ଖୋଲୁଛି ଲେଡି ବ୍ଲାକ୍‌ମେଲରର ଭାନୁମତି ପେଡି

0 193

ଭୁବନେଶ୍ୱର,୮ା୧୦(ଡିକେ ନ୍ୟୁଜ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଭୁବନେଶ୍ୱରର ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କର ଗୋଟିଏ ପରେ ଗୋ଼ଟିଏ ଖୋଲୁଛି କଳା କାରନାମାର ରହସ୍ୟ । । ନିଜ ନାଗ ଫାଶରେ କିପରି ବଡ଼ ବଡ଼ିଆ ଲୋକଙ୍କୁ ଫସାଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ ତାର ଏକ ଭିଡିଓ ସାମ୍ନାକୁ ଆସିଛି । ରହସ୍ୟମୟୀ ମହିଳା ଜଣକ କିପରି ଭାବେ ଡିଲ୍‌ କରୁଥିଲେ, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଆଡ଼ମ୍ବରପୂର୍ଣ୍ଣ ହୋଟେଲ ପରି ଜାଗାରେ ବସି ଚାଲିଥିଲା ଡିଲ୍‌ । ଆଉ ରହସ୍ୟମୟୀଙ୍କ ପାଖରେ ଜଣେ ଯୁବତୀ ଓ ଜଣେ ପୁରୁଷ ବସିଥିଲେ । ସେମାନଙ୍କ ସହ ସେ କୌଣସି ଡିଲ୍‌ ସମ୍ପର୍କରେ କଥା ହେଉଥିବା ଭାଇରାଲ୍‌ ଭିଡିଓରୁ ଜଣାପଡ଼ିଛି । ଭାଇରାଲ୍‌ ଭିଡିଓରେ ଜଣେ ପୁରୁଷ କହୁଥିବାର ଶୁଣାଯାଉଛି ଯେ- ୮ ଦିନ ଦରକାର ନାହିଁ । ଏହି ସମୟରେ ଏକ ମହିଳା କଣ୍ଠସ୍ୱର ଶୁଭୁଛି । ୪ ଦିନ ଦରକାର କି ? ତା’ପରେ ପୁରୁଷ ଜଣକ କହୁଛନ୍ତି, ୪ ଦିନ ବି ଦରକାର ନାହିଁ । ଲାଷ୍ଟ ୩-୪ ଦିନ ହେଲାଣି କିଛି କାମ ଧନ୍ଦା କରିହେଉନି । ପୁରା ମୁଣ୍ଡଟା ଖରାପ ହୋଇଗଲାଣି । କିଛି ସମୟର କଥାବାର୍ତ୍ତା ପରେ ଜଣେ ମହିଳା କହୁଛନ୍ତି, ଭାଇଙ୍କ ସହିତ କ୍ଲିୟର କଥା ହୁଅ, ତା’ ପରେ ତୋ ସହ ଫାଇନାଲ ଡିସିସନ୍‌ । ଏହାସହ ସେ କହୁଛନ୍ତି, ଏଠି ଠିକ୍‌ ହେବନି । କର୍ଣ୍ଣରକୁ ନେଇ କଥା ହେବା କି, କିଛି ଦେଖାଇବାର କଥା କହୁଛନ୍ତି ସେହି ମହିଳା ଜଣକ । ତା’ପରେ ପାଖରେ ବସିଥିବା ଯୁବତୀଙ୍କ ସହିତ ରହସ୍ୟମୟୀ ମହିଳା ଜଣକ ସେହି ସ୍ଥାନରୁ ଉଠି ଚାଲି ଯାଉଛନ୍ତି । ରହସ୍ୟମୟୀ ମହିଳା କେଉଁ ପ୍ରସଙ୍ଗରେ କଥା ହେଉଥିଲେ ? ତାଙ୍କ ପାଖରେ ବସିଥିବା ପୁରୁଷ ଓ ଯୁବତୀ ଜଣକ କିଏ? କ’ଣ ଡିଲ୍‌ ହେଉଥିଲା ସେମାନଙ୍କ ସହ? ଚାରି ଦିନ, ଆଠ ଦିନ କେଉଁ ପ୍ରସଙ୍ଗରେ କୁହାଯାଉଛି । କ୍ଲିୟର କଥା ହେବାର ସ୍ୱର ଭାଇରାଲ୍‌ ଭିଡିଓରେ ଶୁଣିବାକୁ ମିଳିଛି । କେଉଁ ପ୍ରସଙ୍ଗରେ ଏହା କୁହାଯାଉଛି? ଏହାସହ ଫାଇନାଲ୍‌ ଡିସିସନ କଥା ବି ଉଠୁଛି । କେଉଁ ପ୍ରସଙ୍ଗରେ କୁହାଯାଉଛି ଏହି ଫାଇନାଲ ଡିସିସନ କଥା, ଏବେ ଏହି ସବୁ ବଡ଼ ବଡ଼ ପ୍ରଶ୍ନ ଉଠୁଛି । ରାତି ଅଧରେ ସମ୍ପୃକ୍ତ ରହସ୍ୟମୟୀ ମହିଳାଙ୍କୁ ପୁଲିସ୍‌ ଗିରଫ କରିଥିଲା । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଅଧିକ ତଦନ୍ତ ଲାଗି କମିଶନରେଟ୍‌ ପୁଲିସ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନ୍‌ ଡ୍ରାଇଭର ଛାନଭିନ୍‌ କରୁଛି ପୁଲିସ୍‌ । ଅର୍ଚ୍ଚନା ନାଗଙ୍କ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରୁଛି ପୁଲିସ ।

Leave A Reply

Your email address will not be published.