ସମ୍ବଲପୁର:-ହିଣ୍ଡାଲକୋ ହୀରାକୁଦ ଏଫ.ଆର.ପି ୱର୍କସ୍ ଏମ୍ପ୍ଲୟିଜ୍ ୟୁନିଅନର କାର୍ଯ୍ୟକାରିଣୀ ବୈଠକ ହୀରାକୁଦସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ମହମ୍ମଦ ମୁର୍ତୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ତଥା ସଂଘର ପରାମର୍ଶଦାତା ସଞ୍ଜିତ ମହାନ୍ତି ଯୋଗଦେଇ ବିଭିନ୍ନ ଶ୍ରମିକ ସମସ୍ୟା ଉପରେ ମତ ରଖିଥିଲେ।
ବୈଠକରେ ଶ୍ରମିକ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ହିଣ୍ଡାଲକୋ ପକ୍ଷରୁ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ (ABPS)ନାମକ ସିବିଏସଇ (CBSE) ସ୍କୁଲ ସ୍ଥାପନ ନିଷ୍ପତ୍ତିକୁ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହା ହିନ୍ଦ ମଜଦୁର ସଭାର ଦୀର୍ଘଦିନର ଦାବି ଥିବାରୁ ସଂଘ ଏହାକୁ ଶ୍ରମିକ ପରିବାରଙ୍କ ପାଇଁ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛି।
ସେହିପରି, ଶ୍ରମିକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସୁବିଧାକୁ ଦୃଷ୍ଟିରେ ରଖି ହିଣ୍ଡାଲକୋ ଶୀଘ୍ର ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସ୍ଥାପନ କରିବାକୁ ସଂଘ ଆଶା ପ୍ରକାଶ କରିଛି। ଏହା ସହିତ ଏବିପିଏସ୍ ସ୍କୁଲରେ ଶ୍ରମିକମାନଙ୍କ ପିଲାଙ୍କ ପାଇଁ ଫିସ୍ରେ ରିହାତି ସୁବିଧା କିପରି ପ୍ରଦାନ କରାଯିବ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଆହୁରି ମଧ୍ୟ୍ୟ , କମ୍ପାନୀରେ ଖାଲି ପଡ଼ିଥିବା ପଦବୀ ପୂରଣ, ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା, କର୍ମ ପରିବେଶର ଉନ୍ନତି ଓ ଶ୍ରମିକ କଲ୍ୟାଣ ସମ୍ପର୍କିତ ବିଭିନ୍ନ ମୁଦ୍ଦା ଉପରେ ଗୁରୁତ୍ୱର ସହ ଆଲୋଚନା ହୋଇଥିଲା। ବିଶେଷ ଭାବରେ ଶ୍ରମିକ ଆଇନ୍ କୁ ଚାରିଟି ଶ୍ରମ କୋଡରେ ପରିବର୍ତ୍ତନ ନିଷ୍ପତି କୁ ଶ୍ରମିକ ବିରୋଧୀ କହିବା ସହିତ ଶ୍ରମ ଆଇନରେ ପରିବର୍ତ୍ତନ ନ କରିବା ପାଇଁ ଦାବୀ କରାଯାଇଥିଲା।
ଏହି ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ସଞ୍ଜୀବ ପ୍ରଧାନ, ସାଧାରଣ ସମ୍ପାଦକ ସୁବ୍ରତ ପଣ୍ଡା, ଇଣ୍ଡଲ ହୀରାକୁଦ ପାୱାର ୱାର୍କର୍ସ ୟୁନିଅନର କାର୍ଯ୍ୟକାରୀ ସଭାପତି ରୋଶନ ସିଂ, ସାଧାରଣ ସମ୍ପାଦକ ଯୋଗୀନ୍ଦ୍ର ବେହେରାଙ୍କ ସହ ଶେଖ ଚାନ୍ଦ ବାବୁ, ଜିଜିକାଲ ନାଗ, ଅନିଲ ପାଣିଗ୍ରାହୀ, ଶିବ ଶଙ୍କର ବେହେରା, କିଶୋର ଖଡ଼ିଆ, ଶ୍ରୀକାନ୍ତ ପ୍ରଧାନ, ମନୋରଞ୍ଜନ ସାହୁ, ବିରଞ୍ଚି ବୁଟିଆ, ଆନନ୍ଦ କିଶୋର ଧରୁଆ, ସତୀଶ ଶତପଥୀ, ସୁବାଶିଷ ଦାସ ଓ ଆଦିଶକ୍ତି ରାଉତ ପ୍ରମୁଖ ସହ ଶତାଧିକ କର୍ମଚାରି ଉପସ୍ଥିତ ଥିଲେ।