ଭିଭୋ ଅଧିକାରୀଙ୍କୁ ଇଡି ଗିରଫ ପରେ ନାଲିଆଖି ଦେଖାଇଲା ଚୀନ୍‌

After ED arrests Vivo official, China shows shame

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ନିର୍ମାତା ଭିଭୋର କିଛି ଅଧିକାରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯିବା ପରେ ଚୀନ୍‌ ତାହାକୁ ନେଇ ଆପତ୍ତି ଉଠାଇଛି। ଆମ କଂପାନି ସହ ଭେଦଭାବ କରନାହିଁ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍‌ତା ମାଓ ନିଙ୍ଗ୍‌ କହିଛନ୍ତି। ଏହି ଘଟଣା ଉପରେ ଚୀନ୍‌ କଡ଼ା ନଜର ରଖିଛି। କଂପାନିଗୁଡ଼ିକର ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ଲାଗି ସବୁ ପ୍ରକାର ସହଯୋଗ ପ୍ରଦାନ କରିବାକୁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି। ଗିରଫ ହୋଇଥିବା ଭିଭୋର କର୍ମଚାରୀଙ୍କୁ ଦୂତାବାସ ସୁବିଧା ପ୍ରଦାନ କରିବାକୁ ଚୀନ୍‌ ସରକାର ଘୋଷଣା କରିଛନ୍ତି। ଚଳିତ ମାସ ୨୩ରେ ଇଡି ପକ୍ଷରୁ ଭିଭୋର ଅନ୍ତରୀଣ ସିଇଓ ହଙ୍ଗ ସୁକୁଆନ୍‌, ମୁଖ୍ୟ ବିତ୍ତ ଅଧିକାରୀ ହରିନ୍ଦର ଦହିୟା ଓ ଉପଦେଷ୍ଟା ମେହନ୍ତ ମୁଞ୍ଜାଲଙ୍କୁ ଗିରଫ କରାଯାଇଥିଲା। ସେମାନେ ଇଡି ହାଜତରେ ଅଛନ୍ତି। ଏହା ପୂର୍ବରୁ ଇଡି ପକ୍ଷରୁ ମୋବାଇଲ୍‌ ନିର୍ମାତା ଲାଭା ଇଣ୍ଟାଣ୍ଟ ନିତୀନ ଗର୍ଗ ଓ ରାଜନ ମଲ୍ଲିକଙ୍କୁ ଗିରଫ କରାଯାଇଥିଲା। ସେମାନେ ବି ବିଚାର ବିଭାଗୀୟ ହାଜତରେ ଅଛନ୍ତି। କୋର୍ଟଙ୍କୁ ଇଡି ଜଣାଇଛି ଯେ ପୂର୍ବରୁ ଗିରଫ କରାଯାଇଥିବା ୪ ବ୍ୟକ୍ତିଙ୍କ ଯୋଗୁଁ ବେଆଇନ ଉପାୟରେ ଭିଭୋକୁ ଲାଭ ମିଳିଥିଲା। ସେହି କାର୍ଯ୍ୟ ଭାରତର ଅର୍ଥନୈତିକ ସାର୍ବଭୌମତ୍ୱର ବିରୋଧୀ ଥିଲା ବୋଲି ଦାବି କରାଯାଇଛି। ଚଳିତ ବର୍ଷ ଜୁଲାଇରେ ଇଡି ପକ୍ଷରୁ ଭିଭୋ ଓ ଏହାର କାରବାର ସହ ଜଡ଼ିତ ବିଭିତ୍ତ କଂପାନିର ଠିକଣା ଉପରେ ଚଢ଼ଉ କରାଯାଇଥିଲା। ଟିକସ ଠକେଇ କରି ଭିଭୋ ବେଆଇନ ଭାବେ ଭାରତରୁ ୬୨,୪୭୬ କୋଟି ଟଙ୍କା ଚୀନ୍‌ ପଠାଇଥିବା ଇଡି ଅଭିଯୋଗ କରିଛି। ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ମାମଲା ଉଲ୍ଲେଖଯୋଗ୍ୟ, ଲଦାଖ୍‌ର ଗଲ୍‌ୱାନ ଘାଟିରେ ୨୦୨୦ରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍‌ ଉପରେ ଅର୍ଥନୈତିକ ଚାପ ସୃଷ୍ଟି କରିବା ଲାଗି ଭାରତ ସରକାର ଉଦ୍ୟମ କରୁଛନ୍ତି। ଟିକ୍‌ଟକ୍‌ ସମେତ ଚୀନ୍‌ର ବହୁ ଲୋକପ୍ରିୟ ଆପ୍‌କୁ ନିଷିଦ୍ଧ ଘୋଷଣା କରାଯିବା ପରେ ବଡ଼ ବଡ଼ ପ୍ରକଳ୍ପରୁ ଚୀନ୍‌ ସଂସ୍ଥାକୁ ବିଦା କରାଯାଇଛି। ଚୀନ୍‌ ଯନ୍ତ୍ରାଂଶ ବ୍ୟବହାର ନକରିବାକୁ ଟେଲିକମ୍‌ କଂପାନିଗୁଡ଼ିକୁ କୁହାଯାଇଛି। ଚୀନ୍‌ର ନିବେଶ ରୋକିବା ଲାଗି ସରକାର ଅନୁମତିକୁ ବାଧ୍ୟତାମୂଳକ କରାଯାଇଛି। ଆମଦାନି କମ୍‌ କରିବା ଲାଗି ଆତ୍ମନିର୍ଭର ଭାରତ ଆହ୍ୱାନ ଦିଆଯାଇଛି। ଭାରତୀୟ ତଦନ୍ତ ଏଜେନ୍ସିଗୁଡ଼ିକର ନିଶାଣରେ ରହିଛନ୍ତି ଚୀନ୍‌ ସଂସ୍ଥା। ସେମାନେ ଭାରତୀୟ ଆଇନ ଉଲ୍ଲଂଘନ କରି ବେଆଇନ ଭାବେ ଚୀନ୍‌ର ମୂଳ ସଂସ୍ଥାକୁ ଲାଭ ମିଳିବା ଭଳି ଉପାୟରେ ପାଣ୍ଠି ପ୍ରେରଣ କରୁଥିବା ଅଭିଯୋଗ ରହିଛି।

#india#latestnews#New Delhi#news
Comments (0)
Add Comment