ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଶିବିରରେ ୮୫ ଗୋଟି ଅଭିଯୋଗ ର ଶୁଣାଣି କଲେ ଜିଲ୍ଲପାଳ

ଖୋରଧା -୧/୫- ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ  ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ,  ଜ୍ୟୋତି ଶଙ୍କର ସାହୁ, ଖୋରଧା ଉପଜିଲ୍ଲାପାଳ, ସଂକଳ୍ପ ସ୍ଵସ୍ତିକ ସାହୁ, ସହକାରୀ ଜିଲ୍ଲାପାଳ, ଅଭିଯୋଗ, ଭୁବନେଶ୍ଵରୀ କଅଁର , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀତପା ମିଶ୍ର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ପ୍ରମୁଖ ଏହି  ଜନ ଶୁଣାଣି ଶିବିରରେ ଉପସ୍ଥିତ ଥିଲେ l ଜନ ଶୁଣାଣି ଶିବିରରେ ୮୫ ଗୋଟି ଅଭିଯୋଗ ହୋଇଥିବା ବେଳେ ସେଥି ମଧ୍ୟରୁ ୭୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୨  ଗୋଟି ଅଭିଯୋଗ ସମୁହ ସମସ୍ୟା ଜନିତ ଥିଲା l ଜିଲ୍ଲାପାଳ ୧୪ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ l ଜିଲ୍ଲାପାଳ  ଚିକିତ୍ସା ନିମନ୍ତେ କୁମାଣ୍ଡୋଳା ଗ୍ରାମ ପଞ୍ଚାୟତ, ବାଣପୁର ବ୍ଲକ୍ ର ମଞ୍ଜୁ ବେହେରା ଙ୍କୁ କର୍କଟ ରୋଗ ଚିକିତ୍ସା ନିମନ୍ତେ ୧୫ ହଜାର ଏବଂ ଖୋରଧା ବ୍ଲକ ର ଗୁରୁଜଙ୍ଗ ଗ୍ରାମ ର ଛବି ଦାସଙ୍କୁ ଆତ୍ମ ନିଯୁକ୍ତି ନିମନ୍ତେ ୧୫ ହଜାର ଟଙ୍କା  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିଥିଲେ l ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ l ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବି.ଡି.ଓ, ତହସିଲଦାର ଓ ଗଣମାଧ୍ୟମ ପ୍ରତିନିଧି  ଯୋଗଦେଇଥିଲେ |
#samajikakalyanareport #districtleveljointgenocidecamps #hearingofthecomplaint #districtcollector #odishagovernment #khordha #dumanikhabar
Comments (0)
Add Comment