ବିପଦ ସଙ୍କେତ ଅବସ୍ଥା ରେ ୩୩/୧୧ କେଭି ବାଙ୍କିଲି ସବଷ୍ଟେସନ

କୋଲନରା: ୨୮/୦୪  ଯେତେ ସୁବିଧା ସେତିକି ଅସୁବିଧା । କେତେବେଳେ କାହାର ଜୀବନ ଯାଇପାରେ । ଖଲା ମେଲା ରେ ବିଦ୍ୟୁତ ସଵଷ୍ଟେସନ କିଏ କେତେବେଳେ କାର୍ଯ୍ୟରତ କିଛି ବି ଜଣା ପଡୁନାହିଁ । ସବୁବେଳେ ସଵଷ୍ଟେସନ ଫାଙ୍କା ଓ ଖାଁ ଖାଁ । କିଏ କେତେବେଳେ କାର୍ଯ୍ୟରତ ସେହି କର୍ମଚାରୀ ଙ୍କ ନାମ ଫଳକ ଲଗେଇଲେ ପଶୁପକ୍ଷୀ ସହ କାହା ମୂଲ୍ୟବାନ ଜୀବନ ବଞ୍ଚି ଯାଇ ପାରେ । ଏହାର ଅବ୍ୟବସ୍ଥା ଦେଖିବା କୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ସଦର ଗାଁ କୁ ଯିବା ରାସ୍ତା ର ପାର୍ଶ୍ୱରେ ରହିଛିଏକ ୩୩ / ୧୧ କେ ଭି  ବିଦ୍ୟୁତ ସବ ଷ୍ଟେସନ।  ଏହି ସବ ଷ୍ଟେସନ  ର  ଚତୁର୍ପାଶ୍ୱରେ  ତାର  ବାଡ  କିମ୍ବା ସୁରକ୍ଷା ପାଇଁ  ବାଉଁଣ୍ଡରୀ  ବିଭାଗ  ପକ୍ଷରୁ କରାଯାଇ  ନ ଥିବା ଯୋଗୁଁ   ଏଠାରେ ଗାଁ ର  ଗୃହ ପାଳିତ  ପଶୁ ମାନେ ଚଳ ପ୍ରଚଳିତ ହେଉଥିବା ବେଳେ ଦୁର୍ଘଟଣା ଘଟିବାର ସମ୍ଭାବନା  ରହିଛି ।  ମୁକୁଳା  ପଡ଼ିଥିବା  ଏହି  ସବ ଷ୍ଟେସନ ଭିତ ରେ ଦେଇ ଗାଈ , ଗୋରୁ , ଛେଳି , ମେଣ୍ଢା  ଆଦି ଘାଷ  ଖାଇବା  ଆଶା କରି ଟ୍ରାନ୍ସଫର୍ମର ପାର୍ଶ୍ୱରେ ଚରୁ ଥିବାରୁ ଲୋକେ ମଧ୍ୟ ବାଧ୍ୟ ହୋଇ  ଆଖ  ପାଖକୁ  ଯାଇ  ଗାଈ  ଗୋରୁ  ଙ୍କୁ  ଅଡ଼େଇ  ଆଣିବାକୁ  ବାଧ୍ୟ ହେଉଛନ୍ତି।  ଏଭଳି  ଏକ  ସମ୍ବେଦନ  ଶିଳ ସ୍ଥାନ କୁ ବିଭାଗ ପକ୍ଷରୁ ଗୁରୁତ୍ୱ ନ ଦେବା ବିଷୟରେ ସ୍ଥାନୀୟ ମହିଳା ମଣ୍ଡଳ ର ସଦସ୍ୟା ମାନେ ଓ ଗାଁର ଲୋକମାନେ ଅଭିଯୋଗ କରିଛନ୍ତି। ଏହି  ବିଦ୍ୟୁତ  ସବ  ଷ୍ଟେସନ  ରୁ ବାଡିସଲା, ତାଣ୍ଡିକଣ। , ଶୁଣ୍ଢି ଧାମୁଣି, ବାଙ୍କିଲି ,ଝରୋଡି ,ବଡ଼ ଚମ୍ପିଆ ,ରୁଗୁଡି ବାଇ, ର ବାଡ଼ି , ଅଞ୍ଚଳ କୁ ବିଦ୍ୟୁତ ଆବଣ୍ଟନ କରାଯାଉଛି। ଏଥି ପୂର୍ବରୁ ମୁକନ୍ଦପୁର, କୈଳାଶ ପୁର, ରେଖାପଦର, ଭୋଇମଡା ,ପଣ୍ଡାରତୋଳା, ବୁର୍ଜୁଗୁଡ଼ା, ଆଦି  ଅଞ୍ଚଳ  ରେ  ବିଦ୍ୟୁତ  ସପ୍ଲାଇ ହେଉଥିଲା । ମୁକୁନ୍ଦପୁର ଠାରେ ଟ୍ରାନ୍ସଫର୍ମର ବସିବା ପରେ ବାଙ୍କିଲି ସବ ଷ୍ଟେସନ ଠାରୁ ଲୋଡ କମିଛି । ବିଦ୍ୟୁତ ବିଭାଗ ପକ୍ଷରୁ ଲୋକ ଓ ଗୃହ ପାଳିତ ପଶୁ ଙ୍କ  ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଏହି ୩୩ / ୧୧ କେ ଭି ଟ୍ରାନ୍ସଫର୍ମର ର ଚାରି ପଟେ ସୁରକ୍ଷା ବ୍ୟବସ୍ଥା କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

Comments (0)
Add Comment