ଏମ୍ସ ଦର୍ଶାଇଲା ରହସ୍ୟମୟ ରୋଗ ପଛର କାରଣ

0 200

ଏଲୁରୁ (ଆନ୍ଧ୍ରପ୍ରଦେଶ), ୮ ।୧୨: ପାନୀୟ ଜଳ ଏବଂ କ୍ଷୀରରେ ଲିଡ୍ ଏବଂ ନିକେଲ୍ ବସ୍ତୁ ମୁଖ୍ୟତଃ ଆନ୍ଧ୍ରପ୍ରଦେଶର ଏଲୁରୁ ସହରରେ ଦେଖା ଦେଇଥିବା ରହସ୍ୟମୟ ରୋଗ ପଛର ମୂଳ କାରଣ ବୋଲି ଜଣାପଡ଼ିଛି । ଯାହା ଏପର୍ଯ୍ୟନ୍ତ ଗୋଟିଏ ଜୀବନ ନେବା ସହ ୫୦୦ରୁ ଅଧିକ ଲୋକଙ୍କୁ ଅସୁସ୍ଥ କରିଦେଇଛି । ଏମ୍ସ ଏବଂ ଅନ୍ୟାନ୍ୟ ରାଜ୍ୟ ତଥା କେନ୍ଦ୍ରୀୟ ଅନୁଷ୍ଠାନର ବିଶେଷଜ୍ଞ ଦଳଗୁଡିକର ପ୍ରାଥମିକ ଅନୁସନ୍ଧାନକୁ ଆଧାର କରି ସ୍ୱାସ୍ଥ୍ୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେ‡ୀଙ୍କୁ ପ୍ରଦାନ କରିଥିବା ରିପୋର୍ଟରୁ ଏହି ତଥ୍ୟ ଜାଣିବାକୁ ମିଳିଛି । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏମ୍ସ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିପୋଟରୁ ଲିଡ୍ ଏବଂ ନିକେଲ୍ ଏହି ରହସ୍ୟମୟ ରୋଗର କାରଣକାରୀ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ, ଏହି ଅଜ୍ଞାତ ରୋଗ କାରଣରୁ ଗତ ଶନିବାର ରାତିରୁ ସୁସ୍ଥ ଥିବା ଲୋକମାନେ ବାନ୍ତି କରିବା ସହ ହଠାତ୍ ଚେତାଶୂନ୍ୟ ହୋଇପଡୁଥିଲେ । ଏଥିସହ ଆକ୍ରାନ୍ତ ଲୋକମାନଙ୍କର ୩ରୁ ୫ ମିନିଟ୍ ପର୍ଯ୍ୟନ୍ତ ଅପସ୍ମାର, କିଛି ମିନିଟ୍ ପାଇଁ ସ୍ମୃତି ଶକ୍ତି ହ୍ରାସ, ଚିନ୍ତା, ବାନ୍ତି, ମୁଣ୍ଡବିନ୍ଧା ଏବଂ ପିଠି ଯନ୍ତ୍ରଣା ଇତ୍ୟାଦି ହେଉଥିଲା । ଏହି ଅଜ୍ଞାତ ରୋଗ ସଂପର୍କରେ ଏବେବି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରହିଛି ଏବଂ ଏସବୁର ଫଳାଫଳ ଶୀଘ୍ର ଆଶା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.