ଦୀପାବଳି ପୂର୍ବରୁ ବିଷ ବଳୟରେ ରାଜଧାନୀ

0 188

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବିଷବଳୟରେ ଦେଶ ରାଜଧାନୀ ଦିଲ୍ଲୀ । ଏଠାରେ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ଧୂଆଁରେ ଢ଼ାଙ୍କି ହୋଇଯାଇଛି ପୂରା ଆକାଶ । ବାୟୁର ଗୁଣବତ୍ତା ଖରାପ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ କଡା କଟକଣା ଲାଗୁ କରାଯାଇଛି । ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ ଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟ ଲାଗୁ କରିଛି ।ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖୋଲା ଭୋଜନାଳୟରେ କୋଇଲା ଓ କାଠ ଜାଳିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଡିଜେଲ ଜେନେରେଟର ବ୍ୟବହାର ମଧ୍ୟ ନିଷେଧ କରାଯାଇଛି ଏବଂ ପାର୍କିଂ ଦେୟ ମଧ୍ୟ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ଶନିବାର ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁର ଗୁଣବତ୍ତା ୩୦୦ ଉପରେ ଥିଲା । ଏହି କାରଣରୁ ଆଗାମୀ ଦିନରେ ପରିସ୍ଥିତି ଅଧିକ ଗୁରୁତର ହୋଇପାରେ ବୋଲି ଅନୁମାନ କରାଯାଉଛି । ଦିଲ୍ଲୀ ନିକଟରେ ଥିବା ନୋଏଡା ସ୍ଥିତିରେ ମଧ୍ୟ ଅବସ୍ଥା ଗୁରୁତର ରହିଛି । ଭାରତୀୟ ପାଣିପାଗ ବିଭାଗ ମୁତାବକ, ଦିଲ୍ଲୀରେ ଶନିବାର ନ୍ୟୁନତମ ତାପମାତ୍ରା ୧୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା, ଯାହା ସାଧାରଣ ତାପମାତ୍ରା ଠାରୁ କମ୍‌ ଥିଲା । ଏଠାରେ ଲଗାତର ବାୟୁର ଗୁଣବତ୍ତା ଖରାପ ହେବାରେ ଲାଗିଛି ।

Leave A Reply

Your email address will not be published.