୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର, : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ଥ କରିଦେଉଥିଲା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆସିବାକୁ ଯାଉଛି ଲଘୁଚାପ । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳ । ସକ୍ରିୟ ରହିଥିଲା ବେଳେ ଏହାର
ପ୍ରଭାବରେ ଲଘୁଚାପ ସୃଷ୍ଟିହେବ । ଲଘୁଚାପ ପ୍ରଭାବରେ ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ଅନୁଗୋଳ, ଦେଓଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହିତ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ଧୁଳିଆ ପବନ ହେବାର ସମ୍ଭାବନା ରହିଛି । ସେହିପରି ବୁଧବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର,
ସୁନ୍ଦରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ, ନବରଙ୍ଗପୁର, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା ଜିଲାର କିଛି ସ୍ଥାନରେ ଘଡଘଡି ସହିତ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ଧୁଳିଆ ପବନ ହେବାର ସମ୍ଭାବନା ରହିଛି । ଗୁରୁବାର ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନବରଙ୍ଗପୁର, ଅନୁଗୋଳ, ଦେଓଗଡ଼, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲାର କିଛି ସ୍ଥାନରେ ଘଡଘଡି ସହିତ ବର୍ଷା
ସାଙ୍ଗକୁ ୩୦ରୁ ୪୦ କିମି ବେଗର ଧୁଳିଆ ପବନ ହେବାର ସମ୍ଭାବନା ରହିଛି ।

Comments (0)
Add Comment