ଭୁବନେଶ୍ୱର,: ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି । ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ । ଏହି ବିଷୟ ଉପରେ ବିଚାର କରିବା ପରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତେବେ ଶ୍ରୀ ବାହିନୀପତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୃହର ୱେଲରେ ଧାରଣା ଦେଇଥିଲେ ।
ଅପରପକ୍ଷରେ ନିଲମ୍ବନ ପ୍ରତିବାଦରେ କଂଗ୍ରେସ ବିଧାୟକମାନେ କଳା ପଟି ପିନ୍ଧି ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଛନ୍ତି । ରାତି ସାରା ଗାନ୍ଧୀ ମୂର୍ତି ତଳେ ଧାରଣା ଦିଆଯିବ । ବାଚସ୍ପତି ଏକ ପାଖିଆ ନିଷ୍ପତି ନେଇଛନ୍ତି ବୋଲି ତାରା କହିଛନ୍ତି । ନିଷ୍ପତି ପ୍ରତ୍ୟାହାର ସହ କଂଗ୍ରେସ
ବିଧାୟକଙ୍କୁ ଆକ୍ରମଣ କରିଥିବା ବିଜେପି ବିଧାୟକଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ତାରା ବାହିନୀପତି । ଏହାପରେ ପିସିସି
ସଭାପତି ଭକ୍ତ ଚରଣ ଦାସ ବିଧାନସଭା ରେ ପହଂଚି ନିଜ ଦଳର ବିଧାୟକମାନଙ୍କ ଗାନ୍ଧୀମୂର୍ତି ନିକଟରେ ଭେଟିଛନ୍ତି । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସେମାନଙ୍କ ଦଳ ନିଲମ୍ବନ ପ୍ରତ୍ୟାହାର ଦାବି କରୁଛି । ସେମାନେ ଆସନ୍ତାକାଲି ବାଚସ୍ପତିଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର କରି ଗୃହକୁ ନିରପେକ୍ଷ ଭାବରେ ଚଳାଇବା ପାଇଁ ଅପିଲ କରିବେ । ବିଜେପି ବିଧାୟକ ଇରାଶିଷ ଆଚାର୍ଯ କହିଛନ୍ତି େଯେ ସଂସଦୀୟ ଗଣତନ୍ତ୍ର ଅନୁଯାୟୀ ଯାହା ନିଷ୍ପତି ନିଆଯାଇଛି ତାହା ଫୁଲ ଆଣ୍ଡ ଫାଇନାଲ । ତାକୁ ମାନିବାକୁ ପଡିବ ।ଯେଉଁ ବିଧାୟକ ନିଷ୍ପତି ଉପରେ ପ୍ରଶ୍ନ ଉଠାଉଛନ୍ତି ସେ ନିଜକୁ ନିଜେ ତର୍ଜମା କରନ୍ତୁ । ମହିଳା ବାଚସ୍ପତି ପ୍ରତି କଣ ଆଚରଣ ଉଚ୍ଚରଣ ପ୍ରଦର୍ଶନ
କରିଛନ୍ତି । ସୋମବାର ଦିନ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ବାଚସ୍ପତିଙ୍କ ମାଇକ୍ରୋଫୋନ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ମଙ୍ଗଳବାର ଦିନ ମଧ୍ୟ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାକୁ
ଚେଷ୍ଟା କରିଥିଲେ ତାରା ।
ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ
Next Post