ସ୍ଥାନାନ୍ତର ହେଲେ ସମର୍ଥ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ

All inmates of eligible institutions in case of transfer

ସମ୍ବଲପୁର,: ସମ୍ବଲପୁର ନେତାଜୀ ନଗର ଥିବା ସମସ୍ତ ମାନସିକ ଅନଗ୍ରସର ଅନ୍ତେବାସୀଙ୍କୁ କରାଗଲା ଅନ୍ୟତ୍ର ସ୍ଥାନାନ୍ତର । ସାମାଜିକ ସୁରକ୍ଷା କଲ୍ୟାଣ ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ଜାରି କଲେ କାରଣ ଦର୍ଶାଅ ନୋଟିସ । ସେପଟେ ଖୁବଶୀଘ୍ର ରିମାଣ୍ଡରେ ଆସିବେ ଅଭିଯୁକ୍ତ ହରିଶ ଚନ୍ଦ୍ର ଦାସ । ସମ୍ବଲପୁରର ସମର୍ଥ ଅନୁଷ୍ଠାନରେ ହୋଇଥିବା ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଓ ଦୁଷ୍କର୍ମ ଘଟଣାରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ । ଏହି ଘଟଣା କାହିଁକି ଓ କିପରି ଘଟିଲା ବିଭାଗୀୟ ଅଧିକାରୀ କାହିଁକି ପ୍ରଥମରୁ ସୂଚନା ପାଇ ପାରିଲେ ନାହିଁ ଏବଂ ଏ ଅନୁଷ୍ଠାନକୁ ବିଭାଗର ଅଧିକାରୀମାନେ ନିୟମ ଅନୁଯାଇ କେତେ ଥର ପରିଦର୍ଶନ କରିଛନ୍ତି । ସେନେଇ ଏହି
ନୋଟିସ ଜାରି କରିଛନ୍ତି ଜିଲ୍ଲପାଳ । ସେପଟେ ଅନ୍ତେବାସୀମାନଙ୍କୁ ଆଜି ନେତାଜୀ ନଗରରୁ ବୈଜାମୁଣ୍ଡାକୁ ସୁରକ୍ଷିତ ଭାବରେ ସ୍ଥାନ୍ତାରିତ କରିଛନ୍ତି । ଖୋର୍ଦ୍ଧାର ଏକ ଅନୁଷ୍ଠାନ ଏହି ଅନ୍ତେବାସୀମାନଙ୍କ ସମସ୍ତ ଦାୟିତ୍ୱ ନେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଠାରୁ ଖାଇବା ପର୍ଯ୍ୟନ୍ତ ସମସ୍ତ କଥା ଏହି ସଂସ୍ଥା ବୁଝିବ । ଏହାକୁ ମନିଟରିଙ୍ଗ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ
ନିୟୋଜିତ କରାଯାଇଛି । ଯେଉଁମାନଙ୍କ ସ୍ୱାସ୍ଥ୍ୟବ୍ୟବସ୍ଥାରେ ଉନ୍ନତି ଆସିଲା ସେମାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର
କରାଯିବ । ଏହି ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀମାନଙ୍କୁ ଆଜି ଅନ୍ୟତ୍ର ସ୍ଥାନାନ୍ତର କରିବା ବେଳେ ଜଣେ ଅନ୍ତେବାସୀ କିଭଳି ସମର୍ଥ କେନ୍ଦ୍ରରେ ନିର୍ଯ୍ୟାତନା ଦିଆଯାଉଥିଲା ତାହା ବଖାଣିଛନ୍ତି । ଅନ୍ତେବାସୀମାନଙ୍କୁ ବାନ୍ଧି କି ମାଡ ମରାଯାଉଥିବା ନେଇ ଅନ୍ତେବାସୀ କହିଛନ୍ତି । ସେଏପଟେ ସହରର କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ
ପ୍ରଶାସନର ନିର୍ଦ୍ଦେଶ କ୍ରମେ ତାଙ୍କୁ ବୈଜାମୁଣ୍ଡାକୁ ନେଇ ଛାଡିଛନ୍ତି । ତେବେ ଏମାନଙ୍କୁ ଯଦି ଉପଯୁକ୍ତ ଚିକିତ୍ସା, ଖାଦ୍ୟପେୟ ଓ ଔଷଧ ସଠିକ ଭାବରେ ଦିଆଗଲେ ଖୁବଶୀଘ୍ର ସେମାନେ ନିଜ ଘରକୁ ଫେରି ପାରିବେ । ଜମଯନ୍ତ୍ରଣା ଭୋଗିଥିବା ଅନ୍ତେବାସୀମାନେ ଏବେ ସୁରକ୍ଷିତ ସ୍ଥାନକୁ ଯାଉଥିବାରୁ ତାଙ୍କ ମନରେ ଘରକୁ ଫେରିବାର ଆଶା ଉଜ୍ଜବିତ ହୋଇଛି ।

Comments (0)
Add Comment