ବନୀକରଣ ଓ ପାରିପାର୍ଷିକ ସନ୍ତୁଳନ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

ପୁରୀ : ପୁରୀ ସୁରକ୍ଷା ପରିଷଦ ଓ ଲତା ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ପକ୍ଷରୁ ବିଶ୍ୱ ପରିବେଶ ସୁରକ୍ଷା ସପ୍ତାହର ତୃତୀୟ ଦିବସରେ ବ୍ରହ୍ମଗିରି ସ୍ଥିତି ପ୍ରସ୍ତୁତି ଶିକ୍ଷାନୁଷ୍ଠାନରେ ବନୀକରଣ ଓ ପାରିପାର୍ଷିକ ସନ୍ତୁଳନ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ପରିଷଦର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ l ଆଲୋଚନା ଚକ୍ରରେ ବିଶିଷ୍ଟ ଅତିଥିଭାବେ ଶିକ୍ଷାବିତ୍ ଜ୍ୟୋତି ମିଶ୍ର ଯୋଗଦେଇ କହିଲେ ସମ୍ପ୍ରତି ପରିବେଶ ପ୍ରଦୂଷଣ,ଅସହନୀୟ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ସମଗ୍ର ଜୀବଜଗତପାଇଁ ସତର୍କର ଘଣ୍ଟି ବଜାଇ ସାରିଲାଣି । ତେଣୁ ପ୍ରବଳ ମାତ୍ରାରେ ବନୀକରଣ ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ l ମୁଖ୍ୟଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍ କ୍ରିଷ୍ଣା ମହାପାତ୍ର ଯୋଗଦେଇ କହିଲେ ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାକୁ ଲାଗିଛି l ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି l ଯାହା ଫଳରେ ପରିବେଶ ପ୍ରତି ଜନସାଧାରଣଙ୍କୁ ସଚେତନ କରାଇବା ଓ ବୃକ୍ଷ ରୋପଣ କରିବା ଅତ୍ୟନ୍ତ ଜରୁରୀ ଅଟେ l ତାପମାତ୍ରା ବଢିବା, ଭୂତଳ ଜଳସ୍ତର ନିମ୍ନଗାମୀ ହେବା, ମୃର୍ତ୍ତିକା କ୍ଷୟ ହ୍ରାସ ପାଇବା, ବୃଷ୍ଟିପାତ କ୍ରମାଗତ ହ୍ରାସ ପାଇବା ସମାଜ ପାଇଁ ସତର୍କ ଘଣ୍ଟି ବୋଲି ସେ କହିଥିଲେ l ବ୍ରହ୍ମଗିରି ଜଙ୍ଗଲ ରେଞ୍ଜ ଅଧିକାରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇ କହିଲେ ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃର୍ତ୍ତିକା ଓ ଜଙ୍ଗଲ l ମାତ୍ର ଦ୍ରୁତ ଜନ ବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି ଓ ବ୍ୟାପକ କଂକ୍ରିଟ ସଡ଼କ ନିର୍ମାଣ ପାଇଁ ବ୍ୟାପକ ଜଙ୍ଗଲ କଟା ଚାଲିଛି l ଏଥିପ୍ରତି ଆଜି ଆମେ ସଂକଳ୍ପ ନେବା ବ୍ୟାପକ ବନୀକରଣ କରିବା, ଫ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା, ଜଳ ସଂଚୟ କରିବା ମୂଳ ଲକ୍ଷ୍ୟ l ଅନ୍ୟତମ ଅତିଥିଭାବେ କାଶୀନାଥ ନାୟକ, ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍  ବରାଳ ଓ ରମେଶ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ l ଆୟୋଜିତ ଆଲୋଚନା ଚକ୍ରରେ ବଶିଷ୍ଟ ସାମାଜିକ କର୍ମୀ ପଠାଣି ଜେନା, ଟି ସୁନିତା ରାଓ, ପ୍ରଦୀପ କୁମାର ନାୟକ, ଦେବାଶିଷ ପଲେଇ, ମଧୁସ୍ମିତା ବେହେରା, ବିଦୁସ୍ମିତା ସ୍ୱାଇଁ, ବର୍ଷା ବୈଶାଖୀ ତ୍ରିପାଠୀ, ଇତିଶ୍ରୀ ଜେନା ପ୍ରମୁଖ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ନେଇ ସଂକଳ୍ପ ନେଇଥିଲେ l ପ୍ରାରମ୍ଭରେ ରୂପକ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ତପନ ସେଠି l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବେଣୁଧର ପାତ୍ର l ଆଲୋଚନା ଚକ୍ରରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l
#lakshminarayanpatnaikexecutivepresidentofthecouncil #purisecuritycouncilandlatacharitabletrust #worldenvironmentweek #puri #odisha #dumanikhabar
Comments (0)
Add Comment