ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଙ୍କ ନେତୃତ୍ୱରେଓଡ଼ିଶା ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନଉପଲକ୍ଷେ ଆୟୋଜିତ ବିକାଶ ମେଳା୨୦୨୫ରେ ବେଦାନ୍ତ ଆଲୁମିନିୟମ୍ର ମହିଳା ସଶକ୍ତୀକରଣ ଅଭିଯାନ\”ପ୍ରୋଜେକ୍ଟ ସଖୀ\’ର ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତକରାଯାଇଥିଲା । କମ୍ପାନୀର ଷ୍ଟଲକୁକଳାହାଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟ୍ ପାୱାର ସଚିନ,ଓର୍ମାସ୍, ଆଇଟିଡିଏ ଓ ଡିପିଏମ୍ୟୁରଅଧିକାରୀମାନେ ପ୍ରଶଂସା କରିଥିଲେ । ଏହିଅବସରରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାରଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ କଳାହାଣ୍ଡିରବିକାଶ ମହିଳା ସଶକ୍ତୀକରଣ ସହ ଆନ୍ତରିକ ଭାବେ ଜଡ଼ିତ । ମହିଳାମାନେ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିର ମୂଳଦୁଆ ବୋଲି ବେଦାନ୍ତ ଆଲୁମିନିୟମ୍ରେ ଆମେ ବିଶ୍ୱାସ କରୁ । ପ୍ରୋଜେକ୍ଟ ସଖୀ ମାଧ୍ୟମରେ ଆମେ ସେମାନଙ୍କୁ ଆତ୍ମନିର୍ଭରଶୀଳ ଉଦ୍ୟୋଗୀ ଓ ସାମାଜିକ-ଆର୍ଥିକ ପରିବର୍ତ୍ତନର ସକ୍ରିୟ ଭାଗିଦାରୀ ହେବାକୁ ସକ୍ଷମ କରୁଛୁ । ୨୦୧୬ରେ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ସଖୀରେ ୪୭୦୧ ସ୍ୱୟଂ ସହାୟକ ଗୋଷ୍ଠୀରେ ୪୯୦୦ରୁ ଅଧିକ ମହିଳା ଯୋଡ଼ି ହୋଇଛନ୍ତି ।