ରବି ନର୍ସିଂହୋମ ତରଫରୁ କୋଭିଡ୍ ଡାକ୍ତରଖାନାକୁ ବିଭିନ୍ନ ଉପକରଣ ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ରହିଥିବା କୋଭିଡ୍ ଡାକ୍ତରଖାନା ଗୁଡିକୁ ପାରଳାଖେମୁଣ୍ଡି ଠାରେ ଥିବା ରବି ନର୍ସିଂହୋମ୍ ତରଫରୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି । ରବି ନର୍ସିଂହୋମ୍ର ମୁଖ୍ୟ ଡାକ୍ତର ଆର୍.ଆର୍. ରବି ବିପି ମେସିନ, ପଲସ୍ ଅକ୍ସିମିଟର, ପିପିଇ କିଟ୍, ଥର୍ମାଲ ସ୍କ୍ରିନିଂ ମେସିନ ଆଦି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା କୋଭିଡ୍ ଡାକ୍ତରଖାନାରେ ବ୍ୟବହାର କରିବା ପାଇଁ ପ୍ରଦାନ କରିଛନ୍ତି । ଏଗୁଡିକୁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ଗଜପତି ଜିଲ୍ଲା କୋଭିଡ୍ ହସ୍ପିଟାଲ ଇନ୍ଚାର୍ଯ ଡାକ୍ତର ଏନ୍.ରବିବାବୁଙ୍କୁ ଏହି ସମସ୍ତ ଉପକରଣ ଡାକ୍ତର ରବି ପ୍ରଦାନ କରିଛନ୍ତି । ଜିଲ୍ଲାରେ କୋଭିଡ୍ ଦିନକୁ ଦିିନ ଉଗ୍ର ରୂପ ନେଉଥିବା ବେଳେ ଘରୋଇ ଡାକ୍ତର ରବିଙ୍କ ଏଭଳି ଉପକରଣ ପ୍ରଦାନ ଲୋକଙ୍କ ସେବାରେ ବିଶେଷ ଭାବେ ନିୟୋଜିତ ହୋଇପାରିବ ବୋଲି ସାଧାରଣରେ ପ୍ରକାଶ କରାଯାଇ ସମ୍ପୃକ୍ତ ଡାକ୍ତରଙ୍କ ମହାନୀୟତା ଯୋଗୁଁ ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।

Comments (0)
Add Comment