ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ, ଜନ ସମ୍ପର୍କ ଅଭିଯାନ ରେ ଧର୍ମଗଡ ବିଧାୟକ

ଧର୍ମଗଡ :- ଭାରତୀୟ ଜନତା ପାର୍ଟି ନେତୃତ୍ବରେ କେନ୍ଦ୍ର ସରକାରଙ୍କ ସଫଳତାର ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ପକ୍ଷରୁ ଜନ ସମ୍ପର୍କ ଅଭିଯାନ ଜାରି ରହିଛି।
 ଧର୍ମଗଡ ବ୍ଲକ ଅନ୍ତର୍ଗତ ଖଇରପଦରମଣ୍ଡଳତରାପୁର,ଇଚ୍ଛାପୁର,ବଡଫୁର୍ଲା,ନନ୍ଦୀଗାଁ,ବିରାମାଲ,ବେହେରାପଡା,କାର୍ଲାକୋଟ,ଧଅରପୁର,ଭାଲୁଚୁଆଁ,ଆମଗୁଡା ଆଦି ଗ୍ରାମରେ ଆୟୋଜିତ ଜନ ସମ୍ପର୍କ ଯାତ୍ରାରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ଓ  ସ୍ଥାନୀୟ ନେତୃବୃନ୍ଦ ଯୋଗଦେଇ ଅଞ୍ଚଳ ର ସଚେତନ ନାଗରିକ,ବରିଷ୍ଠ ବ୍ୟକ୍ତିବିଶେଷ,ଜନସାଧାରଣଙ୍କ ସହ ଭେଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣମୂଳକ ଯୋଜନା, ମହିଳା ଶଶକ୍ତିକରଣ,କୃଷି ଓ କୃଷକ ର ବିକାଶ,ବିଜେପି ସରକାର ସୁଶାସନ ଓ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ନେଇ ମଧ୍ୟ ଜନ ସାଧାରଣ ଙ୍କ ଅଭିଯୋଗ ନେଇ ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଅଞ୍ଚଳ ର ବିକାଶ ରେ ସମସ୍ତଙ୍କ ସହଯୋଗ,ସମର୍ଥନ ଓ ସକ୍ରିୟ ଭାଗୀଦାରି ହିଁ ଏକ ବିକଶିତ, ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ମୂଳ ଆଧାର ବୋଳି ମତ ପ୍ରକାଶ କରିଥିଲେ। ଜନ ସମ୍ପର୍କ ଯାତ୍ରା ରେ ମଣ୍ଡଳ ସଭାପତି ଚତୁର୍ଭୁଜ ଟାଣ୍ଡି, ମଣ୍ଡଳ ପ୍ରଭାରୀ  ଶିଶୁଦେବ ମୁଣ୍ଡ, ଜନ ସମ୍ପର୍କ ଯାତ୍ରା ସଂଯୋଜକ ସେତୁରାମ ଭକ୍ତ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।
#socialservicereport #politicalreport #bjp #janasamparkaabhijana #dharmagada #dumanikhabar
Comments (0)
Add Comment