ସହଦେବ ନାୟକଙ୍କୁ ହତ୍ୟା ଘଟଣା: ମେୟରଙ୍କ ବଡ଼ ଘୋଷଣା;

ଭୁବନେଶ୍ୱର: ରସୁଲଗଡ଼ ଓଭର ବ୍ରିଜରେ ପୁଲିସ ମିତ୍ର ‘ସହଦେବ ନାୟକ’ ମୁଣ୍ଡ କାଟି ହତ୍ୟା ମାମଲା। ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା। ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି। ଏହା ସହିତ ସ୍ୱର୍ଗତ ନାୟକଙ୍କ ପତ୍ନୀଙ୍କୁ ସଂପୃକ୍ତ ଏଜେନ୍ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଛି। ପରିସ୍ଥିର ଗୁରୁତ୍ୱକୁ ଅନୁଭବ କରି ଏହି ନିଷ୍ପତ୍ତି ନିଆଯାଇଛି।

Comments (0)
Add Comment