ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ôଥକ ସାକ୍ଷରତା ସପ୍ତାହ

ଭୁବନେଶ୍ୱର,: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ôଥକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି । ଚଳିତ ବର୍ଷ ଆର୍ôଥକ ସାକ୍ଷରତା ସପ୍ତାହ ଫେବ୍ରୁଆରି ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଯାହା କି ଏହି ଅଭିଯାନର ଦଶମ ସଂସ୍କରଣ ଅଟେ । ଆର୍ôଥକ
ଅନ୍ତର୍ଭୁକ୍ତୀକରଣରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିଚାରକୁ ନେଇ ଏଫଏଲଡବ୍ଲୁ ୨୦୨୫ର ବିଷୟବସ୍ତୁ
\”ଆର୍ôଥକ ବୁଦ୍ଧିମତା ଯାହାରି, ସେ ସମୃଦ୍ଧ ନାରୀ’ ରଖାଯାଇଛି । ଏହି ଅଭିଯାନରେ ଗୃହିଣୀ, କର୍ମଜୀବୀ ମହିଳା ଏବଂ ମହିଳା ଉଦ୍ୟୋଗୀଙ୍କ ଉପରେ ବିଶେଷ ଧ୍ୟାନ ଦେଇ \”ଆର୍ôଥକ ଯୋଜନା’, \”ସଞ୍ଚୟ ଏବଂ ରିସ୍କ ପରିଚାଳନା’ ଏବଂ \”ଅଭିବୃଦ୍ଧି ପାଇଁ ଋଣ ନେବା’ ଉପରେ ଗୁରୁତ୍ୱ ଦିଆଯାଇଛି । ଆରବିଆଇ ପ୍ରମୁଖ ଟେଲିଭିଜନ, ରେଡିଓ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଏଫଏଲଡବ୍ଲୁ ୨୦୨୫ର ବାର୍ତ୍ତା ଉପରେ ଏକ କେନ୍ଦ୍ରୀଭୂତ
ଗଣମାଧ୍ୟମ ଅଭିଯାନ କରୁଅଛି । ଆରବିଆଇ ଭୁବନେଶ୍ୱର ପକ୍ଷରୁ ଏଫଏଲଡବ୍ଲ୍ୟୁ ୨୦୨୫ର ଉଦଘାଟନୀ ଉତ୍ସବ ୨୪ ଫେବୃଆରୀ ୨୦୨୫ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଆରବିଆଇ ଭୁବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ଡ. ସାରଦା ପ୍ରସନ ମହାନ୍ତି ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ନିଜ ଅଭିଭାଷଣରେ ସେ ଆର୍ôଥକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଆର୍ôଥକ ଅନ୍ତର୍ଭୂକ୍ତିକରଣରେ ମହିଳାଙ୍କ ବହୁମୁଖୀ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ଆର୍ôଥକ ସାକ୍ଷରତାର ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ । ଆରବିଆଇର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ସମାବେଶକୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଏସ୍ କେ ତାଲୁକଦାର; ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଡିଆଇଏଫ୍ ଡ. ପ୍ରଜ୍ଞାସ୍ମିତା ସାହୁ ଏବଂ ମହାପ୍ରବନ୍ଧକ ତଥା
ଏସଏଲବିସି ଆବାହକ ଗୌତମ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଉଦଘାଟନୀ ଉତ୍ସବରେ ରିଜର୍ଭ ବ୍ୟାଙ୍କ, ରାଜ୍ୟ
ସରକାର, ନାବାର୍ଡ, ସିଡ଼ବି ଏବଂ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ ତଥା ପ୍ରତ୍ୟେକ ଟାର୍ଗେଟ୍ ଗ୍ରୁପ୍ (ଗୃହିଣୀ, କର୍ମଜୀବୀ ମହିଳା ଓ ମହିଳା ଉଦ୍ୟୋଗୀ)ର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଟାର୍ଗେଟ ଗ୍ରୁପ୍ ଗୁଡ଼ିକ ମଧ୍ୟରେ ଆର୍ôଥକ ସଚେତନତା ସୃଷ୍ଟି କରିବାର ବିଷୟବସ୍ତୁ ଏବଂ ଉପାୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଫଏଲଡବ୍ଲୁ ୨୦୨୫ ର ବିଷୟବସ୍ତୁ ଏବଂ ଉପ-ବିଷୟବସ୍ତୁ ଉପରେ ଆଲୋକପାତ କରି ଏକ ନୁକ୍କଡ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ସପ୍ତାହରେ ଆରବିଆଇ ଭୁବନେଶ୍ୱର ବିଭିନ୍ନ ବ୍ୟାଙ୍କ ଏବଂ ଅନ୍ୟ ଅଂଶୀଦାରଙ୍କ ସହଯୋଗରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଆର୍ôଥକ ସାକ୍ଷରତା ଏବଂ ସଚେତନତା
କାର୍ଯ୍ୟକ୍ରମ ଆୟୋଜନ କରିବ ।

Comments (0)
Add Comment