ଗୋବରାବେଡାରୁ କାଠ ଜବତ

ପାଟଣା:- ପାଟଣା ବନାଞ୍ଚଳ ଘଟଗାଁ ବ୍ଲକ ତୋରାଣୀପୋଖରୀ ପଞ୍ଚାୟତ ଗୋବରାବେଡା ନିକଟରୁ ପାଖାପାଖି ୨ ଟ୍ରାକ୍ଟର ଭର୍ତ୍ତି ଆକାଶିଆ କାଠକୁ ବନ ବିଭାଗ ଜବତ କରିଛି। ସେହି ରାସ୍ତା ଦେଇ ପାଟଣା ଆସୁଥିବା ସହକାରୀ ବନ ସଂରକ୍ଷକ ସୁଦୀପ୍ତ କୁମାର ପଣ୍ଡାଙ୍କୁ କାଠ ଗଛିତ ଥିବା ଖବର ଦିଆଯିବା ପରେ ସେ ବନପାଳ ନିରଞ୍ଜନ ସେଠୀଙ୍କୁ ଘଟଣାସ୍ଥଳକୁ ଡକାଇ କାଠ ଜବତ କରି ଟ୍ରାକ୍ଟର ଯୋଗେ ବନାଞ୍ଚଳ କାର୍ଯ୍ୟାଳୟକୁ ବୁଧବାର ସନ୍ଧ୍ୟାରେ ଆଣିଥିବା ଜଣାପଡିଛି। ଜବତ କାଠର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

#crimereport #forestdepartment #keonjhar #dumanikhabar
Comments (0)
Add Comment