ଟିଟିଲାଗଡ଼ ଓଭରର୍ବ୍ରିଜର ଅଧା ଲାଇଟ ଜଳୁନି, ପ୍ରଶାସନର ଦୃଷ୍ଟି ପଡୁ

187

ଟିଟିଲାଗଡ଼ : ଟିଟିଲାଗଡରେ ଯେତେ ବି ବିକାଶ ହୋଇଛି ତନ୍ମଧ୍ୟରୁ ଓଭରର୍ବ୍ରିଜ୍ ହେଉଛି ସବୁଠାରୁ ବଡ ସଫଳତା । କେନ୍ଦ୍ର ସରକାର ଏବଂ ର।ଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ନିର୍ମିତ ଏହି ଓଭର ବ୍ରିଜ ଟିଟିଲାଗଡ଼ ବିକାଶ ନାଁରେ ଏବଂ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ସଫଳତାରେ ଏକ ଅଧ୍ୟାୟ ଯୋଡ଼ି ହୋଇଛି । ଯାହାକି ଲୋକଙ୍କ ପାଇଁ ଏକ ସ୍ଵପ୍ନ ଥିଲା, ଯାହା ଆଜି ସଫଳ ରୂପାୟନରେ ପରିଣତ ହୋଇଛି। ସହରବାସୀଙ୍କ ପାଈଁ ଏହା ସବୁଠୁ ବଡ ଖୁସି । ଆଜି ଏହି ଓଭର ବ୍ରିଜ ଲୋକଙ୍କ ପାଇଁ ମନୋରଞ୍ଜନର ସ୍ଥାନ ପାଲଟିଛି ।ହୁଏତ ପର୍ବ ପର୍ବାଣୀରେ କେବେ କେମିତି ଭିଡ ଜମୁଥିବ, କିନ୍ତୁ ଏଠାରେ ସନ୍ଧ୍ୟା ହେଲା ମାତ୍ରେ ସହରର ସବୁ ପ୍ରାନ୍ତର ପୁରୁଷ, ମହିଳା, ଯୁବକ, ଛୁଆ ମାନେ ଏହି ଓଭର ବ୍ରିଜ ବୁଲିବା ପାଇଁ, ସଂଧ୍ୟା ଭ୍ରମଣରେ ଆସୁଛନ୍ତି ।

ପ୍ରାୟ ରାତିରେ କେକ୍ କାଟିବା ପାଇଁ ଆଜି ଟିଟିଲାଗଡ଼ର ପ୍ରିୟ ସ୍ଥଳ ରୂପେ ଯୁବ ଗୋଷ୍ଠୀ ବାଛି ନେଉଛନ୍ତି ଏହି ଓଭର ବ୍ରିଜକୁ । ଯିଏ ବି ଏହି ଓଭର ବ୍ରିଜ ଉପରୁ ଯିବ ସେ ଫଟୋ ଉଠାଇବ ଖାସ କରି ସେଲଫି ନ ଉଠେଇ ଯିବା ଅସମ୍ଭବ । ଦିନ ଥିଲା ଯଦି ବାହାର ସ୍ଥାନରୁ କିଏ ଯଦି ଟିଟିଲାଗଡ଼କୁ ଆସୁଥିଲା ତେବେ ଲୋକେ ଧବଳେଶ୍ବର ମନ୍ଦିର, ଝାଡ ଦେବନ୍ଧ ମନ୍ଦିର ବୁଲାଇ ନେଉଥିଲେ, ହେଲେ ଆଜି ସେ ସବୁ ସ୍ଥାନ ସାଙ୍ଗକୁ ଓଭର ବ୍ରିଜ ବୁଲେଇ ଆଣୁଥିବା ଦେଖିବାକୁ ମିଳୁଛି । ରାତିରେ ଓଭର ବ୍ରିଜର ଲାଇଟ ଯୋଗୁଁ ଏହାର ସୌନ୍ଦର୍ଯ୍ୟ ବଢ଼ି ଯାଏ କୀନ୍ତୁ ପରିତାପର ବିଷୟ କିଛି ଦିନ ହେବ ଅଧାରୁ ଅଧିକ ଖମ୍ବ ମାନଙ୍କରେ ଜଳୁଥିବା ଲାଇଟ ଆଉ ଜଳୁନି, କିଛି ଖମ୍ବରେ ଜଳୁଚି, ଯଦି ଏହାର ରକ୍ଷଣା ବେକ୍ଷଣ କର।ଜନ୍ତା ତାହେଲେ ଏହାର ସୌନ୍ଦର୍ଯ୍ୟରେ କଳଙ୍କ ଲାଗନ୍ତା ନାହିଁ । ପ୍ରଶାସନକୁ ଅନୁରୋଧ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଲାଇଟ ସଜ।ଡ଼ିଲେ ଭଲ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Comments are closed.