ପ ଝଟକାଅନୁଭୂତ ହୋଇଥିଲା । ଆଉ ସେତେବେଳର ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ରହିଥିଲା ।

Leave A Reply

Your email address will not be published.