ଜନ୍ମଜୟନ୍ତୀରେ ମନେପଡ଼ନ୍ତି ମଧୁବାବୁ

222

ସାଲେପୁର : ଉତ୍କଳଗୌରବ ମଧୁସୂଦନ ଦାସ ୧୮୪୮ ମସିହା ଏପ୍ରିଲ ୨୮ ତାରିଖ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ମଧୁବାବୁଙ୍କ ମାତୃପିତୃଦତ୍ତ ନାମ ଥିଲା ଗୋବିନ୍ଦ ବହ୍ଲଭ । ସେ ଗୃହର ଜ୍ୟେଷ୍ଠପୁତ୍ର ଥିଲେ। ସେ ଗାଁ ଚାଟଶାଳୀରେ ସ୍କୁଲଶିକ୍ଷା ଶେଷକରି କଟକ ହାଇସ୍କୁଲରୁ ମାଟ୍ରିକଲେସନ ପରୀକ୍ଷାରେ କୃତକାର୍ଯ୍ୟ ହେଲେ । ଏହା ପରେ ପରେ ବାଲେଶ୍ଵରରେ ତାଙ୍କୁ ଏକ କିରାଣୀ ଚାକିରୀ ମିଳିଥିଲା । ମାତ୍ର ମଧୁବାବୁ ଥିଲେ ଉଚ୍ଚାଭିଳାଶି । ଏହି କିରାଣୀ ଚାକିରୀରେ ତାଙ୍କର ଅସୀମ ଜ୍ଞାନଲିପ୍ସା ଚରିତାର୍ଥ ହେଲାନାହିଁ । ଫଳରେ ଉଚ୍ଚଶିକ୍ଷା ଲାଭଆଶାରେ ସେ କଲିକତାଚାଲି ଆସିଲେ । କଲିକତାରେ ବଙ୍ଗୀୟ ଖ୍ରୀଷ୍ଟିଆନ ପାଦ୍ରୀ ଅମ୍ବିକା ପ୍ରସାଦ ହଜରାଙ୍କ ପ୍ରେରଣା ଓ ସହାୟତାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ.ଏ ପାସ କରିଥିଲେ । ପାସ କଲା ପରେ ସେ କଲିକତାର ବିଭିନ୍ନ ସ୍କୁଲରେ ଶିକ୍ଷକତା କରି ଅବଶେଷରେ ସେ ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ବିଭିନ୍ନ ବିଷୟରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା ।

ଏହି ସମୟରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ମଧ୍ୟ ପାସ କଲେ । ଅମ୍ବିକା ପ୍ରସାଦ ଓ ତାଙ୍କର ପତ୍ନୀଙ୍କ ମୃତ୍ୟୁ ପରେ ସେମାନଙ୍କ ପିଲାମାନଙ୍କର ଭାର ମଧୁବାବୁଙ୍କ ଉପରେ ନ୍ୟସ୍ତଥିଲା । ବିଶେଷ କରି ଶୈଳବାଳା ଏବଂ ସୁଧାଂଶୁବାଳା ନାମ୍ନୀ ଦୁଇଟି କନ୍ୟାଙ୍କୁ ସେ ନିଜର କନ୍ୟାରୂପେ ଆଜୀବନ ପାଳନ କରିଥିଲେ । ସେହି ପାଳିତା କନ୍ୟାଙ୍କ ନାମାନୁସାରେ କଟକରେ ଶୈଳବାଳା ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ତାହାଥିଲା ମଧୁବାବୁଙ୍କ ବାସଗୃହ ।

ଅମ୍ବିକା ପ୍ରସାଦ ହାଜରାଙ୍କ ପିଲାମାନଙ୍କର ଦାଇତ୍ୱ କେବଳ ସେ ବହନ କରିଥିଲେ ତାହାନୁହେଁ କଲିକତାରେ ବାସ କରୁଥିବା ଓଡ଼ିଆ ମାନଙ୍କ ପାଇଁ ନଶ୍ୟ ବିଦ୍ୟାଳୟ ସ୍ଥାପନ କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିର ଭାର ଇଂରେଜ ସରକାର ନେବାକୁ ଉଦ୍ୟମ କରୁଥିଲା ବେଳେ ତାହା ସେ କରାଇଦେଇ ନଥିଲେ । ଉତ୍କଳ ସମ୍ବିଳନୀ ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶାର ଅଗଣିତ ଭାଇ ଭଉଣୀଙ୍କୁ ଏହି ସମ୍ବିଳନୀ ମାଧ୍ୟମରେ ଆହ୍ୱାନ ଦେଇ ମଧୁସୂଦ ଲେଖିଲେ——
ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ
କୋଟିପ୍ରାଣ ବିନ୍ଧୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ।
ଡେଇଁପଡି ସିନ୍ଧୁ ନିରେ। ।

କଟକରେ ତାରକସି କାମର ଉନ୍ନତି ଏଇ ମଧୁସୂଦନଙ୍କ ପ୍ରଚେଷ୍ଟାର ଫଳ।ଉତ୍କଳ ଟାନେରୀ ଜୋତାକାରଖାନା ପାଇଁ ସେ କ୍ଷତିଗ୍ରସ୍ତ ହୋଇଥିଲେ ସତ,ହେଲେ ଅର୍ଥାଭାବ ଦୃଷ୍ଟିରୁ ସେ ନିଜର ଆତ୍ମ ସନମାନ ହରାଇ ନାହାଁନ୍ତି । ସେ ସଦାସର୍ବଦା କହୁଥିଲେ,”ଆଲୋ ସଖି,ଆପଣାମହତ ଆପେରଖି” ।

୧୯୪୩ ମସିହା ଫେବୃଆରୀ ମାସ ୪ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । କଟକ ମହାନଦୀ ତଟବର୍ତ୍ତି ଗୋରକବର ହତା ମଧ୍ୟରେ ତାଙ୍କର ନଶ୍ୱର ଦେହକୁ କବରଦିଆଗଲା । ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିବା କାରଣରୁ ତାଙ୍କୁ କବର ଦିଆଯାଇଥିଲା ।

Comments are closed.