ବର୍ଷ ବର୍ଷର ଅପେକ୍ଷାର ଅନ୍ତ; ଘୁଟନାରେ ଖୋଲିଲା ନୂଆ ଅଙ୍ଗନବାଡି କେନ୍ଦ୍ର

ବିଡିଓ ଓ ବୈଷୟିକ ଦଳର ପ୍ରୟାସ ଆଣିଲା ସଫଳତା
ରାୟଗଡା / ବିଷମକଟକ:- ଦୁଇ ଦୁଇଟି ବିଡିଓଙ୍କ ଅମଳ ରେ ଯାହା ସମ୍ଭବ ହୋଇ ପାରି ନଥିଲା ସେହି କାର୍ଯ୍ୟ କୁ ବାସ୍ତବତା ର ରୂପ ଦେବା ରେ ସକ୍ଷମ ହୋଇଛନ୍ତି ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ ଏବଂ ତାଙ୍କ ବୈଷୟିକ ଦଳ I ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଦାୟିତ୍ୱ ଗ୍ରହଣ କରିବା ପରେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ର ସମୀକ୍ଷା ସହ ଜିଲ୍ଲା ମଧ୍ୟରେ ଅସମ୍ପୂର୍ଣ ତଥା ଆଦୌ କାମ ନ ହୋଇ ପଡିରହିଥିବା କେନ୍ଦ୍ର ଗୁଡିକୁ ଶୀଘ୍ର ସାରିବାକୁ ନିର୍ଦେଶ ଦେଇଥିଲେ I ଯାହାପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏଭଳି ଗୁରୁତ୍ୱ ପୁର୍ଣ ପ୍ରକଳ୍ପ ଗୁଡିକର ଯଥା ସ୍ଥିତି ସମ୍ପର୍କୀୟ ବିବରଣୀ ନିୟମିତ ଭାବେ ସମୀକ୍ଷା କରି ଯୁଦ୍ଧ କାଳୀନ ଭିତ୍ତି ରେ ପ୍ରକଳ୍ପ କାମ ସବୁ ସାରିବା ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଥିବା କୁହାଯାଉଛି I ଯାହାର ପରିଣାମ ସ୍ୱରୂପ ୨୦୨୧-୨୨ ଆର୍ଥିକ ବର୍ଷ ରେ ବିଷମକଟକ ବ୍ଲକ ସ୍ଥିତ ରାସକୋଲା ପଞ୍ଚାୟତ ଅନ୍ତର୍ଗତ ଘୁଟନା ଗ୍ରାମ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ଅନୁମୋଦିତ ହୋଇଥିବା ଅଙ୍ଗନୱାଡି ପ୍ରକଳ୍ପ ଟି ଆଜି ସମ୍ପୂର୍ଣ ହୋଇପାରିଥିବା ଜଣାପଡିଛି I
          ଏହି ଅବସରରେ ବିଷମକଟକ ବିଡିଓ ଶିବ ପଟନାୟକ, ସିଡିପିଓ ସାଗରୀକା ସାହୁ, ଅତିରିକ୍ତ ସହକାରୀ ଯନ୍ତ୍ରୀ ରମେଶ ସାହୁ, ଯନ୍ତ୍ରୀ ସାଗର ଗୌଡ଼ ସରପଞ୍ଚ ରିତା ବ୍ରେଡ଼େକା, ଏବଂ ଅନ୍ୟାନ୍ୟ ପଞ୍ଚାୟତ ପ୍ରତିନିଧି ଙ୍କ ଉପସ୍ଥିତି ରେ ଏହାର ଶୁଭ ଉଦ୍ଧଘାଟନ କରାଯାଇଥିଲା I
ବିଷମକଟକ ବ୍ଲକ ଅନ୍ତର୍ଗତ ରାସକୋଲା ଗ୍ରାମ ପଞ୍ଚାୟତ ଟି ବ୍ଲକ ର ଦୁର୍ଗମ ଅଞ୍ଚଳ ଭାବେ ପରିଗଣିତ I ପଡୋଶୀ ଗୁଡାରି ଏବଂ ଚନ୍ଦ୍ରପୁର ବ୍ଲକ ର ସୀମା ବର୍ତ୍ତୀ ଅଞ୍ଚଳ ସହ ଭୌଗଳିକ ଦୃଷ୍ଟି କୋଣ ରୁ ମଧ୍ୟ ଏହି ଅଞ୍ଚଳ ଅପହଞ୍ଚ ହୋଇଥିବାରୁ ଏଠାରେ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ପ୍ରକଳ୍ପ କାମ ସମ୍ପୂର୍ଣ କରିବାର ସମ୍ପୂର୍ଣ ଶ୍ରେୟ ଯନ୍ତ୍ରୀ ସାଗର ଗୌଡ଼ଙ୍କୁ ଯାଏ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି I
         ଏଠାକାର ଭୌଗଳିକ ଦୃଷ୍ଟି କୋଣ ତଥା ମହିଳା ଓ ଶିଶୁ ଙ୍କ ଆବଶ୍ୟକତା ଦୃଷ୍ଟି ରୁ ଏହି କେନ୍ଦ୍ର ର ଆବଶ୍ୟକତା ନିତାନ୍ତ ଜରୁରୀ ହୋଇଛି I
ତେବେ ଦୀର୍ଘ ବର୍ଷ ଧରି ପଡି ରହିଥିବା ଅଙ୍ଗନବାଡି କେନ୍ଦ୍ର ଟି ବିଡିଓଙ୍କ ଦୃଢ଼ ଇଛା ଶକ୍ତି ପାଇଁ ପରିଶେଷରେ ସମ୍ପୂର୍ଣ ହୋଇପାରିଥିବା ହେତୁ ଏଥି ପାଇଁ ସ୍ଥାନୀୟ ଲୋକେ ବିଡ଼ିଓ ଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ବେଳେ, ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଦ୍ୱାରା ଘୁଟନା ସମେତ ଆଖ ପାଖ ଅଞ୍ଚଳ ର ଛଅ ବର୍ଷ ରୁ କମ ପ୍ରାୟ ୬୧ ରୁ ଅଧିକ ଜଣ ଶିଶୁ ଓ ମହିଳା ଏହାର ଲାଭ ପାଇ ପାରିବେ ବୋଲି ନାଏବ ସରପଞ୍ଚ ତଥା ୱାର୍ଡ ସଭ୍ୟ ପାଗୁ ମାମଲାକା ପ୍ରକାଶ କରିଛନ୍ତି I ପୂର୍ବରୁ ସମାନ ପଞ୍ଚାୟତ ମଧ୍ୟରେ ଦୀର୍ଘ ଆଠ ବର୍ଷ ହେବ ଅସମ୍ପୂର୍ଣ ହୋଇ ପଡିରହିଥିବା ଏକ ପ୍ରକଳ୍ପ କୁ ରେକର୍ଡ ନଅ ଦିନ ମଧ୍ୟରେ ସମ୍ପୂର୍ଣ କରିବାରେ ସମ୍ପୃକ୍ତ ବିଡିଓ ଏବଂ ତାଙ୍କ ବୈଷୟିକ ଦଳ ସଫଳତା ହାସଲ କରିଛନ୍ତି I ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ବ୍ୟାପି ଏକ କାଳୀନ ଭରଚୁଆଲ ମୋଡ଼ ରେ ଶୁଭ ଉଦଘାଟନ କରିଥିଲେ I
#socialservicereport #rayagada #dumanikhabar
Comments (0)
Add Comment