କୋକସରା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ କାଳବୈଶାଖୀ ତାଣ୍ଡବ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ, ଉଡିଲା ଘରର ଛାତ,ଭିଜିଲା ଅମଳ ଧାନ

ଧର୍ମଗଡ :-କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ  ମଙ୍ଗଳବାର ଅପରାହ୍ନ ରେ କାଳବୈଶାଖୀ ଝଡ଼ ଓ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଲଡୁଗାଁ ଗ୍ରାମର ବେଣୁଧର ନାଏକ ଙ୍କ ଘର ର ଛାତ, ଶୁକଲ ନାଏକ ଙ୍କ କାନ୍ଥ, ରାଜେଶ ବାଗ, ଦେବ କରଣ ବାଗ ଙ୍କ ଘର ଛାତ ଉଡି ନଷ୍ଟ ହୋଇଛି, ଲଡୁଗାଁ ଝୁଲନାଖୁଣ୍ଟା ଛକ ରୁ ବାରିକପଡା ଗଲି ରାସ୍ତା ରେ ଗଛ ପଡ଼ି ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇଛି।
                                                           
ଚିକିଲି ଲଡ଼ୁଗାଁ ରାସ୍ତାରେ ରେ ରଖିଥିବା ଚାଷୀ ଙ୍କ ଅମଳ ଧାନ ଭିଜିଯାଇ ଥିବା ଜଣାପଡିଛି। ପ୍ରବଳ ପବନ ସହ ବର୍ଷା ହେବାରୁ  ଘନାଗୁଡା ନିକଟରେ ଥିବା ଟ୍ରାନ୍ସଫର୍ମର ରୁ ଲଡ଼ୁଗାଁ ବନ୍ଧପଡା କୁ ସଂଯୋଗ କରୁଥିବା ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି। ଏହାସହ ବଡ଼ବଡ଼ ଗଛ ସବୁ ପଡ଼ି ଯାଇଛି। ଝଡ଼ର ତୀବ୍ରତା ଯୋଗୁଁ ଅନେକ କଚ୍ଚା ଘରର ଛାତ ଉଡ଼ିଯାଇଥିବା ବେଳେ କିଛି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି । ସେହିପରି କୋକସରା,ଚିଲିଗୁଡା,ରେଙ୍ଗାଳପାଲି, ଓଲମା,ଝରିଆଗୁଡା ଗ୍ରାମ ରେ ମଧ୍ୟ ଚାଷି ଙ୍କ ଅମଳ ଧାନ ବର୍ଷା ରେ ଭିଜି ନଷ୍ଟ ହୋଇଥିବା ଚାଷି ଅଭିଯୋଗ କରିଛନ୍ତି।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ  କୋକସରା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛ ଗୁଡ଼ିକୁ କାଟି ହଟାଇବା କାମ ଆରମ୍ଭ କରିଥିଲେ। ସେହିପରି ବିଦ୍ୟୁତ ବିଭାଗର କର୍ମଚାରୀ ମାନେ କ୍ଷତିଗ୍ରସ୍ତ ବିଦ୍ୟୁତ ଖୁଣ୍ଟ ଓ ତାରର ମରାମତି କାମ ଜାରି ରଖିଛନ୍ତି।ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା  ଜନଜୀବନ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି। ତେବେ କ୍ଷୟକ୍ଷତିର  ସଠିକ୍ ଆକଳନ କରି କ୍ଷତିଗ୍ରସ୍ତ ପରିବାର ଓ ଚାଷି ଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହେଉଛି।
#naturaldisaternews #dharmagarh #odisha #dumanikhabar
Comments (0)
Add Comment