ଖୋରଧା :- ରାଧାବଲ୍ଲଭ ମନ୍ଦିର ପରିସରରେ ଅନୁଷ୍ଠିତ ପଞ୍ଚରାତ୍ର ଜଗନ୍ନାଥ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ଆଶୁତୋଷ ମିଶ୍ର ସ୍କନ୍ଦ ପୁରାଣର ଚତୁର୍ଥ ଓ ପଞ୍ଚମ ଅଧ୍ୟାୟ ର ଶ୍ରୀକ୍ଷେତ୍ର ର ସୀମା, ବିଶେଶ୍ୱର ଶିବଙ୍କ ମହିମା, ଜମେଶ୍ୱର ଓ ନୀଳକଣ୍ଠେଶ୍ଵର ମହିମା, ଶଙ୍ଖ କ୍ଷେତ୍ର ର ନାମକରଣ, କପାଳମୋଚନ ଶିବ, ଶକ୍ତି ମା ବିମଳା, ଅକ୍ଷୟ ବଟ, ଅର୍ଦ୍ଧାଶିନୀ, ଅକ୍ଷୟ ବଟ, ପୁରୁଷୋତ୍ତମ କ୍ଷେତ୍ରର ଶ୍ରେଷ୍ଠତ୍ୱ, ମୁକ୍ତିର ମାର୍ଗ, ଅଷ୍ଟ ଶକ୍ତି, ଅଷ୍ଟ ଶମ୍ଭୁ, ଅମ୍ଭରୀଶ ଓ ପୁଣ୍ଡାରୀକଙ୍କର ନୀଳାଦ୍ରି ଯାତ୍ରା ଓ ମହାପ୍ରଭୁଙ୍କର ଦର୍ଶନ ଓ ସ୍ତୁତି ବିଷୟରେ ବିଶଦ ବର୍ଣନା କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଦୟାନିଧି ରାଉତରାୟ, ହରିପ୍ରସାଦ ଦୋରା, ଚିତ୍ତରଞ୍ଜନ ଦାସ, ରଶ୍ମିତା ଦାସ, ଗାୟତ୍ରୀ ପ୍ରସାଦ, ଇନ୍ଦିରା ଭଗତ, ପ୍ରଫୁଲ ମିଶ୍ର, ନିର୍ମଳଦାସ ଓ ବହୁ ଭାଗବତ ପ୍ରେମୀଙ୍କ ସାମଗମ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ରବି ମହାପାତ୍ର, କାଶୀନାଥ ରାୟ,, ଅଧ୍ୟାପକ ସୁଶାନ୍ତ ମିଶ୍ର, ଗୌର ଚରଣ ପ୍ରଧାନ, ଶୁଭମ ବେହେରା ଓ ପଦ୍ମିନୀ ରଥ ପରିଚାଳନା କରିଥିଲେ।