ସମ୍ବଲପୁର-ଓଡ଼ିଶାର ଗର୍ବ ହୀରାକୁଦ ଜଳଭଣ୍ଡାର ଏବେ ବିପଦରେ। ବଡ଼ ସଂକଟ ଦେଇ ଗତି କରୁଛି, ଯାହାକୁ ‘ପିଙ୍କ୍ ଜୋନ୍’ ଭାବେ ଚିହ୍ନିତ କରାଯାଇଛି । ବ୍ୟାପକ ପଟୁ ମାଟି ଜମିବା ଯୋଗୁଁ ଜଳଭଣ୍ଡାରର ଜଳଧାରଣ କ୍ଷମତା କମିବାରେ ଲାଗିଛି । ଗତବର୍ଷ ଏହିଦିନରେ ଜଳ ଭଣ୍ଡାରରେ ଯେଉଁ ପରିମାଣରେ ଜଳ ଥିଲା ଆଜି ଦିନରେ ସେହି ପରିମାଣ ଜଳ ସ୍ତର ଠାରୁ ୧. ୩୧ ଫୁଟ କମ ରହିଛି। ଗତ ବର୍ଷ ଏହିଦିନରେ ୬୦୪. ୬୦ ଫୁଟ ଥିବାବେଳେ ଆଜି ସକାଳ ୮ ଟା ସୁଦ୍ଧା ୬୦୩.୨୯ ଫୁଟରେ ରହିଛି।ନଦୀବନ୍ଦରେ ଜଳ ସ୍ତର କମିବା, ପଟୁମାଟି ଜମିବା, ପାଉଁଶ ମିଶ୍ରିତ ପାଣି ମିଶିବା ବିଭିନ୍ନ କାରଣରୁ ନଦୀବନ୍ଦ ଆଜି ବଡ଼ ସଂକଟରେ ପଡିଛି।

ଏହାର ଉପର ମୁଣ୍ଡରେ ଥିବା ବିଦ୍ୟୁତ୍ ପ୍ରକଳ୍ପ ଏବଂ ଜଳଭଣ୍ଡାର କୂଳରେ ହିଁ ଗଢ଼ିଉଠିଥିବା ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକର ପାଇଁଶ ପୋଖରୀ ସେହି ଜଳଭଣ୍ଡାର ଅଞ୍ଚଳରେ ଥିବାରୁ ଏହା ଜଳକୁ ଗୁରୁତର ଭାବେ ଦୂଷିତ କରୁଛି। ଛତିଶଗଡ଼ର ଜଳ ସମ୍ପଦ ଯୋଜନାt ଯୋଗୁଁ ହୀରାକୁଦ ଜଳଭଣ୍ଡାରର କାର୍ଯ୍ୟକ୍ଷମତା ପ୍ରତି ବଡ଼ ପ୍ରତିବନ୍ଧକ ସୃଷ୍ଟି ହୋଇଛି, କାରଣ ଅଣମୌସୁମି ବା ଖରାଦିନେ ଜଳଭଣ୍ଡାରକୁ ଆସୁଥିବା ଜଳ ପ୍ରବାହ ସମ୍ପୂର୍ଣ କମିଯିବାର ଆଶଙ୍କା ଘନେଇବାରେ ଲାଗିଛି।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ ୮ଟା ସୁଦ୍ଧା ୬୦୩.୨୯ ଫୁଟ ରହିଛି, ଯାହା ଗତକାଲି ତୁଳନାରେ ୫.୫୩ ଫୁଟ କମ୍ ହୋଇଛି। ବର୍ତ୍ତମାନ ଜଳସ୍ତର ଡେଡ୍ ଷ୍ଟୋରେଜ୍ ଲେଭେଲ ୫୯୦ ଫୁଟରେ ରହିଛି। ବର୍ତ୍ତମାନ ଜଳଭଣ୍ଡାରକୁ ହାରାହାରି ୪୮୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ମୋଟ ୧,୯୩୯ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ଅର୍ଥାତ ନଦୀବନ୍ଦକୁ ପ୍ରବେଶ ଜଳ ଠାରୁ ୧, ୪୩୮ କ୍ୟୁସେକ ଜଳ ଅଧିକ ନିଷ୍କାସନ ହେଉଛି।ସ୍ପିଲୱେ ଓ ୯୮ଟି ଗେଟ୍ ବନ୍ଦ ରହିଛି।ସ୍ପିଲୱେ ଓ କୌଣସି ଗେଟରେ ପାଣି ଛଡ଼ାଯାଉନି।
ବୁର୍ଲା ଶକ୍ତିଗୃହ ମାଧ୍ୟମରେ ୧,୦୮୨ କ୍ୟୁସେକ୍ ଜଳ ବ୍ୟବହୃତ ହେଉଥିବା ବେଳେ ଶିଳ୍ପ ଓ ପାନୀୟ ଜଳ ଯୋଗାଣ ପାଇଁ ୨୬୫ କ୍ୟୁସେକ୍ ଜଳ ବ୍ୟବହାର ହେଉଛି। ବାଷ୍ପୀଭବନ ଯୋଗୁଁ ୫୯୨ କ୍ୟୁସେକ୍ ଜଳ କ୍ଷୟ ହେଉଛି।
ଜଳଭଣ୍ଡାରରେ ବର୍ତ୍ତମାନ ୦.୮୦୪ ମିଲିୟନ୍ ଏକର ଫୁଟ (ପ୍ରାୟ ୨୦%) ଜୀବନ୍ତ ଜଳ ସଂରକ୍ଷିତ ରହିଛି, ଯାହା ୯୯୨ ମିଲିୟନ୍ କ୍ୟୁବିକ୍ ମିଟର ସହିତ ସମାନ।ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବୁର୍ଲା ଓ ଚିପିଲିମା ଶକ୍ତିଗୃହ ମିଳିତ ଭାବେ ୨୮.୨୦୮ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରୁଛନ୍ତି। ଚଳିତ ଜଳବର୍ଷ (୨୦୨୫-୨୬)ରେ ମୋଟ ୧୧୫୨.୧୫୯ ମିଲିୟନ୍ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହୋଇଛି, ଯାହା ନିର୍ଦ୍ଧାରିତ ୧୧୭୪ ମିଲିୟନ୍ ୟୁନିଟ୍ ଲକ୍ଷ୍ୟର ନିକଟବର୍ତ୍ତୀ।
ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଏହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୪.୬୦ ଫୁଟ ଥିଲା, ଯାହା ବର୍ତ୍ତମାନ ଜଳସ୍ତରଠାରୁ ୧.୩୧ ଫୁଟ ଅଧିକ ଥିଲା।
ହୀରାକୁଦ ଡ୍ୟାମ୍ ତଳମୁଣ୍ଡ ଅଞ୍ଚଳର ଜଳପ୍ରବାହ ଓ ବର୍ଷା ସ୍ଥିତି ମଧ୍ୟ୍ୟ ଅଧିକ ଚିନ୍ତାଜନକ।୦୪ ଜୁନ ୨୦୨୬ ସକାଳ ୮ଟା ସୁଦ୍ଧା ହୀରାକୁଦ ଡ୍ୟାମ୍ର ତଳମୁଣ୍ଡ ଅଞ୍ଚଳରେ ନଦୀର ଜଳପ୍ରବାହ ସ୍ଥିର ରହିଛି। ବେଲଗାଁ ଠାରେ ବିପଦ ସଙ୍କେତ ସ୍ଥିତି ରହିଥିବା ବେଳେ କୌଣସି ବର୍ଷା ରେକର୍ଡ ହୋଇନାହିଁ।ପଥର୍ଲା ଠାରେ ଜଳପ୍ରବାହ ୮,୯୯୨ କ୍ୟୁସେକ୍ ଏବଂ ଖଇରମାଲ ଠାରେ ୯,୧୦୦ କ୍ୟୁସେକ୍ ରେକର୍ଡ କରାଯାଇଛି। ସେହିପରି ବରମୂଳ ଠାରେ ଜଳପ୍ରବାହ ୯,୦୦୦ କ୍ୟୁସେକ୍ ରହିଛି। ମୁଣ୍ଡଳୀ ଠାରେ ବିପଦ ସଙ୍କେତ ସ୍ଥିତି ଥିବା ସୂଚନା ମିଳିଛି।
ତଳମୁଣ୍ଡ ଅଞ୍ଚଳର ସମସ୍ତ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ପାଗ ସଫା ରହିଥିବା ବେଳେ କୌଣସି ବର୍ଷା ରେକର୍ଡ ହୋଇନାହିଁ।ଅନ୍ୟପକ୍ଷରେ ବୁର୍ଲା ଏବଂ ହୀରାକୁଦ ଅଞ୍ଚଳରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଶୂନ୍ୟ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଏବଂ ପାଗ ସମ୍ପୂର୍ଣ୍ଣ ସଫା ରହିଛି।ଏଭଳି ପରିସ୍ଥିତିରେ ହୀରାକୁଦ ନଦୀବନ୍ଦର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରାଇଛି।