ଜାଡ ଦିନରେ ଜଳର ଜହର……

0 231

ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇଲେ ଗ୍ରାମବାସୀ


ବିଷମକଟକ :-ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଂଚାୟତ ସ୍ଥିତ ନୂଆ ଗାଁ ରେ ଠାରେ ଗତ ତିନି ମାସ ରୁ ଉର୍ଦ୍ଧ୍ବ ହେବ  ପିଇବା ପାଣି  ଘୋର ଅସୁବିଧା ଦେଖା ଦେଇଛି।ଗ୍ରାମ ର ଅଧିବାସୀ ମାନେ ବାଧ୍ୟ ହୋଇ ନଈ  ରେ  ବୋହି ଯାଉଥିବା ପାଣି କୁ   ରୋଷେଇ କରିବା ସହ ପିଉଛନ୍ତି,ଯ ଦ୍ୱାରା ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଏହି ପିଇବା ପାଣି ର ଅସୁବିଧା ସମ୍ପର୍କରେ ଚାଟିକଣା ସରପଞ୍ଚ ଙ୍କ  ଠାରୁ ଆରମ୍ଭ କରି  ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ବାରମ୍ବାର ଦୀର୍ଘ ତିନି ମାସ ହେବ ଗୁହାରି କରିଲେ ମଧ୍ୟ କୌଣସି ଅଧିକାରୀ ନୂଆଗାଁ ଗ୍ରାମବାସୀ ଙ୍କ କଥା କୌଣସି ଅଧିକାରୀ ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁକରି ଆଜି ବାଧ୍ୟ ହୋଇ ଅନ୍ୟ ଉପାୟ ନ ପାଇ ଚାଟିକଣା ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ପକାଇଲେ ଗ୍ରାମବାସୀ।ଆଜିଯଦି ଆମ ଜଳ ସମସ୍ୟାର ସମାଧାନ ନ ହୁଏ  ଜଳ ଯୋଗାଣ ପକ୍ରିୟା କୁ ଖୁବଶୀଘ୍ର ତ୍ୱରାନ୍ୱିତ କରି  ଟ୍ୟୁବେଲ ଗୁଡ଼ାକ ମରାମତି କାର୍ଯ୍ୟ ସମ୍ପାଦନ କରି ପିଇବା ପାଣି ର ସମସ୍ୟା କୁ ଦୂର କରାନଯାଏ ତାହାହେଲେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି  ପଂଚାୟତ ସମିତି କାର୍ଯ୍ୟାଳୟ  ଘେରାଉ କରିବାକୁ ନୂଆଗାଁ  ଗ୍ରାମବାସୀ ସମେତ ଲଷ୍ମୀ ବାଗ, ଭରତ ହିକକା ପ୍ରମୁଖ  କହିଛନ୍ତି

Leave A Reply

Your email address will not be published.