ଋତୁ ପରିବର୍ତ୍ତନକୁ ନେଇ ସତର୍କ ରହିବାକୁ ପଡ଼ିବ

181

ଋତୁ ପରିବର୍ତ୍ତନରେ ସ୍ୱାସ୍ଥ୍ୟକୁ ନେଇ ଆପଣ ବି ଚିନ୍ତିତ କି ? ନିଜକୁ ଫିଟ୍ ରଖିବାକୁ ଆହାରରେ ସାମିଲ କରନ୍ତୁ ଏହିସବୁ ଜିନିଷ ଶୀତ ଋତୁ ଆସୁଛି । ସେଥିପାଇଁ କିଛି ଲୋକଙ୍କ ମନ ବଦଳିବା ଭଳି ଲାଗେ । ଏହାକୁ ସିଜିନାଲ ଅପସେଟିଙ୍ଗ ଡିସ ଅର୍ଡର ବା (ଋତୁ ପରିବର୍ତ୍ତନ ଜନିତ ରୋଗ)କୁହାଯାଏ । ଏହା ଯୋଗୁ ଚିଡ଼୍ ଚିଡ଼ା ହେବା ସହିତ କୌଣସି କାମରେ ତାର ମନ ଲାଗେ ନାହିଁ । ଥକ୍କା ପଣ ଓ ଡିପ୍ରେସନ ପ୍ରାୟ ଲୋକଙ୍କୁ ବ୍ୟତିବ୍ୟସ୍ତ କରିପକାଏ । ହେଲ୍ଥ ଲାଇନ ଖବର ଅନୁଯାୟୀ କିଛି ଔଷଧ, ଟକ୍ ଥେରାପି, ବ୍ୟାୟାମ ଓ ଯୋଗ ଦ୍ୱାରା ଏହି ରୋଗରୁ ଆମେ ରକ୍ଷା ପାଇ ପାରିବା । ଋତୁ ପରିବର୍ତ୍ତନ ସହିତ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଏବେର ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ନିଜ ଶରୀରରେ ବଜାୟ ଖିବା ନିହାତି ଆବଶ୍ୟକ । କିନ୍ତୁ କରୋନା ସମୟରେ ଲୋକ ନିଜ ରୋଗ ପ୍ରତିରୋଧକ ଶକ୍ତି ପାଇଁ ସଚେତନ ରହିବା ସହ ସଚେତନ ରହୁଛନ୍ତି ।

ଜାଣି ରଖିବା ଉଚିତ ଯେ ଋତୁ ପରିବର୍ତ୍ତନ ଅନୁଶାରେ ଆମକୁ ସତର୍କ ରହିବାକୁ ପଡ଼ିବ । ଓମେଗା ୩ ଫେଟି ଏସିଡ –ଏହି ପାଗ ପରିବର୍ତ୍ତନ ପୂର୍ବରୁ ନିଜ ଖାଦ୍ୟରେ ଓମେଗା ୩ ଫେଟି ଏସିଡର ମାତ୍ରା ବଢ଼େଇବା ଆବଶ୍ୟକ । ଏହା ମୁଡ଼ ସ୍ୱିଙ୍ଗରୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରେ । ୟୁନିଭର୍ସିଟି ଅଫ୍ ପିଟରବର୍ଗ ରେ କରାଯାଇଥିବା ଏକ ସର୍ଭେରୁ ଜଣା ପଡ଼ିଛି ଏହା ଅବ ସାଦ ରୁ ମୁକ୍ତ ହେବା ପାଇଁ ବହୁତ ଗରୁତ୍ୱପୂର୍ଣ୍ଣ । ମାଛ, ଅଖରୋଟ , ଅଳଶୀ ମଞ୍ଜୀ , ସେଲମାନ ମାଛରୁ ପର୍ଯ୍ୟାପ୍ତ ପରିମାଣରେ ଓମେଗା ୩ ଫେଟି ଏସିଡ ମିଳିଥାଏ । ଫଲିକ ଏସିଡ –ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଫଲିକ ଏସିଡ ମସ୍ତିଷ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ଯାହାକି ମାନସିକ ଅବସାଦରୁ ମୁକ୍ତି ଦେଇଥାଏ ।

ଯେବେ ଶରୀରରେ ସେରୋଟେନିନ ତିଆରି ହୁଏ ଏହା ବ୍ୟକ୍ତିର ମାନସିକତାକୁ ପ୍ରଭାବିତ କରେ । ଫଲିକ ଏସିଡ ସେରୋଟେନିନକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ । ସବୁଜ ପନିପରିବା, ଓଟ କ୍ଷିର, ସୂର୍ଯ୍ୟମୁଖୀ ମଞ୍ଜି, କମଳା , ଖାଦ୍ୟ ଶସ୍ୟରୁ ଭରପୁର ମାତ୍ରାରେ ଏହା ମିଳିଥାଏ । ରସୁଣ – କଞ୍ଚା ରସୁଣ ଖାଇବା ଦେହ ପାଇଁ ବହୁତ ଉପକାରୀ ହୋଇଥାଏ । ଥଣ୍ଡା ସମୟ ଆସିଲେ ବୟଷ୍କ ଲୋକ ମାନେ ଏହୀକୁ ଅଧୀକ ଖଆନ୍ତି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଏଥିରେ ଅଧୀକ ମାତ୍ରାରେ ଏଲିସିନ ଜିଙ୍କ ସଲଫର,ସେଲେନିୟମ, ଭିଟାମିନ ‘ଏ’ ଓ ‘ଇ’ ଥାଏ ଯାହାକି ଶରୀର ପାଇଁ ବହୁତ ଉପକୀରି ସାବ୍ୟସ୍ତ ହୋଇଥାଏ ।

Comments are closed.