ଶାହାରୁଖ-ଭେତ୍ରିମାରନଙ୍କ ଫଟୋ ଭାଇରାଲ୍‌; ତାମିଲ୍ ଫିଲ୍ମ କାଷ୍ଟିଂକୁ ନେଇ ଚର୍ଚ୍ଚା

0 77

ନୂଆଦିଲ୍ଲୀ, : ଲୋକପ୍ରିୟ ତାମିଲ ଫିଲ୍ମ ମେକର୍ ଭେତ୍ରିମାରନଙ୍କ ସହ ଶାହରୁଖ ଖାନଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ବଲିଉଡରେ କୋଲାବରେସନ୍ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋରେ ଏକ ରେନି ଇଭିନିଂରେ ନିର୍ଦ୍ଦେଶକଙ୍କ ପାଖରେ ଠିଆ ହୋଇ ଶାହରୁଖ ହସୁଥିବାର ଦେଖିବାକୁ ମିଳିଛି । ଫଟୋଟି ମୁମ୍ବାଇରେ ଉଠାଯାଇଥିବା କୁହାଯାଉଛି । ଝଜକ ଭେତ୍ରିମାରନଙ୍କ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର \”ଅସୁରନ\’ର ହିନ୍ଦୀ ରିମେକରେ ଅଭିନୟ କରିବା ପାଇଁ ଆଲୋଚନା କରୁଛନ୍ତି ବୋଲି ଏହି ଫଟୋରୁ ଚର୍ଚ୍ଚା ଜୋର ଧରିଛି । ତାମିଲ ପତ୍ରିକାn\”ଭିକାଟନ\’ ସହିତ ଏକ ସାକ୍ଷାତକାରରେ ଭେତ୍ରିମାରନ ସ୍ପଷ୍ଟ କରିଥିଲେ ଯେ, ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା, ଯାହା ଦୁଇ ଘଣ୍ଟା ଧରି ଚାଲିଥିଲା । ଆମେ\”ଅସୁରନ\’ ସମେତ ଆହୁରି ଅନେକ ବିଷୟରେ ଆଲୋଚନା କରିଥିଲୁ, କିନ୍ତୁ ଏହାର ରିମେକ୍ ବିଷୟରେ ଆମେ କୌଣସି ଆଲୋଚନା କରିନାହୁଁ । ଭେତ୍ରିମାରନ ତାଙ୍କର କଠିନ ପରିଶ୍ରମ ଏବଂ ସାମାଜିକ ସଚେତନତା ଥିବା ଚଳଚ୍ଚିତ୍ର ଯେପରିକି ବାଦା ଚେନ୍ନାଇ, ଆଦୁକାଲମ୍ ଏବଂ ଅସୁରନ୍ ପାଇଁ ଜଣାଶୁଣା । ଏଥିମଧ୍ୟରୁ ଅନେକ ଫିଲ୍ମରେ ଲୋକପ୍ରିୟ ଅଭିନେତା ଧନୁଶ ଅଭିନୟ କରିଥିଲେ । ଭେତ୍ରିମାରନ ତାଙ୍କର ଷ୍ଟୋରୀ ଟେଲିଂ ଏବଂ ସ୍କ୍ରିନ୍‌ ପ୍ଲେ ଦକ୍ଷତା ପାଇଁ ଦୀର୍ଘ ଦିନ ଧରି ପ୍ରଶଂସିତ ହୋଇଆସୁଛନ୍ତି । ତାଙ୍କର ଶେଷ ଫିଲ୍ମ ବିଦୁଥଲାଇ ପାର୍ଟ ୨ ଥିଲା । ସେ ବିଜୟ ସେଥୁପଥିଙ୍କ ଭଳି ଅଭିନେତାଙ୍କ ସହିତ ମଧ୍ୟ କାମ କରିଛନ୍ତି । ଶାହରୁଖ ଖାନଙ୍କ ସହ ତାଙ୍କ ବନ୍ଧୁତା ଯବାନର ପ୍ରମୋସନ ସମୟରେ ବହୁଳ ଭାବରେ ଦେଖାଯାଇଥିଲା । ଏହି ସାକ୍ଷାତକାରରେ, ଭେତ୍ରିମାରନ ତାଙ୍କର ଆଗକୁ ଆସୁଥିବା ପ୍ରୋଜେକ୍ଟଗୁଡ଼ିକ ବିଷୟରେ ଅପଡେଟ୍‌ ସେୟାର କରିଥିଲେ । ସେ କହିଥିଲେ ଯେ, ସେ ରଜନୀକାନ୍ତ, ବିଜୟ ଏବଂ ସୁରିଆଙ୍କ ସମେତ ପ୍ରମୁଖ ତାମିଲ ଷ୍ଟାରମାନଙ୍କୁ ନେଇ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ସହଯୋଗ ପାଇଁ ଅଜିତଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷରେ, ଶାହରୁଖ ତାଙ୍କ ଆକ୍ସନ ଫିଲ୍ମ ‘କିଙ୍ଗ୍‌\’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ତାଙ୍କ ଝିଅ ସୁହାନା ଖାନଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବେ । ସୁହାନା ଖାନ ‘ଦି ଆର୍ଚିଜ୍‌\’ରେ ଡେବ୍ୟୁ କରିଥିଲେ, କିନ୍ତୁ ଏହି ଫିଲ୍ମ ତାଙ୍କର ପ୍ରଥମ ଥିଏଟର ରିଲିଜ୍‌ ହେବ । ଝଜକଙ୍କ ପାଖରେ ସ୍ପାଏ, ପଠାନ-୨ ଭଳି ଫିଲ୍ମ ମଧ୍ୟ ଅଛି, ଯେଉଁଥିରେ ସେ ପୁଣି ଥରେ ଦୀପିକା ପାଦୁକୋନଙ୍କ ସହ ସାମ୍ନାକୁ ଆସିବେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.