ଡ୍ରାଇଭର ସଙ୍ଘ ପକ୍ଷ ରୁ ଜିଲ୍ଲପାଳ ଙ୍କୁ 6 ଦଫା ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା : – ଅଟୋ ଡ୍ରାଇଭର ମାନଙ୍କୁ ୱେଲ୍ ଫେୟାର ବୋର୍ଡ ରେ ସାମିଲ କରିବା, ଡ୍ରାଇଭର ସମାଜ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ଏବଂ ସେପ୍ଟେମ୍ବର 1 କୁ ଡ୍ରାଇଭର ଦିବସ ରୁପେ ପାଳନ କରିବା ଭଳି 6 ଦଫା ଦାବି ନେଇ ସରକାରଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ଦେଇଛି ଓଡିଶା ଡ୍ରାଇଭର ସଂଘ। ଆଜି କେନ୍ଦ୍ରାପଡା ସାନ୍ତସାହି ସ୍ଥିତ ଅଟୋ ଷ୍ଟାଣ୍ଡ ରୁ ବିରାଟ ଅଟୋ ରାଲି ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସିଥିଲା।କାର୍ଯ୍ୟାଳୟ ପରିସରରେ ଦାବି ପତ୍ର ଉପସ୍ଥାପନା କରିବା ସହିତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଥିଲେ। ସରକାର ତାଙ୍କ ଦାବି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଯଦି ସରକାର ସେମାନଙ୍କ ଦାବି ନଶୁଣନ୍ତି, ତେବେ ଆଗାମୀ ଦିନରେ, ଅଟୋ ଡ୍ରାଇଭର ସଂଘ ରାଜରାସ୍ତା କୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି।

#socialservicereport #kendrapara #dumanikhabar
Comments (0)
Add Comment