ପହିଲାରୁ ଉପକୂଳରେ ପ୍ରବଳ ଛେଚିବ

Torrential rain causing flood.
0 215

ଭୁବନେଶ୍ୱର, ୨୮ା୯(ଡିକେ ନ୍ୟୁଜ): ଆସନ୍ତା ୧ ଅକ୍ଟୋବର ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧ ତାରିଖ ବେଳକୁ ଉତ୍ତର-ଉପକୂଳରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ସେହିପରି ୨ ତାରିଖରୁ ବର୍ଷାର ବିସ୍ତୃତି ବଢିବ । ଫଳରେ ସମ୍ପୂର୍ଣ୍ଣ ଉପକୂଳ ଓଡିଶା ପ୍ରଭାବିତ ହେବ । ଏହା ବ୍ୟତୀତ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜାରି ହୋଇଥିବା ସତର୍କ ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ବାଲେଶ୍ୱର, ଭଦ୍ରକ ପ୍ରଭୃତି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.