ପୋଲିସ କୁ ମନ୍ଦିର ଭିତରେ ଭରି ତାଲାମାରିଲେ ଚାଷି

ନୂଆପଡା, ୪/୨: ନୂଆପଡା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ତଳ ମୁଣ୍ଡ ଓ ଉପରମୁଣ୍ଡ ବିବାଦ ଥମିବାର ନା ଧରୁନାହିଁ।ଆଜି ଉପେରମୁଣ୍ଡ ଚାଷି ପି ସି ଆର ଗାଡି ରେ ପାଟ୍ରୋଲିଂ କରୁଥିବା ଜଣେ ଏସଆଇ ଙ୍କ ସମେତ ତିନି ବନ୍ଧୁକଧାରୀ ଯବାନ,ଓ ଡ୍ରାଇଭର ଙ୍କୁ ସାରାବଙ୍ଗ ଗ୍ରାମର ଏକ ମନ୍ଦିର ଭିତରେ ଭରି ବହାରପଟୁ ତାଲା ମାରିଦେଇଥିଲେ। ସୂଚନାନୁସାରେ ପାଣିପାଞ୍ଚାୟତ ନିୟମ ତଥା ହାଇକୋର୍ଟ ଙ୍କ ନିର୍ଦେଶ ଅନୁସାରେ ଗୋଟିଏ ବର୍ଷ ୧ରୁ ୬ ଓ ୧୭ରୁ ୨୦ପାଣିପାଞ୍ଚାୟତ (ଉପରମୁଣ୍ଡ) ପାଣି ପାଇବ ଓ ଗୋଟିଏ ବର୍ଷ ୭ ରୁ ୧୬ ପାଣିପାଞ୍ଚାୟତ (ତଳମୁଣ୍ଡ) ପାଣି ପାଇବ । ଚଳିତ ବର୍ଷ ତଳମୁଣ୍ଡ ପାଣି ପାଇବା କଥା । କିନ୍ତୁ ୦ ହେଡ ରୁ ପାଣି ଛାଡିବା ଓ ଉପେରମୁଣ୍ଡ କୁ ପାଣି ଯୋଗାଇ ଦେବାକୁ ନେଇ ବାରମ୍ବାର ଆନ୍ଦୋଳନ କରି ଆସୁଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଦୁଇ ମୁଣ୍ଡ ର ଚାଷୀ ଡକାଇ ବୈଠକ କଲାପରେ ଉପରମୁଣ୍ଡ ଚାଷି ରାଜି ହୋଇଥିଲେ । ଗତକାଲି ୦ ହେଡ ରୁ ପାଣି ଛଡା ମଧ୍ୟ ହୋଇଥିଲା । ପୁଣି ଉପରମୁଣ୍ଡ ଚାଷି ଙ୍କ ତରଫରୁ ହେବାକୁ ଥିବା ଆଉ ଏକ ଆନ୍ଦୋଳନ ର ସୂଚନା ପାଇ ପୋଲିସ ସାରାବଙ୍ଗ ଗ୍ରାମର ଦୁଇ ଜଣ ଚାଷୀ କମଲେଶ ଦୀକ୍ଷିତ ଓ ପ୍ରକାଶ ଦୀକ୍ଷିତ ଙ୍କୁ ଘରୁ ଉଠାଇ ନେଇଥିଲା ଓ ଅଂଚଳରେ ୧୪୪ ଧାରା ଲଗାଇଥିଲେ। ଏଥିରେ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ପାଟ୍ରୋଲିଂ କରୁଥିବା ସମୟରେ ଗାଡିକୁ ଅଟକ ରଖି ସେଥିରେ ଥିବା ଡ୍ରାଇଭର ସମେତ ୫ ଜଣଙ୍କୁ ନିକଟସ୍ଥ ଏକ ଜଗନ୍ନାଥ ମନ୍ଦିରରେ ପୁରାଇ ବହାରପଟୁ ତଳ ମାରି ଦେଇଥିଲେ । ଆମର ଦୁଇ ଜଣ ଚାଷୀକୁ ଛାଡିଲେ ଆମେ ଏମାନଙ୍କୁ ଛାଡ଼ିବୁ ବୋଲି ଧାରଣାରେ ବସିଥିଲେ । ଏ ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ ଆଚାର୍ଯ୍ୟ, ଏସ ଡି ପି ଓ ପ୍ରଶାନ୍ତ ପଟ୍ଟନାୟକ ତହସିଲଦାର ଦେବେନ୍ଦ୍ର ରାଉତ ପୋଲିସ ଫୋର୍ସ ସହ ସେଠାରେ ପହଞ୍ଚି ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ।କିନ୍ତୁ ଗ୍ରାମବାସୀ କିଛି ଶୁଣିନଥିଲେ ।ଶେଷରେ ଚାଷୀ ମାନଙ୍କ ଆଗରେ ପ୍ରଶାସନ ହାର ମାନିଥିଲା । ଦୁଇ ଜଣ ଚାଷୀଙ୍କୁ ଛାଡିବା ପରେ ଚାଷୀ ପୋଲିସ କର୍ମୀଙ୍କୁ ଛାଡି ଥିଲେ । ଦୀର୍ଘ ୩ ଘଣ୍ଟା ବନ୍ଧକ ରହିବା ପରେ ମୁକ୍ତ ହୋଇଥିଲେ ପୋଲିସ କର୍ମୀ ।

Comments (0)
Add Comment