ଓଡ଼ିଶା ରାଜ୍ୟ କର୍ମଚାରୀ ମହାସଂଘର ରାଜ୍ୟ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କର୍ମଚାରୀ ମହାସଂଘର ସମ୍ମିଳନୀ ଭାରତୀୟ ବିଦ୍ୟାଭବନ, ୟୁନିଟ୍-୩, ଭୁବନେଶ୍ୱରଠାରେ ଶ୍ରୀମତୀ ସୀତା ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି  । କର୍ମଚାରୀ ମହାସଂଘର ଆବାହକ ସୁଜିତ୍ କୁମାର ନାୟକ ବିବରଣୀ ପାଠ କରିଥିଲେ । ଉକ୍ତ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀଙ୍କ ସମସ୍ୟା ଯଥା- ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା, ଖାଲିଥିବା ପଦବୀ ପୂରଣ କରିବା, ସରକାରୀ କାର୍ଯ୍ୟାଳୟରେ ବିଭିନ୍ନ ବର୍ଗର ପଦବୀ ଗୁଡ଼ିକର ରିଷ୍ଟ୍ରକଚରିଙ୍ଗ୍ କରାଯାଇ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଗୁଡ଼ିକ ଲୋକମାନଙ୍କ ସ୍ୱାର୍ଥ ପାଇଁ ସକ୍ରିୟ କରାଇବା, ସମସ୍ତଙ୍କୁ ପୁରୁଣା ପେନ୍ସନ୍ ଦେବା ଉପରେ ଆଲୋଚନା ହୋଇଥିଲା  । ମୋଟ୍ ଉପରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା  । ଆମ ରାଜ୍ୟର ସରକାରୀ କାର୍ଯ୍ୟାଳୟ ଓ ସରକାରୀ କାମ ଯେପରି ଭାବରେ ଚାଲିଛି, ତା’ର ପରିବର୍ତ୍ତନ ଦରକାର  ।
        ସରକାରୀ କର୍ମଚାରୀମାନଙ୍କ ଉପରେ କାମ କରିବା ପାଇଁ ଅଧିକ ଚାପ ସୃଷ୍ଟି କରାଯାଉଅଛି ଓ କାମ କରିବାର ସମୟ ପରୋକ୍ଷରେ ବୃଦ୍ଧି କରାଯାଉଅଛି । ଆମ ଦେଶରେ ବର୍ତ୍ତମାନ ଅନେକ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀମାନଙ୍କ ଦରମା ନିର୍ଦ୍ଧାରଣ ପାଇଁ ପ୍ରତି ୫ ବର୍ଷରେ ବେତନ କମିଶନ ବସାଇ ବେତନ ନିର୍ଦ୍ଧାରଣ କରୁଛନ୍ତି  । ସେମାନଙ୍କର କର୍ମଚାରୀମାନଙ୍କ ପୁରୁଣା ପେନ୍ସନ୍ ଦେଉଛନ୍ତି  । କେତେକ ରାଜ୍ୟରେ ଇଗ୍ଦଗ୍ଦଙ୍କକ୍ସରୟ ଘରଙ୍ଗ ଚରଦ୍ଭଗ୍ଦସକ୍ଟଦ୍ଭ ଯୋଜନା ବ୍ୟବସ୍ଥା କରାଯାଇଅଛି  । କେତେକ ରାଜ୍ୟରେ ଦରମାରୁ କଟାଯାଇଥିବା ଶତକଡ଼ା ୧୦ ଭାଗ ଦରମା ପୁରୁଣା ପଦ୍ଧତିରେ ପ୍ରୋଭିଡେଣ୍ଟ ଫଣ୍ଡରେ ରଖାଯାଉଅଛି । କେତେକ ରାଜ୍ୟରେ ବିଚାର ବିଭାଗ କର୍ମଚାରୀ, ବିଚାରକମାନଙ୍କ ପାଇଁ ପୁରୁଣା ପେନ୍ସନ୍ ଲାଗୁ କରାଯାଉଅଛି  । ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ଭତ୍ତା ପ୍ରଦାନ କରାଯାଉଅଛି  । କିନ୍ତୁ ଆମ ରାଜ୍ୟରେ ଆମର ନୂତନ ସରକାର କର୍ମଚାରୀମାନଙ୍କ ପାଇଁ ସ୍ଥିରୀକୃତ ପେନ୍ସନ୍ ଲାଗୁ କରିବା ପାଇଁ ଆଦେଶନାମା ଜାରି କରାଯାଇଅଛି  । ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ, ନୂଆଦିଲ୍ଲୀ ସ୍ଥିରୀକୃତ ପେନ୍ସନ୍  କୌଣସି କର୍ମଚାରୀ ନ ନେବାପାଇଁ ପରାମର୍ଶ ଦେଇଛନ୍ତି  । କର୍ମଚାରୀମାନଙ୍କୁ ପେନ୍ସନ୍ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେଉଁ ନିଷ୍ଠୁର ନୀତିମାନ କରିଚାଲିଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ  ।
ଆସନ୍ତା ତା ୧୨.୧୨.୨୦୨୬ରିଖରେ ପୁରୁଣା ପେନ୍ସନ୍ ଦାବିରେ ହେବାକୁ ଥିବା ଧର୍ମଘଟରେ ଯୋଗଦେବା  ବିଷୟରେ ଆଲୋଚନା ହୋଇଥିଲା  । ଏହି ସମ୍ମିଳନୀରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି  ଭାବେ ଶ୍ରୀଯୁକ୍ତ ସନ୍ଦିପ ରାୟ – ସମ୍ପାଦକ, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର,  ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମିଶ୍ର – ଅଧ୍ୟକ୍ଷ, ନିଖିଳ ଉକ୍ରଳ ଶିକ୍ଷକ ଓ ପେନସନର୍ସ ମହାସଂଘ, ସମ୍ମାନୀୟ ଅତିଥି ଭାବେ  ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି – ସଭାପତି, ଓଡ଼ିଶା ରାଜ୍ୟ ସରକାରୀ ସମନ୍ୱୟ ସମିତି, ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ରାଉତରାୟ – ଅଧ୍ୟକ୍ଷ, ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି,  ଓଡ଼ିଶା, ଶ୍ରୀଯୁକ୍ତ କ୍ଷେତ୍ରମୋହନ ଦାସ-ମାର୍ଗଦର୍ଶକ, ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଓ କାର୍ଯ୍ୟକାରୀ ସଭାପତି, ନିଖିଳ ଉକ୍ରଳ ଶିକ୍ଷକ ଓ ପେନସନର୍ସ ମହାସଂଘ ପ୍ରମୁଖ ଯୋଗଦେଇଥିଲେ  ।
        ମହାସଂଘର ନୂତନ କର୍ମକର୍ତ୍ତା ଚୟନ କରାଗଲା  । ସଭାପତି- ଅଜିତ୍ କୁମାର ନାୟକ, ସାଧାରଣ ସମ୍ପାଦକ- ସୁଜିତ୍ କୁମାର ନାୟକ, କାର୍ଯ୍ୟକାରୀ ସଭାପତି- ସୀତା ଭୋଳ, ଉପସଭାପତି -ମନୋଜ କୁମାର ମଲ୍ଲିକ, କାଳୁଚରଣ ଗୌଡ଼, ଯୁଗ୍ମ ସମ୍ପାଦକ-ମିନାକ୍ଷୀରାଣୀ ମହାନ୍ତି, ରିଙ୍କୁ ନାରାୟଣ ପଲାଇ, କୋଷାଧ୍ୟକ୍ଷ- ମନୋଜ କୁମାର ଦାସ, ଉପଦେଷ୍ଟା ମଣ୍ଡଳୀ- ପ୍ରତାପ ଚନ୍ଦ୍ର ମିଶ୍ର, ସୁଭେନ୍ଦୁ କୁମାର ରାଉତରାୟ, କ୍ଷେତ୍ରମୋହନ ଦାସ ପ୍ରମୁଖଙ୍କୁ ଆଗାମୀ ୩ ବର୍ଷ ବର୍ଷ ଚୟନ କରାଗଲା  । ନିଖିଳ ଓଡ଼ିଶା ସଡ଼କ ପରିବହନ ନିଗମ କର୍ମଚାରୀ ମହାସଂଘର ସଭାପତି ଆଡ୍ଭୋକେଟ୍ ପ୍ରଶାନ୍ତ କୁମାର ମାଝୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  ।
(ସୁଜିତ କୁମାର ନାୟକ)(ସୀତା ଭୋଳ)
ଆବାହକ ସଭାପତି
  ମୋ- ୯୪୩୭୦୮୮୯୭୮
 ମୋ- ୮୭୬୩୫୭୫୯୪୯
#odisharajyakarmacharimahasangha #rajyasammilani #nutanakarmakartachayana #odisha #bhubaneswar #dumanikhabar
Comments (0)
Add Comment