ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ବଡ଼ଧରଣର ଗଞ୍ଜେଇ ଜବତ: ମହିଳା ଅଭିଯୁକ୍ତ ଗିରଫ, ଗୋଟିଏ ଆଲ୍‌ଟୋ କାର୍ ଜବତ

ବୌଦ୍ଧ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା

0 1
ବୌଦ୍ଧ:-ବୌଦ୍ଧ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ପେଶାଲ୍ ଡ୍ରାଇଭ୍ ବେଳେ ପ୍ରାୟ ୧୬ କିଲୋଗ୍ରାମ ଗଞ୍ଜେଇ ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଏଥିରେ ବ୍ୟବହୃତ ହେଉଥିବା ଏକ ଆଲ୍‌ଟୋ କାର୍‌କୁ ମଧ୍ୟ ଜବତ କରାଯାଇଛି।
ଅବକାରୀ ବିଭାଗର ସୂଚନା ଅନୁଯାୟୀ, (୦୩.୦୬.୨୦୨୬) ଅପରାହ୍ନ ୧:୦୦ ଟାରୁ ୪:୦୦ ଟା ମଧ୍ୟରେ ଏହି ଚଢ଼ାଉ କରାଯାଇଥିଲା। ଗିରଫ ମହିଳା ଅଭିଯୁକ୍ତ ଜଣକ ହେଉଛନ୍ତି ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ପଦ୍ମାବତୀ ମେହେର (୩୫ ବର୍ଷ), ସ୍ୱାମୀ- କମଳ ମେହେର। ସେ ଏକ ଆଲ୍‌ଟୋ କାର୍ (ନଂ- OD 14 Y 3430) ଯୋଗେ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ଦଳ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ୧୬ କେଜି ଗଞ୍ଜେଇ ଜବତ କରାଯିବା ସହ ଗାଡ଼ିଟିକୁ ମଧ୍ୟ ଜବତ କରାଯାଇଛି।
ଏହି ସମ୍ପର୍କରେ ବୌଦ୍ଧ ଅବକାରୀ ରେଞ୍ଜରେ ଏକ ମାମଲା (P.R. No. 13/2026-27) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ବୌଦ୍ଧ ଅବକାରୀ ରେଞ୍ଜର ଇନ୍ସପେକ୍ଟର ଶ୍ରୀ ଦିଲ୍ଲୀପ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କେସ୍ ବୁକ୍ କରାଯାଇଛି।
ଏହି ସଫଳ ଚଢ଼ାଉରେ ଅବକାରୀ ସବ୍-ଇନ୍ସପେକ୍ଟର ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଅବକାରୀ କନଷ୍ଟେବଳ ନିରଞ୍ଜନ ମଲ୍ଲିକ, ଅଞ୍ଜଳି ଅମାତ, ଲୋକନାଥ ଭୋଇ ଏବଂ କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ। ଆଗାମୀ ଦିନରେ ମଧ୍ୟ ଅଞ୍ଚଳରେ ଏଭଳି ବେଆଇନ ନିଶା କାରବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Leave A Reply

Your email address will not be published.