ଦିନ ଦ୍ୱିପହରରେ ବାଲିଗୁଡା ରେ ଶିକ୍ଷକଙ୍କ ଠାରୁ ୨ ଲକ୍ଷ ୭୦ ହଜାର ଲୁଟ

କନ୍ଧମାଳ : ଆପାଚି ଗାଡ଼ିରେ ଆସି ଶିକ୍ଷକଙ୍କ ଠାରୁ ଝାମ୍ପିନେନେଲେ ୨ ଲକ୍ଷ ୭୦ ହଜାର ଟଙ୍କା ଦୁଇଜଣ ଦୁର୍ବୃତ୍ତ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟରେ ଦିନ ଦ୍ବିପହରରେ ଘଟିଛି ଏଭଳି ଘଟଣା । ବାଲିଗୁଡ଼ା ମୁଣ୍ଡାସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ୍ କୁମାର ନାୟକ ବାଲିଗୁଡ଼ା ଏସ. ବି. ଆଇ ବାଲିଗୁଡା ଶାଖାମୁଖ୍ୟ ବ୍ରାଞ୍ଚରୁ ସ୍କୁଲ ପିଲାଙ୍କ ମଧ୍ଯାହ୍ନ ଭୋଜନ ଟଙ୍କା ଉଠାଇ ସ୍କୁଲକୁ ଯିବାବେଳେ ବସଷ୍ଟାଣ୍ଡ୍ ନିକଟ ଏଟିଏମ୍ ସମ୍ମୁଖରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଶିକ୍ଷକ ଜଣକ ବାଲିଗୁଡ଼ା ଥାନାରେ ଏନେଇ ଲିକ୍ଷିତ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ତନାଘନା ଆରମ୍ଭ କରିଛି ।

Comments (0)
Add Comment